ବିଜୁ ଅଙ୍କଲଙ୍କ ସହ ଏମିତି କଟିଥିଲା ପିଲାଦିନ, ସ୍ମୃତି ସେୟାର କଲେ ବୈଜୟନ୍ତ, ଦେଖନ୍ତୁ କିଛି ଝଲକ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ସେ କେବଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନଥିଲେ ଜଣେ ଦୂରଦର୍ଶୀ ରାଜନେତା ତଥା ମହାନ ଜନନାୟକ ଥିଲେ। ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ୯୦ ଦଶକରେ ପାଦଥାପିଥିବା ବୈଜୟନ୍ତଙ୍କ ସହ ବିଜୁ ବାବୁଙ୍କ ମଧ୍ୟରେ ପିଲାବେଳର ସମ୍ପର୍କ ରହିଛି। ଏବେ କେନ୍ଦ୍ରାପଡ଼ା ସାଂସଦ ଥିବା ବୈଜୟନ୍ତଙ୍କ ପିଲାବେଳ ବିଜୁ ବାବୁଙ୍କ ସହ କେମିତି କଟିଥିଲା ସେହି ସ୍ମୃତିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବୈଜୟନ୍ତ। ସେଦିନ କ୍ୟାମେରା ଲେନ୍ସରେ […]

jay-3

jay-3

Rakesh Mallick
  • Published: Monday, 28 May 2018
  • Updated: 28 May 2018, 05:24 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ସେ କେବଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନଥିଲେ ଜଣେ ଦୂରଦର୍ଶୀ ରାଜନେତା ତଥା ମହାନ ଜନନାୟକ ଥିଲେ। ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ୯୦ ଦଶକରେ ପାଦଥାପିଥିବା ବୈଜୟନ୍ତଙ୍କ ସହ ବିଜୁ ବାବୁଙ୍କ ମଧ୍ୟରେ ପିଲାବେଳର ସମ୍ପର୍କ ରହିଛି। ଏବେ କେନ୍ଦ୍ରାପଡ଼ା ସାଂସଦ ଥିବା ବୈଜୟନ୍ତଙ୍କ ପିଲାବେଳ ବିଜୁ ବାବୁଙ୍କ ସହ କେମିତି କଟିଥିଲା

ସେହି ସ୍ମୃତିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବୈଜୟନ୍ତ। ସେଦିନ କ୍ୟାମେରା ଲେନ୍ସରେ କଏଦ ହୋଇଥିବା ଦୃଶ୍ୟ ଗୁଡ଼ିକୁ ନିଜ  ଫେସ୍‌ବୁକ୍‌  ଓ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ବୈଜୟନ୍ତ । ଏହି ଫଟୋରେ ବିଜୁ ଅଙ୍କଲଙ୍କ ସହ ମୋ ପରିବାର ସଦସ୍ୟ ଉପସ୍ଥିତ ଥିବା ବୈଜୟନ୍ତ ଉଲ୍ଲେଖ କରିଛନ୍ତି। ସେଦିନ ଓଡ଼ିଶା ପାଇଁ ଅସରନ୍ତି ସ୍ୱପ୍ନରୁ ବିଜୁବାବୁ ଦେଇଥିବା କେତେକ ଶିଳାନ୍ୟାସ ଉତ୍ସବରେ ମୁଁ ଏବଂ ମୋ ଭାଇଭଉଣୀ ସହଯୋଗ କରିଥିବା ବୈଜୟନ୍ତ ଲେଖିଛନ୍ତି।

ଯାହା ଫଟୋରେ ଦୃଶ୍ୟମାନ ହୋଇଛି। ୯୦ ଦଶକର ମୁଁ ଯେତେବଳେ କର୍ପୁରେଟ ଏକ୍ଜ୍ୟୁକ୍ୟୁଟିଭ୍‌ ଭାବେ କ୍ୟାରିୟର ଆରମ୍ଭ କଲି ଠିକ୍‌ ସେତିକି ବଳେ ବିଜୁ ବାବୁ ମତେ ରାଜନୈତିକ କାର୍ଯ୍ୟକଳାପରେ ସାମିଲ କରାଇଥିଲେ ବୋଲି ବୈଜୟନ୍ତ ଉଲ୍ଲେଖ କରିଛନ୍ତି।

ତେବେ ବିଜୁ ବାବୁଙ୍କ ସହ ବୈଜୟନ୍ତଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ କେତେ ମଜଭୁତ ଥିଲା ତାହା ଏହି ଫଟୋରୁ ବାରି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos