ଯଦି ଦ୍ରୌପଦୀ ସବୁଦିନ ଏହି କାମ କରିଥାନ୍ତେ ତେବେ ମହାଭାରତ ଯୁଦ୍ଧ ହୋଇ ନ ଥାନ୍ତା !

ଆପଣ ମହାଭାରତ ବିଷୟରେ ଜାଣିଥିବେ ନିଶ୍ଚିତ। ହେଲେ କେବେ ଭାବିଛନ୍ତି ମହାଭାରତ ଯୁଦ୍ଧ କେଉଁ କାରଣ ପାଇଁ ହୋଇଥିଲା ? ଏହି ଯୁଦ୍ଧ ପାଇଁ ତ’ ଅନେକ କାରଣ ଥିବା କୁହାଯାଏ। ହେଲେ କିଛି ଲୋକଙ୍କ କହିବା କଥା ହେଲା  ଜଣେ ବୃଦ୍ଧଙ୍କ ପାଇଁ ଏହି ମହାସମର ହୋଇଥିଲା।  ଆମେ ଯେତେବେଳେ କୌଣସି ବିଷମ ପରିସ୍ଥିତିରେ ପଡ଼ୁ ସେତେବେଳେ ବଡ଼ ଏବଂ ବୃଦ୍ଧ ଲୋକଙ୍କ କଥା ମନେ ପଡ଼େ। ସେମାନେ କେବଳ ବୟସରେ ନୁହେଁ ଅନୁଭୁତି ଏବଂ […]

mahabharat

mahabharat

Rakesh Mallick
  • Published: Saturday, 03 February 2018
  • Updated: 03 February 2018, 05:29 PM IST

Sports

Latest News

ଆପଣ ମହାଭାରତ ବିଷୟରେ ଜାଣିଥିବେ ନିଶ୍ଚିତ। ହେଲେ କେବେ ଭାବିଛନ୍ତି ମହାଭାରତ ଯୁଦ୍ଧ କେଉଁ କାରଣ ପାଇଁ ହୋଇଥିଲା ? ଏହି ଯୁଦ୍ଧ ପାଇଁ ତ’ ଅନେକ କାରଣ ଥିବା କୁହାଯାଏ। ହେଲେ କିଛି ଲୋକଙ୍କ କହିବା କଥା ହେଲା  ଜଣେ ବୃଦ୍ଧଙ୍କ ପାଇଁ ଏହି ମହାସମର ହୋଇଥିଲା।  ଆମେ ଯେତେବେଳେ କୌଣସି ବିଷମ ପରିସ୍ଥିତିରେ ପଡ଼ୁ ସେତେବେଳେ ବଡ଼ ଏବଂ ବୃଦ୍ଧ ଲୋକଙ୍କ କଥା ମନେ ପଡ଼େ। ସେମାନେ କେବଳ ବୟସରେ ନୁହେଁ ଅନୁଭୁତି ଏବଂ ଅଭିଜ୍ଞତାରେ ସେମାନେ ମହାନ। ଆଜି ଆପଣଙ୍କୁ ଆମେ ମହାଭାରତ ସମ୍ପର୍କରେ ସେମିତି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ।କୁହାଯାଏ ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହେଲା ସେ ସମୟରେ ପିତାମହ ଭୀଷ୍ମ ଅନ୍ୟମନସ୍କ ଥିଲେ। ପାଣ୍ଡବଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ ତାଙ୍କର ଅଦୌ ଆଗ୍ରହ  ନ ଥିଲା।

ଏହି କାରଣରୁ ଦୁର୍ଯ୍ୟୋଧନ କ୍ରୋଧିତ ହୋଇ ଭୀଷ୍ମଙ୍କ ଉପରେ  ଅଟ୍ଟହାସ୍ୟ  କରିଦେଲେ। ଏଥିରେ ପୀତାମହ ଭୀଷ୍ମ ଅପାମାନ ବୋଧ କରି ବ୍ୟଥିତ ହୋଇଥିଲେ, ଆଉ ଘୋଷଣା କରିଥିଲେ ‘ପରଦିନ ଯୁଦ୍ଧରେ ମୁଁ ପାଣ୍ଡବଙ୍କୁ ବଧ କରିବି’। ଏହି ଘୋଷଣା ପରେ ପାଣ୍ଡବ ଶିବିରରେ ଭୟର ବାତାବରଣ ଖେଳିଗଲା। ସେପଟେ ପ୍ରଭୁ ଶ୍ରୀ କୃଷ୍ଣ  ପରାକ୍ରମୀ ଭୀଷ୍ମଙ୍କୁ କିଭଳି ପ୍ରତିରୋଧ କରିବେ ସେନେଇ ଚିନ୍ତିତ ଥିଲେ।

