ଯେତିକି ସ୍ୱାଦିଷ୍ଟ, ସେତିକି ଦାମୀ

କେକ୍‌ ଖାଇବାକୁ କାହାକୁ ବା ଭଲ ନ ଲାଗେ। କେକ୍‌ ନାଁ ଶୁଣିଲେ ପାଟିକୁ ଲାଳ ଚାଲିଆସେ।ହେଲେ ଭାବିଲେ ଦେଖି କେକ୍‌  ଯଦି ସୁନ୍ଦରୀ ହୋଇଥାଏ, ତା ହେଲେ ! ମନେମନେ ଆପଣ ହସିବେଣି । ବାସ୍ତବ କଥା କ’ଣ ଜାଣନ୍ତି । ଆମେ ଆଜି ଆପଣଙ୍କୁ ଏକ ଦାମିକିଆ କେକ୍‌ ବିଷୟରେ କହିବାକୁ ଯାଉଛୁ। ଖାଲି ଦାମିକିଆ ନୁହେଁ ସୁନ୍ଦରୀ ଝିଅଟିଏ ଭଳି ତିଆରି ହୋଇଥିବା ଏହି କେକ୍‌ ବେଶ୍‌ ସ୍ୱାଦିଷ୍ଟ ହୋଇଥିବ ବୋଲି କହିଛନ୍ତି […]

cake.........................

cake.........................

Rakesh Mallick
  • Published: Saturday, 17 February 2018
  • Updated: 17 February 2018, 02:55 PM IST

Sports

Latest News

କେକ୍‌ ଖାଇବାକୁ କାହାକୁ ବା ଭଲ ନ ଲାଗେ। କେକ୍‌ ନାଁ ଶୁଣିଲେ ପାଟିକୁ ଲାଳ ଚାଲିଆସେ।ହେଲେ ଭାବିଲେ ଦେଖି କେକ୍‌  ଯଦି ସୁନ୍ଦରୀ ହୋଇଥାଏ, ତା ହେଲେ ! ମନେମନେ ଆପଣ ହସିବେଣି । ବାସ୍ତବ କଥା କ’ଣ ଜାଣନ୍ତି । ଆମେ ଆଜି ଆପଣଙ୍କୁ ଏକ ଦାମିକିଆ କେକ୍‌ ବିଷୟରେ କହିବାକୁ ଯାଉଛୁ। ଖାଲି ଦାମିକିଆ ନୁହେଁ ସୁନ୍ଦରୀ ଝିଅଟିଏ ଭଳି ତିଆରି ହୋଇଥିବା ଏହି କେକ୍‌ ବେଶ୍‌ ସ୍ୱାଦିଷ୍ଟ ହୋଇଥିବ ବୋଲି କହିଛନ୍ତି ଏହାକୁ ତିଆରି କରିଥିବା ଡିଜାଇନର।

ଏକ ଗାଉନ ପିନ୍ଧି ନବ ବଧୂ ଭାବେ ସଜବାଜ ହୋଇଥିବା କଣ୍ଡେଇ ରୂପକ ଏହି କେକ୍‌ ବ୍ରିଟେନରେ ସମସ୍ତଙ୍କର ମନକୁ ମୋହିତ କରୁଛି। ଏହି କଣ୍ଢେଇ କେକ୍‌ର ପାଖ୍‌ ଦେଇ ଗଲାବେଳେ ଅନ୍ତତଃ ‍ ଫଟୋଟିଏ ଉଠାଇବାକୁ ଇଚ୍ଛା ହେବ ଆପଣଙ୍କର। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି କେକ୍‌ ହେଉଛି ବିଶ୍ୱର ସବୁଠାରୁ ଦାମୀ କେକ୍।

ମିଡ଼ିଆ ରିପୋର୍ଟ ଅନୁସାରେ ଏହି ସୁନ୍ଦରୀ କେକ୍‌ର ମୂଲ୍ୟ ପ୍ରାୟ ୬.୫ କୋଟି । କେକ୍‌ଟିକୁ  ବ୍ରିଟେନର  ଜଣେ ସେଲବ୍ରେଟି୍ଙ୍କ ଡିଜାଇନର ଡୋବି ବିଘ୍ନେସ ତିଆରି କରିଛନ୍ତି। ଏହି କେକ୍‌ଟି ତିଆରି କରିବା ପାଇଁ  ଡୋବି ୫୦୦୦ ଫଳ, ୨୫ କିଲୋଗ୍ରାମ ଚକୋଲେଟ୍‌, ୧୦୦୦ ମୋତି ଓ ୧୦୦୦ ଅଣ୍ଡା  ବ୍ୟବହାର କରିଛନ୍ତି ।

ଡୋବି ଏହି କେକ୍‌ଟିକୁ  ଦୁବାଇର ଏକ ଶୋ’ରେ  ପ୍ରଦର୍ଶନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos