ନବକଳେବର ପ୍ରସଙ୍ଗରେ ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ, ସରକାର କହିଲେ ବ୍ରହ୍ମ ‘ବିଭ୍ରାଟ’ ନୁହେଁ ‘ବିଳମ୍ବ’ ହୋଇଥିଲା

ଭୁବନେଶ୍ୱର: ନବକଳେବର ବେଳେ ବ୍ରହ୍ମ ବିଭ୍ରାଟ ହୋଇଛି। ଏଥି ସହିତ ଭିତ୍ତିଭୂମି ଟଙ୍କା କିକବ୍ୟାକ୍ ହୋଇଛି। ଏମିତି ଅଭିଯୋଗ କରି ଆଜି ବିଧାନସଭାରେ ନବକଳେବର ମୁଲତବି ଆଲୋଚନାରେ ବିରୋଧୀ ସରକାରଙ୍କୁ ଘେରିଥିଲେ। ଅନ୍ୟପକ୍ଷରେ ସରକାରୀ ଦଳ ତରଫରୁ କୁହାଯାଇଛି ଯେ ‘ବିଭ୍ରାଟ’ ନୁହେଁ ‘ବିଳମ୍ୱ’ ହୋଇଛି। ସୁରୁଖୁରୁରେ ନବକଳେବର ଓ ରଥଯାତ୍ରା ହୋଇଛି। ନବକଳେବର ବିଭ୍ରାଟକୁ ନେଇ ଆଜି ଗୃହରେ ହୋଇଥିଲା ସରଗରମ ଆଲୋଚନା। ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ବି ବିରୋଧୀ କରିଥିଲେ ଟାର୍ଗେଟ୍। ବିରୋଧୀ ଅଭିଯୋଗ […]

assembly

Rakesh Mallick
  • Published: Wednesday, 26 August 2015
  • , Updated: 26 August 2015, 02:22 PM IST

ଭୁବନେଶ୍ୱର: ନବକଳେବର ବେଳେ ବ୍ରହ୍ମ ବିଭ୍ରାଟ ହୋଇଛି। ଏଥି ସହିତ ଭିତ୍ତିଭୂମି ଟଙ୍କା କିକବ୍ୟାକ୍ ହୋଇଛି। ଏମିତି ଅଭିଯୋଗ କରି ଆଜି ବିଧାନସଭାରେ ନବକଳେବର ମୁଲତବି ଆଲୋଚନାରେ ବିରୋଧୀ ସରକାରଙ୍କୁ ଘେରିଥିଲେ। ଅନ୍ୟପକ୍ଷରେ ସରକାରୀ ଦଳ ତରଫରୁ କୁହାଯାଇଛି ଯେ ‘ବିଭ୍ରାଟ’ ନୁହେଁ ‘ବିଳମ୍ୱ’ ହୋଇଛି। ସୁରୁଖୁରୁରେ ନବକଳେବର ଓ ରଥଯାତ୍ରା ହୋଇଛି।

ନବକଳେବର ବିଭ୍ରାଟକୁ ନେଇ ଆଜି ଗୃହରେ ହୋଇଥିଲା ସରଗରମ ଆଲୋଚନା। ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ବି ବିରୋଧୀ କରିଥିଲେ ଟାର୍ଗେଟ୍। ବିରୋଧୀ ଅଭିଯୋଗ କରିଥିଲେ ଯେ ଦାରୁ ଫିକ୍ସିଂରୁ ନବକଳେବର ଆରମ୍ଭ ହୋଇଥିଲା। ଆଉ ଏହି ଫିକ୍ସିଂ ପଛରେ ଅଛନ୍ତି ଜଣେ ଶିକ୍ଷାବିତ୍। ଦିନରେ ବ୍ରହ୍ମପରିବର୍ତ୍ତନ ଭକ୍ତଙ୍କୁ ଆଘାତ ଦେଇଛି। ଦଇତାଙ୍କ କୋଳରେ ଶୋଇଥିବା ମନ୍ତ୍ରୀ ଏବଂ ଦାରୁ ଶଗଡ଼ିରେ ଚଢ଼ିଥିବା କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦଣ୍ଡ ମିଳୁ। ନବକଳେବରରେ କେତେ ଖର୍ଚ୍ଚ ହୋଇଛି ସରକାର ସଠିକ୍ ଉତ୍ତର ଦିଅନ୍ତୁ। ମାଳତିପାଟପୁର ବସଷ୍ଟାଣ୍ଡକୁ ଏବେ ବସ୍ ଆସୁନି। ଏଠାରେ ବସଷ୍ଟାଣ୍ଡ ହେବାର କାରଣ ଏହା ପାଖରେ ବିଜେଡି ନେତାଙ୍କ ଜମି ରହିଛି। ନବକଳେବର ଗ୍ରାମ ତିଆରି ପାଇଁ ବାହାର ଲୋକଙ୍କୁ ଠିକାଦାରୀ ଦିଆଯାଇ କିକ୍ ବ୍ୟାକ୍ ହୋଇଛି ଏବଂ ବହୁ କାର୍ଯ୍ୟ ଅସଂପୂର୍ଣ ରହିଛି। ଏ ଅଭିଯୋଗ ଉପରେ ଶାସକ ଦଳ ପକ୍ଷରୁ କୁହାଯାଇଥିଲା ଯେ ବ୍ରହ୍ମ ବିଭ୍ରାଟ ନୁହେଁ ବରଂ ସଂସ୍ଥାପନରେ ବିଳମ୍ୱ ହୋଇଥିଲା।  ଏହାର କାରଣ ହେଲା ଦୁଇ ଗୋଷ୍ଠୀ ଦଇତାଙ୍କ ଭିତରେ ମତାନ୍ତର। ନବକଳେବର ଓ

ରଥଯାତ୍ରା ସୂଚାରୁ ରୂପେ ସଂପନ୍ନ ହୋଇଛି, ଠିକ୍ ସମୟରେ ମଧ୍ୟ ସଂପନ୍ନ ହୋଇଛି। କେଉଁଥିରେ ବି ଦୁର୍ନୀତି ହୋଇନାହିଁ।

Related story