ରାସନକାର୍ଡ ତାଲିକାରେ କଟକ ମେୟରଙ୍କ ନାଁ ଅଭିଯୋଗ; ସିଏମସି କମିଶନରଙ୍କ ତଦନ୍ତ ନିର୍ଦ୍ଦେଶ

କଟକ: ରାସନକାର୍ଡ ତାଲିକାରେ କଟକ ମେୟର ଅନୀତା ବେହେରାଙ୍କ ନାଁ ଥିବା ନେଇ ଅଭିଯୋଗ ଆସିବା ପରେ ସିଏମସି କମିଶନର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡେପୁଟି କମିଶନରଙ୍କ ସହ ୪ ଜଣ ଅଧିକାରୀ ଏହି ଅଭିଯୋଗର ତଦନ୍ତ କରିବେ। ମେୟର ଅନୀତା ବେହେରାଙ୍କ ନାଁ ରାସନକାର୍ଡ ତାଲିକାରେ ଥିବା ଅଭିଯୋଗ କରି ଆଜି ମହାନଗର ନିଗମ ବୈଠକରେ କର୍ପୋରେଟରମାନେ ହଟ୍ଟଗୋଳ କରିଥିଲେ। ଏହି ହଟ୍ଟଗୋଳ ପରେ ସିଏମସି କମିଶନର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। […]

cuttack mayar-7

Rakesh Mallick
  • Published: Monday, 28 December 2015
  • , Updated: 28 December 2015, 11:31 AM IST

କଟକ: ରାସନକାର୍ଡ ତାଲିକାରେ କଟକ ମେୟର ଅନୀତା ବେହେରାଙ୍କ ନାଁ ଥିବା ନେଇ ଅଭିଯୋଗ ଆସିବା ପରେ ସିଏମସି କମିଶନର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡେପୁଟି କମିଶନରଙ୍କ ସହ ୪ ଜଣ ଅଧିକାରୀ ଏହି ଅଭିଯୋଗର ତଦନ୍ତ କରିବେ। ମେୟର ଅନୀତା ବେହେରାଙ୍କ ନାଁ ରାସନକାର୍ଡ ତାଲିକାରେ ଥିବା ଅଭିଯୋଗ କରି ଆଜି ମହାନଗର ନିଗମ ବୈଠକରେ କର୍ପୋରେଟରମାନେ ହଟ୍ଟଗୋଳ କରିଥିଲେ। ଏହି ହଟ୍ଟଗୋଳ ପରେ ସିଏମସି କମିଶନର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ବୈଠକରେ ଏହି ଅଭିଯୋଗ ଆସିବା ପରେ ମେୟର ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ, ‘ମୁଁ ଏ ସଂପର୍କରେ କିଛି ଜାଣିନାହିଁ। ପରିବାର ଲୋକେ ଭୁଲବଶତଃ ଏପରି କରି ଦେଇଛନ୍ତି। ମୋ ବିରୁଦ୍ଧରେ ଯାହା ତଦନ୍ତ ହେବ ତାହାର ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ଅଛି।’

ବିରୋଧୀ କର୍ପୋରେଟରମାନେ ମେୟରଙ୍କ ବିରୋଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି।



Related story