ବିଜୟୀ ବିଦିଶା : ୬ ଥର ହୃଦ୍‌ଘାତ ପରେ ହାର ମାନିଲା ମୃତ୍ୟୁ!

ବମ୍ବେ: ଥରେ ନୁହେଁ ଯମ ରୂପରେ ସେ ଆସିଥିଲା ୬ ଥର। ତା’ର ଘନ ଘନ ଆକ୍ରମଣରେ ନିଷ୍ପାପ ଶିଶୁଟି ଘାଇଲା ହୋଇ ଯାଉଥିଲା । ପୁଣି କେତେବେଳେ ନିସ୍ତେଜ ହୋଇ ପଡ଼ୁଥିଲା। ହେଲେ ନିୟତିର ବିଚାର ଥଲା କିଛି ଅଲଗା। ବୋଧ ହୁଏ ସମୟ ପୂର୍ବରୁ ଚାଲି ଆସିଥିଲେ ଯମଦୂତ। ସେଥିପାଇଁ ଯେତେ ଆକ୍ରମଣ କଲେ ମଧ୍ୟ ଜୀବନ ନେଇପାରି ନ ଥିଲା। ଡାକ୍ତରଙ୍କ ଆପ୍ରାଣ ଉଦ୍ୟମରେ ନିଷ୍ପାପ ଶିଶୁଟି ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି। ଏମିତି […]

baby-1

Rakesh Mallick
  • Published: Thursday, 11 May 2017
  • , Updated: 11 May 2017, 04:27 PM IST

ବମ୍ବେ: ଥରେ ନୁହେଁ ଯମ ରୂପରେ ସେ ଆସିଥିଲା ୬ ଥର। ତା’ର ଘନ ଘନ ଆକ୍ରମଣରେ ନିଷ୍ପାପ ଶିଶୁଟି ଘାଇଲା ହୋଇ ଯାଉଥିଲା । ପୁଣି କେତେବେଳେ ନିସ୍ତେଜ ହୋଇ ପଡ଼ୁଥିଲା। ହେଲେ ନିୟତିର ବିଚାର ଥଲା କିଛି ଅଲଗା। ବୋଧ ହୁଏ ସମୟ ପୂର୍ବରୁ ଚାଲି ଆସିଥିଲେ ଯମଦୂତ। ସେଥିପାଇଁ ଯେତେ ଆକ୍ରମଣ କଲେ ମଧ୍ୟ ଜୀବନ ନେଇପାରି ନ ଥିଲା। ଡାକ୍ତରଙ୍କ ଆପ୍ରାଣ ଉଦ୍ୟମରେ ନିଷ୍ପାପ ଶିଶୁଟି ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି। ଏମିତି ଏକ ବିରଳ ଘଟଣା ଘଟିଛି ମୁମ୍ବାଇରେ ।  ଜଣେ ୪ ମାସର ଶିଶୁକୁ ୬ ଥର ହୃଦ୍‌ଘାତରେ ଶିକାର ହୋଇଥିଲେ ବି ସୌଭାଗ୍ୟବଶତଃ ସେ ବଞ୍ଚି ଯାଇଛି।  ଏଥିପାଇଁ ହସ୍‌ପିଟାଲରେ ତାକୁ ୧୨ ଘଣ୍ଟା  ସଂଘର୍ଷ କରିବାକୁ ପଡ଼ିଥିଲା। ମୁମ୍ବାଇର କଲ୍ୟାଣି ରେସିଡେଣ୍ଟରେ ରହୁଥିବା ବିଶାଖା ଏବଂ ବିନୋଦ ୱାଘମାରେଙ୍କ ୪ ବର୍ଷର ଶିଶୁ କନ୍ୟା ହେଉଛି ବିଦିଶା।

