ମୌସୁମୀ ଅଧିବେଶନ: ହଟ୍ଟଗୋଳ ଯୋଗୁଁ ଗୃହ ୧୨ଟା ଯାଏଁ ମୁଲତବି

ଭୁବନେଶ୍ୱର: ଗତ ସପ୍ତାହରେ ହଟ୍ଟଗୋଳ ମଧ୍ୟରେ ଶେଷ ହୋଇଥିବା ମୌସୁମୀ ଅଧିବେଶନ ଆଜି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଥିଲା । ମାତ୍ର ସେପରି କିଛି ହେଲା ନାହିଁ । ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ପ୍ରକାଶ ମିଶ୍ର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହୋହାଲ୍ଲା କରିଥିଲେ । ବିରୋଧୀ ଦଳର ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ଅଧିବେଶନକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବି କରିଦେଇଛନ୍ତି । ବିରୋଧୀ […]

adhibesan

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 05:57 AM IST

ଭୁବନେଶ୍ୱର: ଗତ ସପ୍ତାହରେ ହଟ୍ଟଗୋଳ ମଧ୍ୟରେ ଶେଷ ହୋଇଥିବା ମୌସୁମୀ ଅଧିବେଶନ ଆଜି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଥିଲା । ମାତ୍ର ସେପରି କିଛି ହେଲା ନାହିଁ । ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ପ୍ରକାଶ ମିଶ୍ର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହୋହାଲ୍ଲା କରିଥିଲେ । ବିରୋଧୀ ଦଳର ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ଅଧିବେଶନକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବି କରିଦେଇଛନ୍ତି ।

ବିରୋଧୀ ଦଳ ପକ୍ଷରୁ ପ୍ରଶ୍ନକାଳ ବନ୍ଦ କରାଯାଇ ପ୍ରକାଶ ମିଶ୍ର ଘଟଣାରେ ଆଲୋଚନା କରାଯିବାକୁ ଦାବି କରାଯାଇଥିଲା । ଯାହାକୁ ନେଇ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଏ ନେଇ ଶାସକ ବିଜେଡି ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସ ଡ୍ରାମା କରୁଛି । ବାଚସ୍ପତି ପ୍ରକାଶ ମିଶ୍ର ପ୍ରସଙ୍ଗ ଗୃହରେ ଆଲୋଚନା ଜରୁରୀ ନାହିଁ ବୋଲି କହିଛନ୍ତି । ଏହା ସତ୍ତ୍ୱେ ବିରୋଧୀ ଏହି ଦାବି କରିବା ସେମାନେ ଗୃହ କାର୍ଯ୍ୟ ଚାଲୁ ବୋଲି ଚାହୁଁ ନ ଥିବାକୁ ଦର୍ଶାଉଛି । ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ଉପରେ ଆଲୋଚନା ହେବାର ଅଛି । ହେଲା ବିରୋଧୀ ଗୃହରେ ଆଲୋଚନା ହେଉ ବୋଲି ଚାହୁଁ ନାହାନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି । ଆଜି ଗୃହରେ ସାରଥି ପ୍ରସଙ୍ଗରେ ମୁଲତବି ଆଲୋଚନା ହେବାର ଥିଲା । ପୂର୍ବରୁ ଏ ନେଇ ବିରୋଧୀ ଦଳ ପକ୍ଷରୁ ନୋଟିସ୍ ଦିଆଯାଇଥିଲା। ବାଚସ୍ପତି ଏହାକୁ ଅନୁମୋଦନ କରିଥିଲେ । ୧୨ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲେ ବିରୋଧୀଙ୍କ ଆଭିମୁଖ୍ୟ କ’ଣ ରହୁଛି ଓ ସାରଥି ପ୍ରସଙ୍ଗରେ ଆଲୋଚନା ହୋଇପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ସୂଚନାଯୋଗ୍ୟ, ଆଜିଠାରୁ ଗୃହ କାର୍ଯ୍ୟ ସ୍ୱାଭାବିକ ହେବା ଆଶା କରାଯାଉଥିଲା । ଶନିବାର ଗୃହ ପରିଚାଳନା ନେଇ ହୋଇଥିବା ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସୂଚନା ଦେଇଥିଲେ । ଶନିବାର ଜମି ହଡ଼ପକାରିଙ୍କ ବେଆଇନ୍ କାର୍ଯ୍ୟକଳାପରେ ଲଗାମ ଲଗାଇବାକୁ, ଓଡ଼ିଶା ଲ୍ୟାଣ୍ଡ ଗ୍ରାବିଂ ପ୍ରୋହିବିସନ୍ ବିଲ୍ ବା ଓଡ଼ିଶା ଭୂମି ହଡ଼ପ ନିବାରଣ ବିଧେୟକ ଉପରେ ଆଲୋଚନା ହୋଇଥିଲା। ତେବେ ଏଥିରେ ଅନେକ ସଂଶୋଧନର ଆବଶ୍ୟକତା ଥିବା ବିରୋଧୀ ଦଳ ଦାବି କରିଥିଲେ। ଆଜି ବିରୋଧୀ ଦଳ ଅପରାହ୍ନରେ ସଂଶୋଧନ ପ୍ରସ୍ତାବ ଆଣିପାରନ୍ତି ।

Related story