ମରୁଡି ସମୀକ୍ଷା: ୭ଦିନରେ ରିପୋର୍ଟ ଦେବାକୁ କୃଷି ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଦେଖା ଦେଇଥିବା ମରୁଡି ସ୍ଥିତିର ସମୀକ୍ଷା କରି ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରିପୋର୍ଟ ଆଧାରରେ ସରକାର ମରୁଡି ସହାୟତା ଘୋଷଣା କରିବେ ବୋଲି ସମୀକ୍ଷା ବୈଠକ ପରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟର ୨୨ଟି ଜିଲ୍ଲାରେ ସ୍ୱାଭାବିକ ହୋଇଥିବା ବେଳେ ୮ଟିରେ କମ ବର୍ଷା ହୋଇଛି । ବିଶେଷ କରି ୨୩ଟି ଜିଲ୍ଲାର ୧୦୩ […]

Naveen Patnaik

Naveen Patnaik

Rakesh Mallick
  • Published: Monday, 14 September 2015
  • Updated: 14 September 2015, 04:38 PM IST

Sports

Latest News

Naveen-Patnaik2-570x377ଭୁବନେଶ୍ୱର: ରାଜ୍ୟରେ ଦେଖା ଦେଇଥିବା ମରୁଡି ସ୍ଥିତିର ସମୀକ୍ଷା କରି ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରିପୋର୍ଟ ଆଧାରରେ ସରକାର ମରୁଡି ସହାୟତା ଘୋଷଣା କରିବେ ବୋଲି ସମୀକ୍ଷା ବୈଠକ ପରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟର ୨୨ଟି ଜିଲ୍ଲାରେ ସ୍ୱାଭାବିକ ହୋଇଥିବା ବେଳେ ୮ଟିରେ କମ ବର୍ଷା ହୋଇଛି । ବିଶେଷ କରି ୨୩ଟି ଜିଲ୍ଲାର ୧୦୩ ବ୍ଲକ ପ୍ରଭାବିତ ହୋଇଥିବା ବୈଠକରେ କୁହାଯାଇଥିଲା । ପ୍ରଭାବିତ ଚାଷୀଙ୍କୁ ରବି ଚାଷ ପାଇଁ ମାଗଣା ବିହନ କିଟ୍ ଯୋଗାଇ ଦେବାକୁ କୃଷି ବିଭାଗ ଯୋଜନା କରିଛି। ଅଚଳ ଉଠାଜଳସେଚନ ପଏଣ୍ଟ ମରାମତି କରିବାକୁ କୁହାଯାଇଛି।  ସେହିପରି ପ୍ରଭାବିତ ଅଞ୍ଚଳର ଚାଷୀଙ୍କ ପାଇଁ ଏକ ଲକ୍ଷ କୁଇଣ୍ଟାଲ ସ୍ୱଳ୍ପ ମିଆଦି ଧାନବିହନ ମହଜୁଦ ରଖାଯାଇଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ଅପରାହ୍ନରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର, ରାଜସ୍ୱ ଓ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କମ୍ ବର୍ଷା ଯୋଗୁଁ ରାଜ୍ୟର ୯ଟି ଜିଲ୍ଲାରେ ସୃଷ୍ଟି ହୋଇଥିବା ମରୁଡି ସ୍ଥିତି ନେଇ ବୈଠକରେ ଆଲୋଚନା ହୋଇଥିଲା । ପାଣିପାଗ ବିଭାଗ ସୂଚନା ଅନୁସାରେ, ୧୬ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ନିଅଣ୍ଟିଆ ବର୍ଷା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos