ଫେବ୍ରୁଆରୀ ୨୨ରୁ ମାଟ୍ରିକ୍ ପରୀକ୍ଷା; ଡ୍ରପ୍ ଆଉଟ୍ ପିଲାଙ୍କ ପାଇଁ ଆରମ୍ଭ ହେଲା ଏସଆଇଓଏସ୍

କଟକ: ଚଳିତବର୍ଷ ୬ଲକ୍ଷ ୧ହଜାର ୩୮୯ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ । ଆଜି ବସିଥିବା ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ପରିଚାଳନା କମିଟି ବୈଠକ ପରେ ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦ ଏହି ସୂଚନା ଦେଇଛନ୍ତି। ଫେବ୍ରୁଆରୀ ୨୨ ତାରିଖରୁ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ପରୀକ୍ଷା କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ୨୨ ତାରିଖରେ ଫାଷ୍ଟ ଲାଙ୍ଗୁଏଜ୍, ୨୪ରେ ସେକେଣ୍ଡ ଓ ୨୬ ତାରିଖରେ ଥାର୍ଡ ଲାଙ୍ଗୁଏଜ୍ ପରୀକ୍ଷା ହେବ। ସେହିପରି ୨୯ ତାରିଖରେ […]

matric

Rakesh Mallick
  • Published: Tuesday, 24 November 2015
  • , Updated: 25 November 2015, 02:13 AM IST

କଟକ: ଚଳିତବର୍ଷ ୬ଲକ୍ଷ ୧ହଜାର ୩୮୯ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ । ଆଜି ବସିଥିବା ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ପରିଚାଳନା କମିଟି ବୈଠକ ପରେ ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦ ଏହି ସୂଚନା ଦେଇଛନ୍ତି। ଫେବ୍ରୁଆରୀ ୨୨ ତାରିଖରୁ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ପରୀକ୍ଷା କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ୨୨ ତାରିଖରେ ଫାଷ୍ଟ ଲାଙ୍ଗୁଏଜ୍, ୨୪ରେ ସେକେଣ୍ଡ ଓ ୨୬ ତାରିଖରେ ଥାର୍ଡ ଲାଙ୍ଗୁଏଜ୍ ପରୀକ୍ଷା ହେବ। ସେହିପରି ୨୯ ତାରିଖରେ ଗଣିତ, ମାର୍ଚ୍ଚ ୨ ତାରିଖରେ ବିଜ୍ଞାନ ଓ ୪ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ଅନଲାଇନରେ ଫର୍ମଫିଲପ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ତ୍ରୁଟି ସୁଧାରିବା ପାଇଁ ମଧ୍ୟ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଫର୍ମଫିଲପ୍ ଡାଟା ବେସକୁ ସମ୍ପୃକ୍ତ ‌ୱେବସାଇଟରେ ଅପଲୋଡ୍ କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷ ଏହାକୁ ଡାଉନଲୋଡ୍ କରି କୌଣସି ତ୍ରୁଟି ଥିଲେ ବୋର୍ଡର ଦୃଷ୍ଟି ଆକର୍ଷଣ କରିପାରିବେ। ଏଥିପାଇଁ ଆଜିଠାରୁ ଆସନ୍ତା ୩୦ ତାରିଖ ଯାଏଁ ସମୟ ଦିଆଯାଇଛି। ଇନଭିଜିଲେଟର ଓ ଖାତା ମୂଲ୍ୟାୟନ ପାରିଶ୍ରମିକକୁ ବୃଦ୍ଧି କରାଯାଇଛି। ସିଟିଂ ପିଛା ପାରିଶ୍ରମିକ ୧୫ରୁ ୨୫ ଟଙ୍କାକୁ ବୃଦ୍ଧି ପାଇଛି। ମୂଲ୍ୟାୟନ ପାରିଶ୍ରମିକ ଖାତା ପିଛା ୪ରୁ ୫ଟଙ୍କାକୁ ବଢିଲା।

ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ପାଇଁ ମାଟ୍ରିକ୍ ପାସ୍ କରିବାର ସୁଯୋଗ ସୃଷ୍ଟି ହୋଇଛି। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ’ (ଏସ୍ଆଇଓଏସ୍) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଯେଉଁ ପିଲାମାନେ ସପ୍ତମ ପାସ୍ କରିଥିବେ ସେମାନେ ଏସଆଇଓଏସ ମାଧ୍ୟମରେ ମାଟ୍ରିକ୍ ପରୀକ୍ଷା ଦେଇ ପାରିବେ। ବର୍ଷକୁ ଦୁଇଥର କରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ୧୦ଥର ଏମାନଙ୍କୁ ପରୀକ୍ଷା ଦେବା ଲାଗି ସୁଯୋଗ ମିଳିବ। ଚଳିତବର୍ଷ ୩୨ଶହ ପିଲା ପରୀକ୍ଷା ଦେବା ଲାଗି ଆବେଦନ କରିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Related story