ଟେଲିଫୋନ୍‌ ଟାୱାର ଉଡ଼ାଇ ଦେଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଜିଲ୍ଲା ଦାରାକୁଣ୍ଡାରେ ଏକ ମୋବାଇଲ୍ ଟାୱାରକୁ ମାଓବାଦୀମାନେ ଉଡ଼ାଇ ଦେଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ୨୦ରୁ ୨୫ ମାଓବାଦୀ ଆସି ବିସ୍ଫୋରଣ କରି ଏହି ଟାୱାରକୁ ଉଡ଼ାଇ ଦେଇଥିଲେ। ମାଓବାଦୀମାନେ ଏକ ପୋଷ୍ଟର ମଧ୍ୟ ଲଗାଇଛନ୍ତି। ଏଥିରେ ବକ୍‌ସାଇଟ୍‌ ଖଣିକୁ ବିରୋଧ କରିବା ସହ ପୋଲିସ୍‌ ବିରୁଦ୍ଧରେ ମଧ୍ୟ ଲେଖାଯାଇଛି। ମାଓବାଦୀମାନେ ମୋବାଇଲ୍ ଟାୱାରଟିକୁ ଉଡ଼ାଇ ଦେବା ପରେ ଏହି ଅଞ୍ଚଳରେ ମୋବାଇଲ୍ ଫୋନ୍ ସେବା ଠପ୍ ହୋଇଯାଇଛି। […]

Rakesh Mallick
  • Published: Thursday, 12 October 2017
  • , Updated: 12 October 2017, 09:29 AM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଜିଲ୍ଲା ଦାରାକୁଣ୍ଡାରେ ଏକ ମୋବାଇଲ୍ ଟାୱାରକୁ ମାଓବାଦୀମାନେ ଉଡ଼ାଇ ଦେଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ୨୦ରୁ ୨୫ ମାଓବାଦୀ ଆସି ବିସ୍ଫୋରଣ କରି ଏହି ଟାୱାରକୁ ଉଡ଼ାଇ ଦେଇଥିଲେ। ମାଓବାଦୀମାନେ ଏକ ପୋଷ୍ଟର ମଧ୍ୟ ଲଗାଇଛନ୍ତି। ଏଥିରେ ବକ୍‌ସାଇଟ୍‌ ଖଣିକୁ ବିରୋଧ କରିବା ସହ ପୋଲିସ୍‌ ବିରୁଦ୍ଧରେ ମଧ୍ୟ ଲେଖାଯାଇଛି।

ମାଓବାଦୀମାନେ ମୋବାଇଲ୍ ଟାୱାରଟିକୁ ଉଡ଼ାଇ ଦେବା ପରେ ଏହି ଅଞ୍ଚଳରେ ମୋବାଇଲ୍ ଫୋନ୍ ସେବା ଠପ୍ ହୋଇଯାଇଛି। କାରଣ ଏଠାରେ ଏହି ଗୋଟିଏ ମୋବାଇଲ୍ ଟାୱାର ଥିଲା। ଏହି ଘଟଣା ପରେ ସୀମାରେ ପୋଲିସ୍ କମ୍ବିଂ ଅପରେସନ୍‌କୁ ଜୋରଦାର କରିଛି।

Related story