ତେଣୁ ସେ ଦ୍ରୌପଦୀଙ୍କୁ କହିଲେ, ଏବେ ତୁମେ ମୋ ସହିତ ଚାଲ। ଆଉ ଦ୍ରୌପଦୀଙ୍କୁ ନେଇ ଶ୍ରୀକୃଷ୍ଣ ଭୀଷ୍ମଙ୍କ ଶିବିରକୁ ଯାଇଥିଲେ।  ଶିବିର ବାହାରେ ଶ୍ରୀକୃଷ୍ଣ ଅପେକ୍ଷା କରିଥିଲେ। ଦ୍ରୌପଦୀଙ୍କୁ କହିଲେ ଯାଅ ପୀତାମହ ଭୀଷ୍ମଙ୍କୁ ପ୍ରଣାମ କର।  ଶ୍ରୀକୃଷ୍ଣଙ୍କ କହିବା ଅନୁଶାରେ ଦୌପଦୀ ଭୀଷ୍ମଙ୍କୁ ପ୍ରଣାମ କଲେ।  ଏହାର ପ୍ରତିବଦଳରେ ସମ୍ପୂର୍ଣ୍ଣ ସୌଭାଗ୍ୟବତୀର ବର ଦାନ ଦେଲେ ଭୀଷ୍ମ। ଆଉ ପଚାରିଲେ ପୁତ୍ରୀ ଏତେ ରାତିରେ ତୁମେ ଏଠାକୁ କିପରି ଆସିଲ ? ତୁମକୁ କଣ ଶ୍ରୀକୃଷ୍ଣ ଏଠାକୁ ନେଇ ଆସିଛନ୍ତି ? ଉତ୍ତରରେ ଦ୍ରୌପଦୀ କହିଲେ ଏବେ ଶ୍ରୀ କୃଷ୍ଣ ବାହାରେ ଅପେକ୍ଷା କରିଛନ୍ତି।  ଏହା ଶୁଣି ଭୀଷ୍ମ ତୁରନ୍ତ ଶ୍ରୀକୃଷ୍ଣ ପାଖଙ୍କୁ ଗଲେ। ଉଭୟେ ଉଭୟଙ୍କୁ ପ୍ରଣାମ କଲେ।  ପରେ ଭୀଷ୍ମ କହିଲେ ମୋର ବଚନକୁ ଯୁକ୍ତି ମାଧ୍ୟମରେ କେବଳ ଦେବକୀ ନନ୍ଦନ ହିଁ କାଟିପାରିବେ। ତେଣୁ ସଙ୍ଗେ ସଙ୍ଗେ ଶ୍ରୀ କୃଷ୍ଣ ଦ୍ରୌପଦୀଙ୍କୁ କହିଲେ ତୁମେ ଏହି ଗୋଟିଏ ଥର ପୀତାମହ ଭୀଷ୍ମଙ୍କୁ ପ୍ରଣାମ କରିଥିବାରୁ ତୁମ ସ୍ୱାମୀଙ୍କୁ ଜୀବଦାନ ମିଳିଗଲା।

ଯଦି ତୁମେ ସବୁଦିନ ଭୀଷ୍ମ, ଧ୍ରୁତରାଷ୍ଟ୍ର, ଦ୍ରୋଣାଚାର୍ଯ୍ୟଙ୍କ ଭଳି  ବରିଷ୍ଠ ଜନମାନଙ୍କୁ ପ୍ରଣାମ କରିଥାନ୍ତ ଆଉ ସେମିତି ଦୁର୍ଯ୍ୟୋଧନ, ଦୁଃଶାସନ ଏବଂ ଗାନ୍ଧାର ପତ୍ନୀଙ୍କ ପୁଅ ପାଣ୍ଡବ ମାନଙ୍କୁ ପ୍ରଣାମ କରିଥାନ୍ତେ ବୋଧହୁଏ କୁରୁକ୍ଷେତ୍ରର  ଭଳି ପରିସ୍ଥିତି ଉପୁଜି ନ ଥାନ୍ତା।  ତେବେ ପରିବାରର ବରିଷ୍ଠ ଲୋକ ତଥା ବୃଦ୍ଧମାନଙ୍କର କେତେ ମହତ୍ୱ ରହିଛି ତାହା ଏହି  ମହାଭାରତ ବାର୍ତ୍ତାରୁ  ସ୍ପଷ୍ଟ ହେଉଛି। ତେଣୁ ବଡ଼ମାନଙ୍କ ଅନୁଭୁତି ଏବଂ ଅଭିଜ୍ଞତା ବଡ଼ ବଡ଼ ଜଟିଳ  ସମସ୍ୟାର ସମାଧାନର ରାସ୍ତା ଖୋଲିଦିଏ। ତେଣୁ ବଡ଼ମାନଙ୍କୁ ସମ୍ମାନ, ଆଦର କରିବା ସହ ସେମାନଙ୍କ ଆଶୀର୍ବାଦ ନେଲେ କେହି କେବେ କୌଣସି ପରିସ୍ଥିତିରେ ହାରିଯାଏ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos