ମରୁଡ଼ି ସହାୟତା ପ୍ରଦାନକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ

ଭୁବନେଶ୍ୱର: ମରୁଡି ସହାୟତାକୁ ନେଇ ପୁଣି ଥରେ ରାଜ୍ୟ ଓ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ୨ ଦିନ ତଳେ ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ବିଧାନସଭାରେ କହିଥିଲେ କେନ୍ଦ୍ର ଘୋଷଣା ହୋଇଥିବା ମରୁଡ଼ି ସହାୟତାରୁ ଗୋଟିଏ ବି ଟଙ୍କା ରାଜ୍ୟକୁ ମିଳିନି। ତାଙ୍କର ଏପରି ମନ୍ତବ୍ୟକୁ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲା ଓରାମ୍‌ ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଖଣ୍ଡନ କରିଛନ୍ତି। ଉଭୟ କହିଛନ୍ତି, ରାଜ୍ୟ ସରକାର ମିଛ କହୁଛନ୍ତି। କେନ୍ଦ୍ର ଦେଉଥିବା ବିଭିନ୍ନ […]

amar_jual

Rakesh Mallick
  • Published: Friday, 25 March 2016
  • , Updated: 25 March 2016, 03:02 PM IST

ଭୁବନେଶ୍ୱର: ମରୁଡି ସହାୟତାକୁ ନେଇ ପୁଣି ଥରେ ରାଜ୍ୟ ଓ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ୨ ଦିନ ତଳେ ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ବିଧାନସଭାରେ କହିଥିଲେ କେନ୍ଦ୍ର ଘୋଷଣା ହୋଇଥିବା ମରୁଡ଼ି ସହାୟତାରୁ ଗୋଟିଏ ବି ଟଙ୍କା ରାଜ୍ୟକୁ ମିଳିନି। ତାଙ୍କର ଏପରି ମନ୍ତବ୍ୟକୁ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲା ଓରାମ୍‌ ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଖଣ୍ଡନ କରିଛନ୍ତି। ଉଭୟ କହିଛନ୍ତି, ରାଜ୍ୟ ସରକାର ମିଛ କହୁଛନ୍ତି। କେନ୍ଦ୍ର ଦେଉଥିବା ବିଭିନ୍ନ ଅନୁଦାନର ଶ୍ୱେତପତ୍ର ଜାରି କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।

ବିଧାନସଭାରେ ରାଜସ୍ୱମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଥିଲେ, “ମରୁଡ଼ି ସହାୟତା ନେଇ କେନ୍ଦ୍ର ନିକଟରେ ରାଜ୍ୟ ସରକାର କରିଥିବା ଦାବି ମୁତାବକ ଅର୍ଥ ଏଯାଏଁ ମିଳିନାହିଁ।”

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌ ଆଜି କହିଛନ୍ତି, “ରାଜ୍ୟ ସରକାର ମିଛ କହୁଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଅର୍ଥ ଠିକ୍‌ ସମୟରେ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ରାଜ୍ୟ ସରକାର ଏପରି ମିଛ କହି ଅସୁବିଧା ସୃଷ୍ଟି ନ କରନ୍ତୁ, ଯାହାପାଇଁ ପଛରେ କେନ୍ଦ୍ର ନିକଟରେ ଅପଦସ୍ତ ହେବାକୁ ପଡିବ।”

ତେବେ କିଏ ସତ କହୁଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ମରୁଡ଼ି ସହାୟତା ବାବଦକୁ ଘୋଷଣା ହୋଇଥିବା ୮୧୫ କୋଟିରୁ ରାଜ୍ୟକୁ ୭୦୭ କୋଟି ମିଳି ସାରିଛି। କେନ୍ଦ୍ର ସରକାର ରାଜ୍ୟକୁ କେତେ ଟଙ୍କା ଦେଉଛନ୍ତି, ରାଜ୍ୟ ସରକାର ଶ୍ୱେତପତ୍ର ମାଧ୍ୟମରେ ତାହା ଜଣାନ୍ତୁ।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “ମରୁଡ଼ି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଅର୍ଥ ଦିଆଯାଇ ସାରିଛି ବୋଲି ଯେତେ ପ୍ରଚାର କରାଗଲେ ମଧ୍ୟ ଏହାକୁ କେହି ବିଶ୍ୱାସ କରିବେ ନାହିଁ। କାରଣ ଏ କଥା ବିଜେପି ବିଧାନସଭାରେ କହିପାରିଥାନ୍ତେ। ସେଠାରେ ନ କହି ଆଜି କାହିଁକି ଏ କଥା ଉଠାଉଛି। ଗୃହରେ ଏ ନେଇ ନିଜର ମତ ଉପସ୍ଥାପନ କରିବାର ସୁଯୋଗ ଥିଲା। ଯଦି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ମରୁଡ଼ି ନେଇ ଅର୍ଥ ଦେଇ ସାରିଛନ୍ତି, ତେବେ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ପଠାଯାଇଥିବା ଚିଠିର ନମ୍ବର କିମ୍ବା କମ୍ୟୁନିକେସନ କୋଡ୍‌ ଗୃହରେ ଉପସ୍ଥାପନ କରିପାରିଥାନ୍ତେ।”

Related story