ଫେସ୍‌ବୁକ୍‌ରେ ଟ୍ରମ୍ପଙ୍କଠାରୁ ଅଧିକ ପପୁଲାର ମୋଦି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟ୍ୱିଟରର ବାଦଶାହା ବୋଲି କୁହାଯାଏ। କିନ୍ତୁ ଫେସ୍‌ବୁକ୍‌ରେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ସେ ଅନେକ ପଛରେ ଅଛନ୍ତି। ଏକ ନୂଆ ସର୍ଭେରୁ ଜଣାପଡ଼ିଛି ଯେ ଫେସବୁକ୍‌ରେ ଫଲୋରଙ୍କ ମାମଲାରେ ଦୁନିଆର ସମସ୍ତ ନେତାଙ୍କ ମଧ୍ୟରେ ମୋଦି ଏକ ନମ୍ବରରେ ଅଛନ୍ତି।  ଫେସବୁକ୍‌ରେ ମୋଦିଙ୍କର ୪ କୋଟି ୩୨ ଲକ୍ଷ ଫଲୋର ଅଛନ୍ତି। ଟ୍ରମ୍ପଙ୍କ ଫଲୋରଙ୍କ ତୁଳନାରେ ଏହା ପାଖାପାଖି ଦୁଇଗୁଣ। ଟ୍ରମ୍ପଙ୍କ ଫଲୋରଙ୍କ ସଂଖ୍ୟା ହେଉଛି ୨ କୋଟି […]

modi

modi

Rakesh Mallick
  • Published: Wednesday, 02 May 2018
  • Updated: 02 May 2018, 07:40 PM IST

Sports

Latest News

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟ୍ୱିଟରର ବାଦଶାହା ବୋଲି କୁହାଯାଏ। କିନ୍ତୁ ଫେସ୍‌ବୁକ୍‌ରେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ସେ ଅନେକ ପଛରେ ଅଛନ୍ତି। ଏକ ନୂଆ ସର୍ଭେରୁ ଜଣାପଡ଼ିଛି ଯେ ଫେସବୁକ୍‌ରେ ଫଲୋରଙ୍କ ମାମଲାରେ ଦୁନିଆର ସମସ୍ତ ନେତାଙ୍କ ମଧ୍ୟରେ ମୋଦି ଏକ ନମ୍ବରରେ ଅଛନ୍ତି।  ଫେସବୁକ୍‌ରେ ମୋଦିଙ୍କର ୪ କୋଟି ୩୨ ଲକ୍ଷ ଫଲୋର ଅଛନ୍ତି। ଟ୍ରମ୍ପଙ୍କ ଫଲୋରଙ୍କ ତୁଳନାରେ ଏହା ପାଖାପାଖି ଦୁଇଗୁଣ। ଟ୍ରମ୍ପଙ୍କ ଫଲୋରଙ୍କ ସଂଖ୍ୟା ହେଉଛି ୨ କୋଟି ୩୧ ଲକ୍ଷ।

କମ୍ୟୁନିକେସନ୍ ଫର୍ମ ବର୍ସନ ମାର୍ସଟେଲରଙ୍କ ଅନୁଯାୟୀ ଏସିଆରେ ଲୋକମାନେ ଟ୍ୱିଟର ଅପେକ୍ଷା ଅଧିକ ଫେସ୍‌ବୁକ୍‌ ବ୍ୟବହାର କରନ୍ତି। ତେଣୁ ଏସିଆ ମହାଦେଶରେ ନେତାମାନଙ୍କର ଫେସ୍‌ବୁକରେ ଅଧିକ ଫଲୋର ଥାନ୍ତି। ୨୦୧୭ ମସିହା ଜାନୁଆରୀ ୧ ତାରିଖରୁ ବିଭିନ୍ନ ସଂଗଠନ ଓ ଦେଶର ମୁଖିଆମାନଙ୍କର ଫେସବୁକ୍‌ ପେଜ୍‌ ଅଧ୍ୟୟନ କରାଯାଉଛି। ଏଥିରୁ ଜଣାପଡ଼ିଛି, ଟ୍ରମ୍ପଙ୍କର ଫେସବୁକ୍‌ରେ କମ୍‌ ଫଲୋର ଥିଲେ ମଧ୍ୟ ତାଙ୍କର ଫେସ୍‌ବୁକ୍‌ରେ ଇଣ୍ଟରାକ୍ସନ ଅଧିକ।

ଟ୍ରମ୍ପଙ୍କୁ ଗତ ୧୪ ମାସ ଭିତରେ ସର୍ବମୋଟ ୨୦ କୋଟି ୪୦ ଲକ୍ଷରୁ ଅଧିକ ଲାଇକ୍ ଓ କମେଣ୍ଟ ମିଳିଛି। ମାତ୍ର ମୋଦିଙ୍କୁ ୧୧ କୋଟି ୩୦ ଲକ୍ଷରୁ ଅଧିକ ଲାଇକ ଓ କମେଣ୍ଟ ମିଳିଛି, ଯାହା କି ଟ୍ରମ୍ପଙ୍କ ତୁଳନାରେ ଅଧା। ସୂଚନା ଅନୁଯାୟୀ, ଟ୍ରମ୍ପ ଦିନକୁ ଅନ୍ତତଃ ପାଞ୍ଚଟି ପୋଷ୍ଟ ସେୟାର କରନ୍ତି। ଏହା ମୋଦିଙ୍କ ତୁଳନାରେ ଦୁଇଗୁଣରୁ ବି ଅଧିକ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos