ଅପହୃତ ଗାଁ ସାଥିଙ୍କୁ ହତ୍ୟା କଲେ ମାଓବାଦୀ

ବାଲିଗୁଡ଼ା: ପୁଣି ମାଓବାଦୀଙ୍କ ଲାଲ୍ ତାଣ୍ଡବ।। ଗାଁ ସାଥିଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ମାଓବାଦୀ।  ମୃତକ ହେଲେ ଫୁଲବାଣୀ କୋଟଗଡ଼ ଥାନା ଅନ୍ତର୍ଗତ ଦୁର୍ଗାପଙ୍ଗା ଅଞ୍ଚଳର ଗାଁ ସାଥି ବସନ୍ତ ଭଟ୍ଟ। ଆଜି ସକାଳେ ବସନ୍ତଙ୍କ ଘରୁ  ପ୍ରାୟ ଦେଢ଼ କିଲୋମିଟର ଦୂର ସାତନାଳିଆ ନାଳ ପାଖରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ବସନ୍ତଙ୍କୁ ଗୁଳି କରି ହତ୍ୟା କରାଯାଇଛି।  ଘଟଣାସ୍ଥଳରୁ କିଛି ମାଓ ପୋଷ୍ଟର ମଧ୍ୟ ମିଳିଛି।  ପୋଲିସ ଇନ୍‌ଫର୍ମର ସନ୍ଦେହରେ ତାଙ୍କୁ  […]

Rakesh Mallick
  • Published: Tuesday, 17 October 2017
  • , Updated: 17 October 2017, 09:31 AM IST

ବାଲିଗୁଡ଼ା: ପୁଣି ମାଓବାଦୀଙ୍କ ଲାଲ୍ ତାଣ୍ଡବ।। ଗାଁ ସାଥିଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ମାଓବାଦୀ।  ମୃତକ ହେଲେ ଫୁଲବାଣୀ କୋଟଗଡ଼ ଥାନା ଅନ୍ତର୍ଗତ ଦୁର୍ଗାପଙ୍ଗା ଅଞ୍ଚଳର ଗାଁ ସାଥି ବସନ୍ତ ଭଟ୍ଟ। ଆଜି ସକାଳେ ବସନ୍ତଙ୍କ ଘରୁ  ପ୍ରାୟ ଦେଢ଼ କିଲୋମିଟର ଦୂର ସାତନାଳିଆ ନାଳ ପାଖରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ବସନ୍ତଙ୍କୁ ଗୁଳି କରି ହତ୍ୟା କରାଯାଇଛି।  ଘଟଣାସ୍ଥଳରୁ କିଛି ମାଓ ପୋଷ୍ଟର ମଧ୍ୟ ମିଳିଛି।  ପୋଲିସ ଇନ୍‌ଫର୍ମର ସନ୍ଦେହରେ ତାଙ୍କୁ  ହତ୍ୟା କରିଥିବା ମାଓବାଦୀମାନେ ପୋଷ୍ଟରରେ ଲେଖିଛନ୍ତି। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି।

ଗତକାଲି ପରିବାର ଲୋକ ଅଭିଯୋଗ କରିଥିଲେ ଯେ, ବସନ୍ତଙ୍କୁ କିଛି ମାଓବାଦୀ ଅପହରଣ କରିନେଇଛନ୍ତି।  ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏସପିଙ୍କ ନିର୍ଦ୍ଦେଶ କ୍ରମେ ଘଟଣାସ୍ଥଳକୁ ପୋଲିସର ଏକ ଟିମ୍ ଯାଇ ଅନୁସନ୍ଧାନ କରିଥିଲା। ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫୁଲବାଣୀ ଏସଡିପିଓ କହିଥିଲେ। ଗତ ରବିବାର ରାତି ପ୍ରାୟ ଗୋଟାଏ ବେଳେ ମାଓବାଦୀମାନେ ବସନ୍ତଙ୍କୁ ଘରୁ ଡାକି ନେଇଥିଲେ।

Related story