ମେଡିକାଲରେ ନାମଲେଖା ପାଇଁ ଆଜିଠୁ କାଉନସିଲିଂ

ଭୁବନେଶ୍ୱର: ମେଡିକାଲରେ ନାମ ଲେଖା ପାଇଁ ସୋମବାରରୁ ଆରମ୍ଭ ହେବ କାଉନସିଲିଂ। ଏହି କାଉନସିଲିଂ ପ୍ରକ୍ରିୟା ଓଜେଇଇ କର୍ତ୍ତୃପକ୍ଷଙ୍କ ତତ୍ତ୍ୱାବଧାନରେ କରାଯିବ। ଆସନ୍ତା ୨୮ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରେଜିଷ୍ଟ୍ରେଶନ କରିପାରିବେ। କାଉନସିଲିଂ ପାଇଁ କଟକ ଏସସିବି ମେଡିକାଲ କଲେଜକୁ ନୋଡାଲ ସେଣ୍ଟର ଭାବେ ଚିହ୍ନଟ କରାଯାଇଛି। ତେବେ ଚଳିତ ବର୍ଷ ରାଜ୍ୟର ୨୦୦ କମ୍ ଏମବିବିଏସ୍ ସିଟରେ ଆଡମିଶନ ହେବ। ଭିତ୍ତିଭୂମି ନଥିବାରୁ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ଏହି ସିଟ୍ କମାଇ ଦେଇଛି। ରାଉରକେଲା […]

medical student

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 03:13 AM IST

ଭୁବନେଶ୍ୱର: ମେଡିକାଲରେ ନାମ ଲେଖା ପାଇଁ ସୋମବାରରୁ ଆରମ୍ଭ ହେବ କାଉନସିଲିଂ। ଏହି କାଉନସିଲିଂ ପ୍ରକ୍ରିୟା ଓଜେଇଇ କର୍ତ୍ତୃପକ୍ଷଙ୍କ ତତ୍ତ୍ୱାବଧାନରେ କରାଯିବ। ଆସନ୍ତା ୨୮ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରେଜିଷ୍ଟ୍ରେଶନ କରିପାରିବେ। କାଉନସିଲିଂ ପାଇଁ କଟକ ଏସସିବି ମେଡିକାଲ କଲେଜକୁ ନୋଡାଲ ସେଣ୍ଟର ଭାବେ ଚିହ୍ନଟ କରାଯାଇଛି। ତେବେ ଚଳିତ ବର୍ଷ ରାଜ୍ୟର ୨୦୦ କମ୍ ଏମବିବିଏସ୍ ସିଟରେ ଆଡମିଶନ ହେବ। ଭିତ୍ତିଭୂମି ନଥିବାରୁ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ଏହି ସିଟ୍ କମାଇ ଦେଇଛି। ରାଉରକେଲା ସ୍ଥିତ ହାଇଟେକ୍ ମେଡିକାଲ କଲେଜ ଏବଂ କଳାହାଣ୍ଡିସ୍ଥିତ ସର୍ଦ୍ଦାର ରାଜା ମେଡିକାଲ କଲେଜରେ ଚଳିତ ବର୍ଷ ଏମବିବିଏସ୍ ସିଟରେ ନାମ ଛାତ୍ରଛାତ୍ରୀ ଲେଖାଇପାରିବେ ନାହିଁ  ବୋଲି ଓଜେଇଇର ଅଧ୍ୟକ୍ଷ ତୁଷାର କୁମାର ନାଥ ସୂଚନା ଦେଇଛନ୍ତି। ଗତବର୍ଷ ଉଭୟ କଲେଜରେ ୧୦୦ ଲେଖାଁଏ ଏମବିବିଏସ୍ ସିଟରେ  ଆଡମିଶନ ହୋଇଥିଲା।  ସିଟ୍ କମାଇ ଦିଆଯାଇଥିବାରୁ ଆଶାୟୀ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢିଯାଇଛି।

Related story