ଲିଙ୍ଗରାଜ ମନ୍ଦିରରେ ବି ସ୍ୱଚ୍ଛତା କଥା ଉଠାଇଲେ ମୋଦି; ପଚାରିଲେ ଏମିତି ସଫା ରହେ ନା ମୁଁ ଆସିଛି ବୋଲି...

ଭୁବନେଶ୍ୱର: ସଫାସୁତରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେ ଭଲ ପାଆନ୍ତି ତାହା ତ ସମସ୍ତେ ଜାଣିଛନ୍ତି। ସେଥିପାଇଁ ତ ସେ ଆରମ୍ଭ କରିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ। ଆଜି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ସେ ଉଠାଇଥିଲେ ସ୍ୱଚ୍ଛତା କଥା। ଜଣେ ସେବାୟତଙ୍କ କହିବା ଅନୁଯାୟୀ ମନ୍ଦିରର ପରିସରର ସ୍ୱଚ୍ଛତା ପ୍ରଧାନମନ୍ତ୍ରୀଙ୍କ ମନକୁ ପାଇଥିଲା। ସେ ଖୁସି ପ୍ରକଟ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ ସେ ଆସିଛନ୍ତି ବୋଲି ମନ୍ଦିର ଏମିତି ସଫା […]

222

Rakesh Mallick
  • Published: Sunday, 16 April 2017
  • , Updated: 16 April 2017, 12:26 PM IST

ଭୁବନେଶ୍ୱର: ସଫାସୁତରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେ ଭଲ ପାଆନ୍ତି ତାହା ତ ସମସ୍ତେ ଜାଣିଛନ୍ତି। ସେଥିପାଇଁ ତ ସେ ଆରମ୍ଭ କରିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ। ଆଜି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ସେ ଉଠାଇଥିଲେ ସ୍ୱଚ୍ଛତା କଥା। ଜଣେ ସେବାୟତଙ୍କ କହିବା ଅନୁଯାୟୀ ମନ୍ଦିରର ପରିସରର ସ୍ୱଚ୍ଛତା ପ୍ରଧାନମନ୍ତ୍ରୀଙ୍କ ମନକୁ ପାଇଥିଲା। ସେ ଖୁସି ପ୍ରକଟ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ ସେ ଆସିଛନ୍ତି ବୋଲି ମନ୍ଦିର ଏମିତି ସଫା ରହିଛି ନା ସବୁ ଦିନେ ଏଭଳି ସଫା ରହେ। ମନ୍ଦିର ପରିସରର ସବୁ ଦିନେ ଏମିତି ସଫା ରହେ ବୋଲି ତାଙ୍କୁ କୁହାଯାଇଥିଲା।

ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ଯେମିତି ମନ୍ଦିର ଏମିତି ସଫା ରହିବ ସେ ନେଇ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ବୋଲି ଏହି ସେବାୟତ କହିଛନ୍ତି।

Related story