ଡାକ୍ତରଙ୍କୁ ଏମ୍‌ସିଆଇର ଚେତାବନୀ: ଜେନେରିକ୍‌ ମେଡିସିନ୍‌ ନ ଲେଖିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ପୁଣି ୨୦୧୬ ନିର୍ଦ୍ଦେଶନାମାକୁ ଦୋହରାଇଲା ଏମସିଆଇ(ମେ଼ଡିକାଲ କାଉନ୍‌ସିଲ ଅଫ ଇଣ୍ଡିଆ।)। ପ୍ରେସ୍‌କ୍ରିପସନ୍‌ରେ ମେଡିସିନର ବ୍ରାଣ୍ଡ ନାମ ବଦଳରେ  ଜେନେରିକ ନାମ ଲେଖିବାକୁ ଡାକ୍ତରଙ୍କୁ ତାଗିଦ୍‌ କରିଛି ଏମସିଆଇ। ଯଦି ଏହି ନିୟମକୁ କେହି ବେଖାତିର କରନ୍ତି ତେବେ ସେହି ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏମସିଆଇ ଚେତାଇ ଦେଇଛି।  ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ୨୦୧୬ରେ ଏମସିଆଇ ନିର୍ଦ୍ଦେଶନାମା ଜାରି କରିଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହା […]

pills-1

Rakesh Mallick
  • Published: Saturday, 22 April 2017
  • , Updated: 22 April 2017, 08:09 PM IST

ନୂଆଦିଲ୍ଲୀ: ପୁଣି ୨୦୧୬ ନିର୍ଦ୍ଦେଶନାମାକୁ ଦୋହରାଇଲା ଏମସିଆଇ(ମେ଼ଡିକାଲ କାଉନ୍‌ସିଲ ଅଫ ଇଣ୍ଡିଆ।)। ପ୍ରେସ୍‌କ୍ରିପସନ୍‌ରେ ମେଡିସିନର ବ୍ରାଣ୍ଡ ନାମ ବଦଳରେ  ଜେନେରିକ ନାମ ଲେଖିବାକୁ ଡାକ୍ତରଙ୍କୁ ତାଗିଦ୍‌ କରିଛି ଏମସିଆଇ। ଯଦି ଏହି ନିୟମକୁ କେହି ବେଖାତିର କରନ୍ତି ତେବେ ସେହି ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏମସିଆଇ ଚେତାଇ ଦେଇଛି।  ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ୨୦୧୬ରେ ଏମସିଆଇ ନିର୍ଦ୍ଦେଶନାମା ଜାରି କରିଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଇଥିଲେ। ଗରିବ ଲୋକମାନେ ଯେଭଳି ଅଳ୍ପ ମୂଲ୍ୟରେ ଜେନେରିକ୍‌ ଔଷଧ ପାଇପାରିବେ ସେନେଇ ମୋଦି ଗୁରୁତ୍ୱ ଦେଇଥିଲେ। ନିକଟରେ ମୋଦି ସୁରଟ ଗସ୍ତରେ ଯାଇଥିବା ବେଳେ ଏଠାରେ ଏକ ସୁପର ସ୍ପେସିଆଲିଟି ହସପିଟାଲ ଉଦ୍‌ଘାଟନୀ ଅବସରରେ ଉପରୋକ୍ତ ପ୍ରସଙ୍ଗକୁ ଦୋହରାଇ ଥିଲେ । ଏହାପରେ ଏମସିଆଇ ଜେନେରିକ ମେଡିସିନ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।  ଏ ସମ୍ପର୍କରେ ଏମସିଆଇ ବିଭିନ୍ନ ମେଡିକାଲ କଲେଜ୍‌ ଏବଂ ହସପିଟାଲ କର୍ତ୍ତୃପକ୍ଷଙ୍କୁ ଚିଠିଲେଖି ଅବଗତ କରିଛି।

ଜେନେରିକ୍‌ ମେଡିସିନ୍‌ କ’ଣ?

ଜେନେରିକ୍ ହେଉଛି  (ଔଷଧ) ଏମିତି ଏକ ପ୍ରଡକ୍ଡ ଯାହା କୌଣସି କମ୍ପାନୀର ବ୍ରାଣ୍ଡ ସହ ସମାନ। ଏହି ଜେନେରିକ୍ ମେଡିସିନ ବ୍ରାଣ୍ଡ କମ୍ପାନୀ(ଏହା ସହ ସମକକ୍ଷ)ଠାରୁ ଅତ୍ୟନ୍ତ ଶସ୍ତା। ହେଲେ ଡାକ୍ତରମାନେ ବିଭିନ୍ନ କମ୍ପାନୀ ଠାରୁ ଲାଭବାନ ହେଉଥିବାରୁ ଏହି ଜେନେରିକ୍ ମେଡିସିନକୁ ପ୍ରେସ୍‌କ୍ରିପ୍‌ସନ୍‌ ଉପରେ ଲେଖନ୍ତି ନାହିଁ।

Related story