ମହାନଦୀ ଜଳ ବିବାଦ: ଏନ୍‌ଜିଟିରେ ହାଜର ହେଲେ ଜଙ୍ଗଲ ପରିବେଶ ଓ ଜଳ ସଂପଦ ମନ୍ତ୍ରାଳୟ

ଭୁବନେଶ୍ୱର: ପୂର୍ବାଞ୍ଚଳ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ମହାନଦୀ ବିବାଦ ପ୍ରସଙ୍ଗରେ  ଶୁଣାଣି ହୋଇଛି। ଆଗାମୀ ଓଡ଼ିଶା ସଂଗଠନର ଆବାହକ ସୁଦର୍ଶନ ଦାସଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ଶୁଣାଣି ବେଳେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଏବଂ ଜଳ ସଂପଦ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଉଭୟ ବିଭାଗ ଆସନ୍ତା ଶୁଣାଣିରେ ନିଜ ପକ୍ଷ ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମାମଲାର ଦୁଇ ପକ୍ଷ ଓଡ଼ିଆ ଓ ଛତିଶଗଡ଼ର ପ୍ରତିନିଧି ଶୁଣାଣି ବେଳେ ଉପସ୍ଥିତ ନ […]

mahanadi-bridge-in-chatis

Rakesh Mallick
  • Published: Thursday, 23 February 2017
  • , Updated: 23 February 2017, 03:08 PM IST

ଭୁବନେଶ୍ୱର: ପୂର୍ବାଞ୍ଚଳ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ମହାନଦୀ ବିବାଦ ପ୍ରସଙ୍ଗରେ  ଶୁଣାଣି ହୋଇଛି। ଆଗାମୀ ଓଡ଼ିଶା ସଂଗଠନର ଆବାହକ ସୁଦର୍ଶନ ଦାସଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ଶୁଣାଣି ବେଳେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଏବଂ ଜଳ ସଂପଦ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଉଭୟ ବିଭାଗ ଆସନ୍ତା ଶୁଣାଣିରେ ନିଜ ପକ୍ଷ ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ମାମଲାର ଦୁଇ ପକ୍ଷ ଓଡ଼ିଆ ଓ ଛତିଶଗଡ଼ର ପ୍ରତିନିଧି ଶୁଣାଣି ବେଳେ ଉପସ୍ଥିତ ନ ଥିଲେ। ଏହାକୁ ନେଇ ଏନଜିଟି ଅସନ୍ତୋଷ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ତାରିଖରେ ଦୁଇ ପକ୍ଷ  ହାଜର ନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନ୍‌ଜିଟି ତାଗିଦ କରିଛନ୍ତି। ଏପ୍ରିଲ ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି।

Related story