ମୋ ଆଖିରେ ତୁମେ ଦେଖିବ ଦୁନିଆ…

Ordigital Desk
  • Published: Monday, 27 November 2017
  • , Updated: 27 November 2017, 06:20 PM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ଆଖି ନାହିଁ। ଭଲ କରି ଦୁନିଆକୁ ଦେଖିପାରୁ ନାହାନ୍ତି। ଅନୁଭବରେ ଦୁନିଆକୁ ଦେଖୁଛନ୍ତି। ଜୀବନରେ କେବେ ବାହା ହେବେ ବୋଲି ଭାବି ନ ଥିଲେ। ସେ ହେଉଛନ୍ତି ଦିବ୍ୟାଙ୍ଗ ଜୟନ୍ତ ମଲ୍ଲିକ। ସବୁ ଭାବନାକୁ ପଛରେ ପକାଇ ଆଜି ସେ ହାତକୁ ଦୁଇ ହାତ ହୋଇଛନ୍ତି। ପତ୍ନୀଙ୍କ ଆଖିରେ&nbsp; ସେ ଦୁନିଆ ଦେଖିବାକୁ ଯାଉଛନ୍ତି।</p> <p>ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦପୁର ଗୋପାଳଜୀଉଙ୍କ ମନ୍ଦିର ପରିସରରେ ଭିନ୍ନ ଏକ ବିବାହ ଅନୁଷ୍ଠିତ ହୋଇଯାଇଛି। ଦିବ୍ୟାଙ୍ଗ ଜୟନ୍ତ ମଲ୍ଲିକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ସ୍ୱେଚ୍ଛାସେବୀ ଲିପିମୟୀ ପରିଡା। ପୁରୀର ନୃସିଂହଦେବ ଆଞ୍ଚଳିକ ଯୁବ ପରିଷଦ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଦିବ୍ୟାଙ୍ଗଙ୍କ ପାଇଁ କାମ କରୁଥିବା ଲିପି। ୪ ମାସର ଦେଖାସାକ୍ଷାତ ପରେ ଜୟନ୍ତଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିବାକୁ ନିଷ୍ପତ୍ତି ନେଇଥିଲେ। ମନ୍ଦିରରେ ହୋଇଥିବା ଏହି ନିଆରା ବିବାହ ଉତ୍ସବରେ ଯୋଗ ଦେବାପାଇଁ ଆଖପାଖ ଅଞ୍ଚଳରୁ ବହୁ ଲୋକେ ଯୋଗ ଦେଇଥିଲେ। ଜଣେ ଦିବ୍ୟାଙ୍ଗଙ୍କୁ ବାହା ହେବାର ନିଷ୍ପତ୍ତି ନେଇ ଲିପି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।</p>

Related story