ବିଦିଶାଙ୍କ ମା’ ବିଶାଖାଙ୍କ କହିବା ଅନୁଯାୟୀ ଝିଅକୁ ଯେତେବେଳେ ୪୫ ଦିନ ହୋଇଥିଲା ପ୍ରଥମେ ବାନ୍ତି କରିଥିଲା।  ପରେ ସେ ଚେତାଶୂନ୍ୟ ହୋଇଥିଲା। ସଙ୍ଗେ  ସେଙ୍ଗେ  ଝିଅକୁ ସ୍ଥାନୀୟ ଏକ ହସପିଟାଲକୁ ନିଆଯାଇଥିଲା।  ସେଠାରେ ଶିଶୁକୁ ବିଜେ. ୱାଡ଼ିଆ ହସ୍‌ପିଟାଲକୁ ନେବାକୁ କୁହାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେଠାରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗତ ମାର୍ଚ୍ଚ ୧୪ରେ ଅପରେଶନ ଆରମ୍ଭ ହୋଇଥିଲା।  ଶିଶୁଟିର ଛାତିରେ ଅପରେଶନର ୧୨ ଘଣ୍ଟା ପରେ ହୃତ୍‌ପିଣ୍ଡରେ ସାମାନ୍ୟ ପରିବର୍ତ୍ତନ ଆସିଥିଲା। ହେଲେ ଫୁସଫୁସ୍‌ କାମ କରି ନ ଥିଲା। ସେଠାରେ ଶିଶୁଟିକୁ ୫୧ ଦିନ ଆଇସିୟୁରେ ରଖାଯାଇଥିଲା। । ନିଶ୍ୱାସ ପ୍ରଶ୍ୱାସ  ନେବାରେ ଅସୁବିଧା ହେଉଥିବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା।  ଏହି ୫୧ ଦିନ ମଧ୍ୟରେ ଶିଶୁଟିକୁ ୬ ଥର ହୃଦ୍‌ଘାତ ହୋଇଥିଲା।   ଡାକ୍ତରଙ୍କ କହିବା ଅନୁଯାୟୀ ଥରେ ହୃଦଘାତ ହେଲେ ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ୧୫ ମିନିଟ ଲାଗୁଥିଲା।

ଶିଶୁଟିକୁ ବଞ୍ଚାଇବା ପାଇଁ ଡାକ୍ତରଖାନା ପକ୍ଷରୁ ଆପ୍ରାଣ ଉଦ୍ୟମ କରାଯାଇଥିଲା ବୋଲି ହସ୍‌ପିଟାଲର ଶିଶୁ ବିଶେଷଜ୍ଞ ଡ.ସୁରେଶ ରାଓ କହିଛନ୍ତି।  ଏଭଳି କେସ୍‌  ତାଙ୍କ ହସ୍‌ପିଟାଲରେରେ ବିରଳ ଘଟଣା ବୋଲି ଡାକ୍ତର କହିଛନ୍ତି। ତେବେ ଦୀର୍ଘ ଦିନର ଚିକିତ୍ସା ପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ପିଲାଟିର ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ବେଳେ ତା’ର ବାପାମା’ ମାତ୍ର ୨୫ ହଜାର ଟଙ୍କା ଦେବାକୁ ସମର୍ଥ ହୋଇଥିଲେ। ବାକି ଅର୍ଥ ହସିପିଟାଲର କର୍ମଚାରୀମାନେ ଦେଇଥିଲେ ଶିଶୁଟିରୁ ମା’ କହିଛନ୍ତି। ଆଉ କିଛି ଦିନ ପରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ଓ ତା’ପରେ ତାକୁ ଡିସ୍‌ଚାର୍ଜ କରାଯିବ ବୋଲି ହସ୍‌ପିଟାଲ୍ କର୍ତ୍ତୃପକ୍ଷ କହିଛନ୍ତି। ଡାକ୍ତରଖାନାର କର୍ମଚାରୀମାନେ ଶିଶୁଟିର ନାଁ ମିରାକିଲ୍‌ ଦେଇଛନ୍ତି।

ସୌଜନ୍ୟ: ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ

Related story