ମତ ବଦଳାଇଲେ ହେମାନନ୍ଦ, କହିଲେ ନେତୃତ୍ୱ ପରିବର୍ତ୍ତନ ଚାହୁଁଥିବା ନେତା ଭୁଲ

ଭୁବନେଶ୍ୱର: ପିସିସି ମୁଖ୍ୟ ପ୍ରସାଦ ହରିଚନ୍ଦନଙ୍କୁ ନେଇ ଦଳରେ କିଛି ଅସନ୍ତୋଷ ଅଛି ବୋଲି ଗତକାଲି ମନ୍ତବ୍ୟ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଗତକାଲି ମନ୍ତବ୍ୟ ଦେଇଥିବା ବେଳେ ଆଜି ଏହାକୁ ଅସ୍ୱୀକାର କରିଛନ୍ତି। ଆଜି ପ୍ରସାଦଙ୍କ ସପକ୍ଷରେ ଯୁକ୍ତି ବାଢିବା ସହ ଏ ନେଇ ରାହୁଲଙ୍କୁ ସେ କିଛି କହି ନାହାନ୍ତି ଓ ନେତୃତ୍ୱ ପରିବର୍ତ୍ତନ ଚାହୁଁଥିବା ନେତାମାନେ ଭୁଲ ବୋଲି ସେ କହିଛନ୍ତି। ଗତକାଲି ରାହୁଲଙ୍କୁ ଭେଟିବା ପରେ ବିଶ୍ୱାଳ କହିଥିଲେ, “ଆଗାମୀ […]

hemananda

Rakesh Mallick
  • Published: Thursday, 09 June 2016
  • , Updated: 09 June 2016, 10:21 PM IST

ଭୁବନେଶ୍ୱର: ପିସିସି ମୁଖ୍ୟ ପ୍ରସାଦ ହରିଚନ୍ଦନଙ୍କୁ ନେଇ ଦଳରେ କିଛି ଅସନ୍ତୋଷ ଅଛି ବୋଲି ଗତକାଲି ମନ୍ତବ୍ୟ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଗତକାଲି ମନ୍ତବ୍ୟ ଦେଇଥିବା ବେଳେ ଆଜି ଏହାକୁ ଅସ୍ୱୀକାର କରିଛନ୍ତି। ଆଜି ପ୍ରସାଦଙ୍କ ସପକ୍ଷରେ ଯୁକ୍ତି ବାଢିବା ସହ ଏ ନେଇ ରାହୁଲଙ୍କୁ ସେ କିଛି କହି ନାହାନ୍ତି ଓ ନେତୃତ୍ୱ ପରିବର୍ତ୍ତନ ଚାହୁଁଥିବା ନେତାମାନେ ଭୁଲ ବୋଲି ସେ କହିଛନ୍ତି।

ଗତକାଲି ରାହୁଲଙ୍କୁ ଭେଟିବା ପରେ ବିଶ୍ୱାଳ କହିଥିଲେ, “ଆଗାମୀ ଦିନରେ ନେତୃତ୍ୱ ପରିବର୍ତ୍ତନ ହେବ କି ନାହିଁ ସେ ବିଷୟରେ ମୁଁ ଆଲୋଚନା କରିବାକୁ ଆସି ନ ଥିଲି କି ଆଲୋଚନା କରିନାହିଁ। ତେବେ ଦଳର ନେତୃତ୍ୱକୁ ନେଇ ରାଜ୍ୟରେ କିଛି ନେତାଙ୍କର ଅସନ୍ତୋଷ ରହିଛି, ଏହାକୁ ମନା କରି ହେବ ନାହିଁ।”

ଆଜି ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, “ଦଳରେ ଅସନ୍ତୋଷ ଥିବା କଥା ମୁଁ ରାହୁଲଙ୍କୁ କହିନାହିଁ କି ପିସିସି ସଭାପତି ପରିବର୍ତ୍ତନ କଥା ଉଠାଇ ନାହିଁ। ବରିଷ୍ଠ ନେତାଙ୍କୁ ଅଣଦେଖା ପ୍ରସଙ୍ଗରେ ମଧ୍ୟ କିଛି କହିନାହିଁ। ପିସିସି ସଭାପତି ପରିବର୍ତ୍ତନ ପାଇଁ ଯେଉଁମାନେ ଚାହୁଁଛନ୍ତି, ସେମାନେ ଭୁଲ କରୁଛନ୍ତି।”

ଏଆଇସିସି ସମ୍ପାଦକ ଭକ୍ତ ଦାସ କହିଛନ୍ତି, “ହେମାନନ୍ଦ ବାବୁ ଦଳକୁ ମଜବୁତ କରିବା ସମ୍ପର୍କରେ ମତ ରଖିଛନ୍ତି। ନେତୃତ୍ୱ ପରିବର୍ତ୍ତନ କରିଦେଲେ କ’ଣଟା ହୋଇଯିବ? ସମସ୍ତଙ୍କ ସହଯୋଗରେ ଆମେ କେମିତି ଆଗକୁ ଯାଇପାରିବୁ ସେହି କଥା ସେ କହିଛନ୍ତି।”

ହେମାନନ୍ଦଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ପ୍ରସାଦ କହିଛନ୍ତି, “ହେମାନନ୍ଦ ବାବୁ ଜଣେ ବରିଷ୍ଠ ନେତା। ଯଦି କିଛି ଅସନ୍ତୋଷ ଥାଏ ଜ୍ଞାତସାରକୁ ଆସିଲେ ସମାଧାନ ପାଇଁ ଉଦ୍ୟମ କରାଯିବ।”

ଆସନ୍ତାକାଲି ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର, ବିଧାନସଭାରେ ବିରୋଧୀଙ୍କ ଅଧିକାର କ୍ଷୁର୍ଣ୍ଣ ପ୍ରତିବାଦରେ ଦଳ ପକ୍ଷରୁ ‘ଧିକ୍କାର ଦିବସ’ ପାଳନ କରାଯିବ। ଏହି ଅବସରରେ ଦଳ କେନ୍ଦ୍ର ସରକାରଙ୍କ ବିଫଳତା କଥା ମଧ୍ୟ ଉଠାଇବ। ଏପରି ସମୟରେ ଦଳରେ ନେତୃତ୍ୱକୁ ନେଇ ଉଠିଥିବା ବିବାଦ କଂଗ୍ରେସକୁ ଅଡୁଆରେ ପକାଇଛି।

Related story