ମୋଦି ଆଗରେ ଟ୍ରମ୍ପ ପଛରେ: ଇନଷ୍ଟାଗ୍ରାମ୍‌ରେ ନେତା ନମ୍ବର ୧

ନୂଆଦିଲ୍ଲୀ:ସାରା ବିଶ୍ୱରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରେଜ୍‌। ତାଙ୍କ କଥା କହିବାର ଶୈଳୀ, ନିଆରା ବେଶ ପୋଷାକ ଏବଂ ଅନନ୍ୟ ବ୍ୟକ୍ତିତ୍ୱ ସମଗ୍ର ବିଶ୍ୱବାସୀଙ୍କୁ ଆକର୍ଷିତ କରିପାରିଛି। ତାଙ୍କ ପଛରେ ଏବେ ଅଂସଖ୍ୟ ଅନୁଗାମୀ। ବିଶ୍ୱର ବେଶୀ ଫଲୋଅର୍ସ ଥିବା ନେତା ହେଉଛନ୍ତି ନରେନ୍ଦ୍ର ମୋଦି।  ସୋସିଆଲ ମିଡିଆରେ ମୋଦି ଫଲୋଅର୍ସ ସଂଖ୍ୟା ଦିନକୁ ଦିନ ଅବିଶ୍ୱସନୀୟ ଭାବେ ବୃଦ୍ଧି ପାଉଛି। ଇନ୍‌ଷ୍ଟାଗ୍ରାମରେ ମୋଦିଙ୍କ ଫ୍ୟାନ୍‌ ସଂଖ୍ୟା ବିଶ୍ୱର ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ପଛରେ ପକାଇଦେଇଛି। […]

modi-1

Rakesh Mallick
  • Published: Thursday, 13 April 2017
  • , Updated: 13 April 2017, 10:22 PM IST

ନୂଆଦିଲ୍ଲୀ:ସାରା ବିଶ୍ୱରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରେଜ୍‌। ତାଙ୍କ କଥା କହିବାର ଶୈଳୀ, ନିଆରା ବେଶ ପୋଷାକ ଏବଂ ଅନନ୍ୟ ବ୍ୟକ୍ତିତ୍ୱ ସମଗ୍ର ବିଶ୍ୱବାସୀଙ୍କୁ ଆକର୍ଷିତ କରିପାରିଛି। ତାଙ୍କ ପଛରେ ଏବେ ଅଂସଖ୍ୟ ଅନୁଗାମୀ। ବିଶ୍ୱର ବେଶୀ ଫଲୋଅର୍ସ ଥିବା ନେତା ହେଉଛନ୍ତି ନରେନ୍ଦ୍ର ମୋଦି।  ସୋସିଆଲ ମିଡିଆରେ ମୋଦି ଫଲୋଅର୍ସ ସଂଖ୍ୟା ଦିନକୁ ଦିନ ଅବିଶ୍ୱସନୀୟ ଭାବେ ବୃଦ୍ଧି ପାଉଛି। ଇନ୍‌ଷ୍ଟାଗ୍ରାମରେ ମୋଦିଙ୍କ ଫ୍ୟାନ୍‌ ସଂଖ୍ୟା ବିଶ୍ୱର ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ପଛରେ ପକାଇଦେଇଛି।

ସମଗ୍ର ବିଶ୍ୱରେ ମୋଦିଙ୍କର ୬.୮ ନିୟୁତ ଫଲୋଅର୍ସ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ପଛରେ ପଡ଼ିଯାଇଛନ୍ତି। ଟ୍ରମ୍ପଙ୍କ ଫଲୋଅର୍ସ ସଂଖ୍ୟା ୬.୩ ନିୟୁତ ରହିଛି। ବର୍ଷନ ମାରଷ୍ଟେଲର ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ବର୍ଷନ ମାରଷ୍ଟେଲର ହେଉଛି ଏକ ଆନ୍ତର୍ଜାତୀୟ ପବ୍ଲିକ ରିଲେସନ ଫାର୍ମ। ଏହି ତାଲିକାରେ ତୃତୀୟ ସ୍ଥାନରେ ଫ୍ରାନ୍ସର ପୋପ୍‌ ଅଛନ୍ତି। ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୩.୪ ନିୟୁତ ରହିଛି।

Related story