ମରୁଡି ପ୍ରଭାବିତ ଅଞ୍ଚଳରେ ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଋଣ ଆଦାୟ ବନ୍ଦ

ଭୁବନେଶ୍ୱର: ମରୁଡି ପ୍ରଭାବିତ ଅଞ୍ଚଳରେ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଖରିଫ ଫସଲ ଋଣ ଆଦାୟ କରାଯିବ ନାହିଁ। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏହି ସୂଚନା ଦିଆଯାଇଛି । ସେହିପରି ରବି ଫସଲ ଲାଗି ସମବାୟ ବ୍ୟାଙ୍କଗୁଡିକ ଚାଷୀଙ୍କୁ ପ୍ରାୟ ୪ ହଜାର ୫୦୦ କୋଟି ଟଙ୍କ।ର ଋଣ ଦେବେ। ଅନ୍ୟ ବ୍ୟାବସାୟିକ ବ୍ୟାଙ୍କ ମଧ୍ୟ ଋଣ ଦେବେ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଗୋକୁଳ […]

gokula pati

Rakesh Mallick
  • Published: Saturday, 07 November 2015
  • , Updated: 08 November 2015, 04:05 AM IST

ଭୁବନେଶ୍ୱର: ମରୁଡି ପ୍ରଭାବିତ ଅଞ୍ଚଳରେ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଖରିଫ ଫସଲ ଋଣ ଆଦାୟ କରାଯିବ ନାହିଁ। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏହି ସୂଚନା ଦିଆଯାଇଛି । ସେହିପରି ରବି ଫସଲ ଲାଗି ସମବାୟ ବ୍ୟାଙ୍କଗୁଡିକ ଚାଷୀଙ୍କୁ ପ୍ରାୟ ୪ ହଜାର ୫୦୦ କୋଟି ଟଙ୍କ।ର ଋଣ ଦେବେ। ଅନ୍ୟ ବ୍ୟାବସାୟିକ ବ୍ୟାଙ୍କ ମଧ୍ୟ ଋଣ ଦେବେ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି। ସେହିପରି ଭାଗଚାଷୀଙ୍କୁ ଥିବା ବ୍ୟବସ୍ଥା ଅନୁସାରେ ଋଣ ଦେବାକୁ ବ୍ୟାଙ୍କଙ୍କୁ ଅନୁରୋଧ କରାଯାଇଛି। ପ୍ରାଥମିକ ଆକଳନ ଅନୁଯାୟୀ, ବର୍ତ୍ତମାନର ମରୁଡ଼ିରେ ୧୩୯ଟି ବ୍ଲକ୍ ପ୍ରଭାବିତ ହୋଇଥିବା ସେ ସୂଚନା ଦେଇଛନ୍ତି।

Related story