ଆଜି ରାତି ୧୨ରୁ କାଲି ରାତି ୧୨ ଯାଏଁ ବନ୍ଦ ରହିବ ଔଷଧ ଦୋକାନ

ଭୁବନେଶ୍ୱର: ଆଜି ମଧ୍ୟରାତ୍ରିରୁ ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଔଷଧ ଦୋକାନ। ଅଲ୍ ଇଣ୍ଡିଆ ଅରଗାନାଇଜେସନ୍ ଅଫ୍ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ପକ୍ଷରୁ ସାରା ଦେଶରେ ଏହି ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ ଏହାକୁ ସମର୍ଥନ କରୁଛି। ଫଳରେ ଆଜି ରାତି ୧୨ଟାରୁ ଆସନ୍ତାକାଲି ମଧ୍ୟରାତ୍ରି ଯାଏଁ ରାଜ୍ୟର ଔଷଧ ଦୋକାନଗୁଡ଼ିକ ବନ୍ଦ ରହିବ। ଓଡ଼ିଶାରେ ଏବେ ପ୍ରାୟ ୧୭ ହଜାର ଔଷଧ ଦୋକାନ ରହିଛି। ମେଡିସିନ୍‌ର ଅନଲାଇନ୍ […]

Medicine

Rakesh Mallick
  • Published: Monday, 29 May 2017
  • , Updated: 29 May 2017, 01:38 PM IST

ଭୁବନେଶ୍ୱର: ଆଜି ମଧ୍ୟରାତ୍ରିରୁ ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଔଷଧ ଦୋକାନ। ଅଲ୍ ଇଣ୍ଡିଆ ଅରଗାନାଇଜେସନ୍ ଅଫ୍ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ପକ୍ଷରୁ ସାରା ଦେଶରେ ଏହି ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ ଏହାକୁ ସମର୍ଥନ କରୁଛି। ଫଳରେ ଆଜି ରାତି ୧୨ଟାରୁ ଆସନ୍ତାକାଲି ମଧ୍ୟରାତ୍ରି ଯାଏଁ ରାଜ୍ୟର ଔଷଧ ଦୋକାନଗୁଡ଼ିକ ବନ୍ଦ ରହିବ।

ଓଡ଼ିଶାରେ ଏବେ ପ୍ରାୟ ୧୭ ହଜାର ଔଷଧ ଦୋକାନ ରହିଛି। ମେଡିସିନ୍‌ର ଅନଲାଇନ୍ ବିକ୍ରି ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଇ-ପୋର୍ଟାଲକୁ ବିରୋଧ କରି ସଂଘ ଏହି ବନ୍ଦ ଡାକରା ଦେଇଛି। ସେପଟେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନିରାମୟ ଯୋଜନାରେ ଔଷଧ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ହସ୍ପିଟାଲ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀମାନେ ଯେପରି ହଇରାଣ ନ ହୁଅନ୍ତି ସେଥିପାଇଁ ପଦକ୍ଷେପ ନିଆଯାଉଥିବା ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

Related story