ମୋଦି ବିଜେପିର ଇଭେଣ୍ଟ ମ୍ୟାନେଜର: କଂଗ୍ରେସ

ଭୁବନେଶ୍ୱର: କେନ୍ଦ୍ରରେ ୨ ବର୍ଷ ପୂର୍ତ୍ତିକୁ ବିଜେପି ବିକାଶ ଉତ୍ସବ ଭାବେ ପାଳନ କରୁଥିବା ବେଳେ ଏହାକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଭୁବନେଶ୍ୱରରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ରାଷ୍ଟ୍ରୀୟ କଂଗ୍ରେସ ମୁଖପାତ୍ର ଶୋଭା ଓଝା କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ମୋଦିଙ୍କୁ ବିଜେପିର ଇଭେଣ୍ଟ ମ୍ୟାନେଜର ବୋଲି କହିଛନ୍ତି। କେନ୍ଦ୍ର ସରକାରଙ୍କ ବିଫଳତାକୁ ଟାର୍ଗେଟ କରି କଂଗ୍ରେସ […]

congress

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 03:55 PM IST

ଭୁବନେଶ୍ୱର: କେନ୍ଦ୍ରରେ ୨ ବର୍ଷ ପୂର୍ତ୍ତିକୁ ବିଜେପି ବିକାଶ ଉତ୍ସବ ଭାବେ ପାଳନ କରୁଥିବା ବେଳେ ଏହାକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଭୁବନେଶ୍ୱରରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ରାଷ୍ଟ୍ରୀୟ କଂଗ୍ରେସ ମୁଖପାତ୍ର ଶୋଭା ଓଝା କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ମୋଦିଙ୍କୁ ବିଜେପିର ଇଭେଣ୍ଟ ମ୍ୟାନେଜର ବୋଲି କହିଛନ୍ତି।

କେନ୍ଦ୍ର ସରକାରଙ୍କ ବିଫଳତାକୁ ଟାର୍ଗେଟ କରି କଂଗ୍ରେସ ଏକ ବୁକ୍‌ଲେଟ୍‌ ବାହାର କରିଛି। ‘ସଚ୍ଚାଇ-ଇ-ଆଇନା’ ଶୀର୍ଷକ ଏହି ବୁକ୍‌ଲେଟ୍‌ରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନବୀନ ଓ ମୋଦିଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ନମୋ ବଡ଼ ଖେଳାଳି ଓ ନବୀନ ସାନ ଖେଳାଳି।”

ମହିଳା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷା ଶୋଭା ଓଝା କହିଛନ୍ତି, “ମୋଦି ଲାଲକିଲ୍ଲାରେ ମହିଳା ନିର୍ଯାତନା ଉପରେ ଭାଷଣ ଦେଇଥିଲେ। କିନ୍ତୁ ତାଙ୍କ ସରକାର ସମୟରେ ମହିଳାଙ୍କ ଉପରେ ଅତ୍ୟାଚାର ୧୦ ପ୍ରତିଶତ ବଢିଛି। ମୋଦିଙ୍କୁ ଦଳର ଇଭେଣ୍ଟ ମ୍ୟାନେଜର ହୋଇଛନ୍ତି।”

କଂଗ୍ରେସ ବାହାର କରିଥିବା ୬୨ ପୃଷ୍ଠାର ବୁକ୍‌ଲେଟ୍‌ରେ ଏନ୍‌ଡିଏ ସରକାର ଦୁଇବର୍ଷ ଶାସନ କାଳରେ କିପରି ବିଭିନ୍ନ କ୍ଷେତ୍ରରେ ବିଫଳ ହୋଇଛନ୍ତି ତାହା ପ୍ରକାଶ କରାଯାଇଛି। ଏହି ସମୟରେ କୃଷି ଓ କୃଷକଙ୍କ ସମସ୍ୟା ବଢିଛି ବୋଲି ବୁକଲେଟ୍‌ରେ ଦର୍ଶାଯାଇଛି। ଏଥିରେ କୁହାଯାଇଛି, କୃଷି କ୍ଷେତ୍ରରେ ବିକାଶର ଧାରା ତଳକୁ ଯାଇଛି, ଖାଦ୍ୟ ଶସ୍ୟ ଉତ୍ପାଦନ କମିଛି। ସାରା ଦେଶର ଚାଷୀ ଆତ୍ମହତ୍ୟା ତଥ୍ୟ ଦଳ ପ୍ରକାଶ କରିଛି। ଅର୍ଥନୀତିରେ ଅବ୍ୟବସ୍ଥା, ନିଯୁକ୍ତି ପ୍ରତିଶ୍ରୁତିରେ ପ୍ରହସନ, ଭ୍ରଷ୍ଟାଚାର, କଳାଧନ, ମହିଳା ଓ ଦଳିତଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ, “ନମୋ ଓ ନବୀନ ହେଉଛନ୍ତି ଜଣେ ବଡ ମୋଦି ଆଉ ଜଣେ ସାନ ମୋଦି। ମୋଦିଙ୍କ ଇଭେଣ୍ଟ ମ୍ୟାନେଜମେଣ୍ଟରେ ଦିନକୁ ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ନବୀନ ପଟ୍ଟନାୟକଙ୍କ ପ୍ରଚାର ଖର୍ଚ୍ଚ ଦିନକୁ ୧୦ ଲକ୍ଷ ଟଙ୍କା। ଓଡ଼ିଶାରେ ଏହି ଦୁଇ ବର୍ଷ ବିଫଳତାରେ ଭରି ରହିଛି।”

କଂଗ୍ରେସର ଏପରି ଅଭିଯୋଗକୁ ବିଜେପି ଓ ବିଜେଡି ପକ୍ଷରୁ କଡା ସମାଲୋଚନା କରାଯାଇଛି।

ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି, “ଏପରି ଅଭିଯୋଗ କପୋଳକଳ୍ପିତ। ପ୍ରଚାରରେ କଂଗ୍ରେସ ବହୁତ ପଛରେ ଥିଲା। ଆଜି ମୋଦି ସରକାର ସହ ନବୀନ ପଟ୍ଟନାୟକଙ୍କ ସରକାରକୁ ଯୋଡିବାକୁ କଂଗ୍ରେସ ଏକ ଅସଫଳ ପ୍ରୟାସ କରିଛି।”

ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ କହିଛନ୍ତି, “ରାହୁଲ ବାବା ବି ବହୁତ ମିଛ କହିଥାନ୍ତି। ତାଙ୍କ ବୁକଲେଟ୍‌ ଦେଖିଥିଲି। ଏଥିରେ ୯୯ ପ୍ରତିଶରୁ ଅଧିକ ମିଛ ଲେଖାଯାଇଛି।”

Related story