ମରୁଡି ପରିସ୍ଥିତି ଅନୁଧ୍ୟାନ ପାଇଁ ପୁଣି ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ପୁଣି ଓଡିଶା ଆସିବ କେନ୍ଦ୍ରୀୟ ଟିମ୍। ଆସନ୍ତା ସପ୍ତାହ କିମ୍ୱା ପରିବର୍ତ୍ତି ସପ୍ତାହରେ ଇଣ୍ଟର ମିନିଷ୍ଟ୍ରିଆଲ ସେଣ୍ଟ୍ରାଲ ଟିମ୍ ଆସିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାର ମଧ୍ୟବର୍ତ୍ତିକାଳୀନ ମରୁଡି ସହୟତା ଦାବି କରିବା ପରେ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ୯ ଜଣିଆ ଟିମ୍ ଗଠନ କରିଛି। ଏପଟେ ମରୁଡ଼ିକୁ ନେଇ ରାଜ୍ୟ ରାଜନୀତିରେ ତୁ ତୁ ମେଁ ମେଁ ଜାରି ରହିଛି। ମଧ୍ୟବର୍ତ୍ତିକାଳୀନ ମରୁଡି ସହୟତା […]

mayurbhanja-marudi

Rakesh Mallick
  • Published: Friday, 27 November 2015
  • , Updated: 28 November 2015, 04:55 AM IST

ଭୁବନେଶ୍ୱର: ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ପୁଣି ଓଡିଶା ଆସିବ କେନ୍ଦ୍ରୀୟ ଟିମ୍। ଆସନ୍ତା ସପ୍ତାହ କିମ୍ୱା ପରିବର୍ତ୍ତି ସପ୍ତାହରେ ଇଣ୍ଟର ମିନିଷ୍ଟ୍ରିଆଲ ସେଣ୍ଟ୍ରାଲ ଟିମ୍ ଆସିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାର ମଧ୍ୟବର୍ତ୍ତିକାଳୀନ ମରୁଡି ସହୟତା ଦାବି କରିବା ପରେ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ୯ ଜଣିଆ ଟିମ୍ ଗଠନ କରିଛି। ଏପଟେ ମରୁଡ଼ିକୁ ନେଇ ରାଜ୍ୟ ରାଜନୀତିରେ ତୁ ତୁ ମେଁ ମେଁ ଜାରି ରହିଛି।

ମଧ୍ୟବର୍ତ୍ତିକାଳୀନ ମରୁଡି ସହୟତା ଦେବା ପାଇଁ ଗତ ୨୩ ତାରିଖରେ କେନ୍ଦ୍ର ନିକଟରେ ଦାବି ରଖିଥିଲେ ରାଜ୍ୟ ସରକାର। ଏହାପରେ କେନ୍ଦ୍ର କୃଷି ମନ୍ତ୍ରାଳୟ ରାଜ୍ୟରେ ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ୯ ଜଣିଆ ଟିମ୍ ଗଠନ କରିଛି। ଆସନ୍ତା ସପ୍ତାହ କିମ୍ୱା ତାର ପର ସପ୍ତାହରେ ଏହି ଟିମ୍ ଓଡ଼ିଶା ଆସିବା ସମ୍ଭାବନା ରହିଛି। ଦେଢମାସ ଆଗରୁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସି ମରୁଡି ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ରକୁ କେତେକ ପ୍ରସ୍ତାବ ଦେଇଥିଲା। ସେପଟେ କେନ୍ଦ୍ରୀୟ ଟିମର ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

କେନ୍ଦ୍ରୀୟ ଟିମ୍ ଆସିବା ପୂର୍ବରୁ ପୁଣି ରାଜ୍ୟରେ ଚାଷୀଙ୍କୁ ନେଇ ରାଜନୀତି ଜୋର ଧରିଛି। ଅନ୍ୟ ରାଜ୍ୟକୁ ମରୁଡି ସହୟତା ଦିଆଯାଇଥିବା ବେଳେ ଓଡିଶାକୁ ଅବହେଳା କରାଯାଇଛି। ତେଣୁ ପୁଣି ଥରେ ଟିମ୍ ଆସିବା ଆଗରୁ କେନ୍ଦ୍ର ମରୁଡି ପ୍ୟାକେଜ ଘୋଷଣା କରୁ ବୋଲି ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି। ସ୍ଥିତି ଅନୁଧ୍ୟାନ ପରେ କେନ୍ଦ୍ର ସହାୟତା ଦେବ ବୋଲି ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ କହିଛନ୍ତି । ତେବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉଭୟ ବିଜେଡି ଓ କଂଗ୍ରେସକୁ ସମାଲୋଚନା କରିଛନ୍ତି।

Related story