ସ୍ତ୍ରୀ-ପୁରୁଷଙ୍କୁ ବରବାଦ୍‌ କରିଦେବ ଏହି ୫ କାମ: ଏହାକୁ ଲୁଚାଇ ପାରିବେ ନାହିଁ

ଆଜିର ଯୁବପିଢ଼ି ପୁରାଣ ଶାସ୍ତ୍ର କଥାକୁ ବିଶ୍ୱାସ କରିପାରୁ ନଥିଲେ ମଧ୍ୟ ସମ୍ପୂର୍ଣ୍ଣ ଏଡ଼ାଇ ଦେଇ ପାରନ୍ତି ନାହିଁ। ଏଥିରେ ଏମିତି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଲେଖାଥାଏ, ଯାହା ଅନେକ ବଡ଼ ବଡ଼ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଭୁଲ୍‌ ବିଷୟରେ ଜଣାଇବୁ ଯାହା ଯେତେ ଲୁଚାଇଲେ ବି ଲୁଚି ପାରେନା। ଭବିଷ୍ୟତରେ ନିଜର ଏହି ଭୁଲ୍‌ ବୈବାହିକ ଜୀବନରେ ଝଡ଼ ସୃଷ୍ଟି କରିଥାଏ। ମିଛ କହିବା: ଗୋଟିଏ ମିଛକୁ ଲୁଚାଇବାକୁ […]

love-535b909e19269_exlst

love-535b909e19269_exlst

Rakesh Mallick
  • Published: Tuesday, 27 March 2018
  • Updated: 23 June 2018, 09:13 AM IST

Sports

Latest News

ଆଜିର ଯୁବପିଢ଼ି ପୁରାଣ ଶାସ୍ତ୍ର କଥାକୁ ବିଶ୍ୱାସ କରିପାରୁ ନଥିଲେ ମଧ୍ୟ ସମ୍ପୂର୍ଣ୍ଣ ଏଡ଼ାଇ ଦେଇ ପାରନ୍ତି ନାହିଁ। ଏଥିରେ ଏମିତି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଲେଖାଥାଏ, ଯାହା ଅନେକ ବଡ଼ ବଡ଼ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଭୁଲ୍‌ ବିଷୟରେ ଜଣାଇବୁ ଯାହା ଯେତେ ଲୁଚାଇଲେ ବି ଲୁଚି ପାରେନା। ଭବିଷ୍ୟତରେ ନିଜର ଏହି ଭୁଲ୍‌ ବୈବାହିକ ଜୀବନରେ ଝଡ଼ ସୃଷ୍ଟି କରିଥାଏ।

ମିଛ କହିବା: ଗୋଟିଏ ମିଛକୁ ଲୁଚାଇବାକୁ ଯାଇ ଆଉ ଗୋଟିଏ ମିଛ କହିବା ଆଦୌ ଭଲ ଅଭ୍ୟାସ ନୁହେଁ। ଦିନେ କର୍ଣ୍ଣ ମଧ୍ୟ ଏପରି ଏକ ଭୁଲ୍‌ କରିଥିଲେ। ନିଜକୁ ମିଛରେ ବ୍ରାହ୍ମଣ ରୂପେ ପରିଚୟ ଦେଇ ଗୁରୁ ପର୍ଶୁରାମଙ୍କଠାରୁ ଯୁଦ୍ଧବିଦ୍ୟା ଶିଖିଥିଲେ। କିନ୍ତୁ ପରେ ପର୍ଶୁରାମ ଏହା ଜାଣିପାରି ତାଙ୍କୁ ଅଭିଶାପ ଦେଇଥିଲେ। ଯାହାର ପରିଣାମ ସ୍ୱରୂପ ଅର୍ଜୁନଙ୍କ ଶରରେ କର୍ଣ୍ଣଙ୍କ ମୃତ୍ୟୁ ହୋଇଥିଲା।

କପଟ କରିବା ବା ଧୋକା ଦେବା: ଭଗବାନ କପଟ ସହିପାରନ୍ତି ନାହିଁ। କପଟି ଲୋକଙ୍କୁ ଉଚିତ୍   ଶାସ୍ତି ଦିଅନ୍ତି। ମହାଭାରତରେ କୌରବମାନେ ପାଣ୍ଡବଙ୍କ ସହିତ ଅନେକ କପଟ,ଛଳ କରିଥିଲେ। ଫଳରେ ତାଙ୍କର ଅନ୍ତିମ ପରିଣାମ ଭୟଙ୍କର ଥିଲା। ସମସ୍ତେ ପାଣ୍ଡବଙ୍କ ହାତରେ ବଦ୍ଧ ହୋଇଥିଲେ।

ହତ୍ୟା କରିବା: ଶାସ୍ତ୍ର କହେ ଏପରି ପାପର କେବେ କ୍ଷମା ନଥାଏ। ହତ୍ୟାକାରୀଙ୍କୁ ଦଣ୍ଡ ଅବଶ୍ୟ ମିଳିଥାଏ। ଯେତେ ଲୁଚାଇଲେ ବି ହତ୍ୟାଭଳି ନାରକୀୟ ପାପ ଲୁଚେ ନାହିଁ।

ଅହଙ୍କାର: ନିଜକୁ ଯେତେ ଭଲ ବୋଲି ଦର୍ଶାଇଲେ ମଧ୍ୟ ନିଜର ଅହଙ୍କାରୀ ଗୁଣକୁ କେହି ଲୁଚାଇ ପାରନ୍ତି ନାହିଁ। ଏଭଳି ବ୍ୟକ୍ତି ନିଜ ଅହଙ୍କାରକୁ ରଖ୍ୟା କରିବା ପାଇଁ ପାପ କରିବାକୁ ମଧ୍ୟ ପଛାନ୍ତି ନାହିଁ। ଏହାର ଉଦାହରଣ ହେଲା ରାବଣ ଓ ଦୁର୍ଯ୍ୟେଧନ। ଏମାନଙ୍କ ଅହଙ୍କାର ହିଁ ତାଙ୍କ ପତନର କାରଣ ହେଲା।

ବ୍ୟଭିଚାର ଅର୍ଥାତ୍‌ ଅନୈତିକ ସମ୍ପର୍କ: ଯେଉଁ ପୁରୁଷ ଓ ସ୍ତ୍ରୀମାନେ ଅନୈତିକ ସମ୍ପର୍କ ରଖିଥାନ୍ତି, ସେମାନେ ଏହାକୁ ଲୁଚାଇବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଏହା ଦିନେ ଲୋକଲୋଚନକୁ ଆସି ଯାଏ। ଭୟଙ୍କର ରୋଗ ଭଳି ଯନ୍ତ୍ରଣା ଦିଏ। ଏଥିରେ ବୈବାହିକ ଜୀବନ ନଷ୍ଟ ହୋଇଯାଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos