‘ମୋ ମାଟ୍ରିକ ସାର୍ଟିଫିକେଟ୍‌ରେ ବୟସ ଜାଲିଆତି ହୋଇନାହିଁ’

ଭୁବନେଶ୍ୱର: ମାଟ୍ରିକ ସାର୍ଟିଫିକେଟ୍‌ରେ ଜନ୍ମ ତାରିଖ ନେଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ନିହାର ରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ସାର୍ଟିଫିକେଟ୍‌ରେ ବୟସ ଜାଲିଆତି ହୋଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି,“ତାଙ୍କ ସମୟରେ ମାଟ୍ରିକ ପରୀକ୍ଷା ପାଇଁ ଆବେଦନ ବେଳେ ବୟସ କଟକଣା ନ ଥିଲା। ଏ ନେଇ ବିଭାଗ ପକ୍ଷରୁ ଯେଉଁ ତଦନ୍ତ କରାଯାଉଛି ସେ ନେଇ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସ୍ପଷ୍ଟିକରଣ ଦେବେ।” ନିହାର […]

10th-exam

Rakesh Mallick
  • Published: Wednesday, 14 December 2016
  • , Updated: 14 December 2016, 09:29 PM IST

ଭୁବନେଶ୍ୱର: ମାଟ୍ରିକ ସାର୍ଟିଫିକେଟ୍‌ରେ ଜନ୍ମ ତାରିଖ ନେଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ନିହାର ରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ସାର୍ଟିଫିକେଟ୍‌ରେ ବୟସ ଜାଲିଆତି ହୋଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି,“ତାଙ୍କ ସମୟରେ ମାଟ୍ରିକ ପରୀକ୍ଷା ପାଇଁ ଆବେଦନ ବେଳେ ବୟସ କଟକଣା ନ ଥିଲା। ଏ ନେଇ ବିଭାଗ ପକ୍ଷରୁ ଯେଉଁ ତଦନ୍ତ କରାଯାଉଛି ସେ ନେଇ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସ୍ପଷ୍ଟିକରଣ ଦେବେ।”

ନିହାର ୧୪ ବର୍ଷରେ କେମିତି ମାଟ୍ରିକ ପାସ୍‌ କଲେ ଓ ତାଙ୍କ ଜନ୍ମ ତାରିଖକୁ ନେଇ ଉଚ୍ଚଶିକ୍ଷା ବିଭାଗ ଖୋଳତାଡ଼ ଆରମ୍ଭ କରିଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ସଚିବଙ୍କୁ ଉଚ୍ଚଶିକ୍ଷା ଅତିରିକ୍ତ ସଚିବ ଚିଠି ଲେଖିଥିଲେ। ୧୪ ବର୍ଷରେ ପରୀକ୍ଷା ଦେବାକୁ ପ୍ରଫେସର ପଟ୍ଟନାୟକଙ୍କୁ ବୋର୍ଡ ଅନୁମତି ଦେଇଥିଲା କି ନାହିଁ ସ୍ପଷ୍ଟ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଯଦି ବୋର୍ଡ ଅନୁମତି ଦେଇଥିଲା ତେବେ ଅନୁମତି ସାର୍ଟିଫିକେଟ୍‌ର ଏକ କପି ଉଚ୍ଚଶିକ୍ଷା ବିଭାଗ ପାଖରେ ଦାଖଲ କରିବାକୁ ବୋର୍ଡକୁ କୁହାଯାଇଛି।

Related story