ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାହୁଲଙ୍କୁ ଭେଟିଲେ ରାଜ୍ୟ କଂଗ୍ରେସ ବିଧାୟକ ଦଳ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟ କଂଗ୍ରେସର ୧୬ଜଣ ବିଧାୟକ ଦଳ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକମାନେ ମହାନଦୀ ପ୍ରସଙ୍ଗରେ ରାହୁଲଙ୍କ ସହ ଆଲୋଚନା କରିଥିଲେ। ଗତକାଲି ରାଜ୍ୟ କଂଗ୍ରେସ ପ୍ରଭାରୀ ବି.କେ.ହରି ପ୍ରସାଦଙ୍କୁ ବିଧାୟକମାନେ ଭେଟିଥିଲେ। ଏଆଇସିସି କାର୍ଯ୍ୟାଳୟରେ ଏକ ବୈଠକ ହୋଇଥିଲା। ବି.କେ.ହରିପ୍ରସାଦ କହିଛନ୍ତି,“ମହାନଦୀ ଓ ରାଜ୍ୟର କିଛି ପ୍ରସଙ୍ଗ ବିଷୟରେ ଆଲୋଚନା କରାଯାଇଥିଲା। […]

b-k-haroprasada

Rakesh Mallick
  • Published: Saturday, 15 October 2016
  • , Updated: 15 October 2016, 09:57 PM IST

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟ କଂଗ୍ରେସର ୧୬ଜଣ ବିଧାୟକ ଦଳ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକମାନେ ମହାନଦୀ ପ୍ରସଙ୍ଗରେ ରାହୁଲଙ୍କ ସହ ଆଲୋଚନା କରିଥିଲେ।

ଗତକାଲି ରାଜ୍ୟ କଂଗ୍ରେସ ପ୍ରଭାରୀ ବି.କେ.ହରି ପ୍ରସାଦଙ୍କୁ ବିଧାୟକମାନେ ଭେଟିଥିଲେ। ଏଆଇସିସି କାର୍ଯ୍ୟାଳୟରେ ଏକ ବୈଠକ ହୋଇଥିଲା।

ବି.କେ.ହରିପ୍ରସାଦ କହିଛନ୍ତି,“ମହାନଦୀ ଓ ରାଜ୍ୟର କିଛି ପ୍ରସଙ୍ଗ ବିଷୟରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସମସ୍ୟାର ସମାଧାନ ବାହାର କରିବା ଉଚିତ୍। ଏହା ପାଣି ସମସ୍ୟା । ଏହାକୁ ରାଜନୈତିକ ପ୍ରସଙ୍ଗ କରାଯିବା କଥା ନୁହେଁ। ମହାନଦୀ ବିଜେପି, ବିଜେଡି ଓ କଂଗ୍ରେସର ନୁହେଁ। ଏହା ସମସ୍ତ ଜନସାଧାରଣଙ୍କର ନଦୀ ଅଟେ। ପ୍ରଧାନମନ୍ତ୍ରୀ ଏହି ବିଷୟରେ କଥା ହେବା ଉଚିତ୍‌। ତାହାହେଲେ ସମସ୍ୟାର ସମାଧାନ ହେବ। ପ୍ରଧାନମନ୍ତ୍ରୀଙ୍କ ଠାରୁ କୌଣସି ଉତ୍ତର ନ ମିଳିବାରୁ କଂଗ୍ରେସ ବିଧାୟକମାନେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ସମସ୍ୟାର ସମାଧାନ କରିବା ପାଇଁ ରାଷ୍ଟ୍ରପତିଙ୍କୁ ଦାବି କରିଥିଲେ। କିଛି ଦିନ ପୂର୍ବରୁ ଅପପୁଷ୍ଟି କାରଣରୁ ଯେପରି ନଗଡ଼ାରେ ଯେପରି ଶିଶୁ ମୃତ୍ୟୁ ଘଟିଥିଲା ଏବେ ମାଲାକାନଗିରିରେ ହେଉଛି। ଓଡ଼ିଶାରେ ଗରୀବ ଲୋକଙ୍କୁ କୌଣସି ସାହାଯ୍ୟ କରାଯାଉନାହିଁ।”

ସେ ଆହୁରି କହିଛନ୍ତି, “ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ସ୍ଥିତିର ଅନୁଧ୍ୟାନ ପାଇଁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମାଲକାନଗିରି ଗସ୍ତରେ ଯାଇଛନ୍ତି। ସେଥିପାଇଁ ସେ ଆସିନାହାନ୍ତି। ପଞ୍ଚାୟତ ନିର୍ବାଚନ ନେଇ କୌଣସି ଆଲୋଚନା ହୋଇନାହିଁ।  ଭୁବନେଶ୍ୱରରେ ସେନେଇ ଆଲୋଚନା ହେବ।”

Related story