ମାଟ୍ରିକ ପରୀକ୍ଷା: ମାଓପ୍ରବଣ ଜିଲ୍ଲାର ଥାନାରେ ହେବ ନୋଡାଲ ସେଣ୍ଟର

କଟକ: ମାଟ୍ରିକ୍‌ ପରୀକ୍ଷା ପରିଚାଳନା ପାଇଁ ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମାଓପ୍ରବଣ ନୟାଗଡ, କନ୍ଧମାଳ, କୋରାପୁଟ ଓ ମାଲକାନାଗିରି ଜିଲ୍ଲାରେ ଥିବା ସମସ୍ତ ନୋଡାଲ ସେଣ୍ଟର ଥାନାରେ କରାଯିବ। ପରୀକ୍ଷା କେନ୍ଦ୍ର ଏବଂ ନେଡାଲ ସେଣ୍ଟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି ଆଜି କହିଛନ୍ତି। ସେ କହିଛନ୍ତି,“ମାଟ୍ରିକ ପରୀକ୍ଷା ନିୟନ୍ତ୍ରଣ ପାଇଁ ରାଜ୍ୟରେ ମୋଟ ୨୯୫ଟି ନୋଡାଲ ସେଣ୍ଟର […]

nihar ranjan mohanty

Rakesh Mallick
  • Published: Saturday, 28 January 2017
  • , Updated: 28 January 2017, 11:05 PM IST

କଟକ: ମାଟ୍ରିକ୍‌ ପରୀକ୍ଷା ପରିଚାଳନା ପାଇଁ ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମାଓପ୍ରବଣ ନୟାଗଡ, କନ୍ଧମାଳ, କୋରାପୁଟ ଓ ମାଲକାନାଗିରି ଜିଲ୍ଲାରେ ଥିବା ସମସ୍ତ ନୋଡାଲ ସେଣ୍ଟର ଥାନାରେ କରାଯିବ। ପରୀକ୍ଷା କେନ୍ଦ୍ର ଏବଂ ନେଡାଲ ସେଣ୍ଟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି ଆଜି କହିଛନ୍ତି।

ସେ କହିଛନ୍ତି,“ମାଟ୍ରିକ ପରୀକ୍ଷା ନିୟନ୍ତ୍ରଣ ପାଇଁ ରାଜ୍ୟରେ ମୋଟ ୨୯୫ଟି ନୋଡାଲ ସେଣ୍ଟର ରହିଛି। ସେଥିମଧ୍ୟରୁ ୨୭ଟି ଥାନାକୁ ନୋଡାଲ ସେଣ୍ଟର ଭାବେ ଗ୍ରହଣ କରାଯାଇଛି। ତେବେ ସମ୍ୱେଦନଶୀଳ ପରୀକ୍ଷା କେନ୍ଦ୍ରରେ ଆବଶ୍ୟକ ହେଲେ ସିସିଟିଭି କ୍ୟାମେରା ଲଗାଯିବ। ଅନ୍ୟପକ୍ଷରେ ଫେବୃଆରୀ ୭ରେ ଆଡମିଟ କାର୍ଡ ବୋର୍ଡ ୱେବ୍ ସାଇଟରେ ଉପଲବ୍ଧ ହେବ।”

ସେ କହିଛନ୍ତି,“ପତ୍ରବିନିମୟ ପରୀକ୍ଷାର୍ଥୀମାନେ ସେମାନଙ୍କର ୟୁନିକ୍ ଆଇଡେଣ୍ଟିଫିକେସନ୍ ନମ୍ୱର ବା ୟୁଆଇଏନ୍‌ ବ୍ୟବହାର କରି ନିଜ ଆଡମିଟ କାର୍ଡ ଡାଉନଲୋଡ୍‌ କରିପାରିବେ ଓ ତାହା ବୈଧ ବିବେଚନା କରାଯିବ। ପରୀକ୍ଷାର୍ଥୀଙ୍କ ନିକଟକୁ ଡାକଯୋଗେ ମଧ୍ୟ ଆଡମିଟ କାର୍ଡ ପଠା ଯିବାର ବ୍ୟବସ୍ଥା କରାଯାଉଛି।”

ସେ ଆହୁରି ମଧ୍ୟ କହିଛନ୍ତି,“ଆସନ୍ତା ଫେବୃଆରୀ ୨୮ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। ଚଳିତବର୍ଷ ମୋଟ ୬ ଲକ୍ଷ ୮ ହଜାର ୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୯୩୯ଟି ପରୀକ୍ଷା କେନ୍ଦ୍ର କରାଯାଇଛି।”

Related story