ଭୋଟ ବର୍ଜନ ପାଇଁ ମାଓବାଦୀଙ୍କ ଆହ୍ୱାନ

ରାୟଗଡ଼/ନବରଙ୍ଗପୁର: ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୋଟ ବର୍ଜନ ପାଇଁ ରାୟଗଡ଼ା ଓ ନବରଙ୍ଗପୁରରେ ପୋଷ୍ଟର ଏବଂ ବ୍ୟାନର ଲଗାଇଛନ୍ତି ମାଓବାଦୀ। ପୋଷ୍ଟର ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ସିପିଆଇ ମାଓବାଦୀ କମିଟି ପକ୍ଷରୁ ରାୟଗଡ଼ ଜିଲ୍ଲା ମୁନିଗୁଡ଼ା ଭୁରୁଷିଖମାର ଗାଁରେ ପୋଷ୍ଟର ଲାଗିଛି। ଏହି ପୋଷ୍ଟରରେ ଜମି, ଜଳ ଓ ଜଙ୍ଗଲ ରାଜନେତାଙ୍କୁ ଟେକି ନ ଦେବାକୁ ଲେଖାଯାଇଛି। ସେହିପରି ନବରଙ୍ଗପୁର ଜିଲ୍ଲା ତିମନପୁର-ବିନୟପୁର ରାସ୍ତାର ଡେକ୍ରିକୋଟରେ କଳା ବ୍ୟାନରରେ ଧଳା କାଳିରେ ଲେଖାଯାଇଥିବା […]

naxal banner

Rakesh Mallick
  • Published: Sunday, 12 February 2017
  • , Updated: 12 February 2017, 08:44 PM IST

ରାୟଗଡ଼/ନବରଙ୍ଗପୁର: ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୋଟ ବର୍ଜନ ପାଇଁ ରାୟଗଡ଼ା ଓ ନବରଙ୍ଗପୁରରେ ପୋଷ୍ଟର ଏବଂ ବ୍ୟାନର ଲଗାଇଛନ୍ତି ମାଓବାଦୀ। ପୋଷ୍ଟର ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।

ସିପିଆଇ ମାଓବାଦୀ କମିଟି ପକ୍ଷରୁ ରାୟଗଡ଼ ଜିଲ୍ଲା ମୁନିଗୁଡ଼ା ଭୁରୁଷିଖମାର ଗାଁରେ ପୋଷ୍ଟର ଲାଗିଛି। ଏହି ପୋଷ୍ଟରରେ ଜମି, ଜଳ ଓ ଜଙ୍ଗଲ ରାଜନେତାଙ୍କୁ ଟେକି ନ ଦେବାକୁ ଲେଖାଯାଇଛି।

ସେହିପରି ନବରଙ୍ଗପୁର ଜିଲ୍ଲା ତିମନପୁର-ବିନୟପୁର ରାସ୍ତାର ଡେକ୍ରିକୋଟରେ କଳା ବ୍ୟାନରରେ ଧଳା କାଳିରେ ଲେଖାଯାଇଥିବା ବ୍ୟାନର ଲାଗିଛି। ମାଲକାନଗିରି ମାଓ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ମରାଇଯାଥିବା ଜଣାପଡ଼ିଛି।

ମାଓ ଅଧ୍ୟୁଷିତ ମାଳକାନଗିରି ଜିଲ୍ଲାରେ ନିର୍ବାଚନ ହେବାକୁ ଥିବା ୧୯ଟି ପଞ୍ଚାୟତ ପାଇଁ ୪ ଜଣ ଡିଏସ୍‌ପି ଏବଂ ୧୮ ଜଣ ଇନ୍ସପେକ୍ଟର ଦାୟିତ୍ୱରେ ଥିବା ବେଳେ ବିଏସ୍‌ଏଫ୍‌, ଡିଭିଏଫ୍‌, ଏସ୍‌ଓଜି ବାହିନୀଙ୍କୁ ନିୟୋଜିତ କରାଯାଇଛି। ସେହିପରି କୋରାପୁଟର ଜୟପୁର, ଲମତାପୁଟ ଓ ଦଶମନ୍ତପୁର ପଞ୍ଚାୟତରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ରାୟଗଡ଼ା ଜିଲ୍ଲାର ମାଓ ପ୍ରବଣ ପଦ୍ମପୁର, ଗୁଡାରୀ ଓ ଚନ୍ଦ୍ରପୁର ବ୍ଲକରେ ପୋଲିସ ପ୍ରଶାସନ ସହ କେନ୍ଦ୍ରୀୟ ବାହିନୀ ପକ୍ଷରୁ କଡା ନଜର ରଖାଯାଇଛି। କନ୍ଧମାଳ ଜିଲ୍ଲାର କୋଟଗଡ଼ ଓ ତିମୁଡିବନ୍ଧରେ ସିଆରପିଏଫ୍‌, ଏସ୍‌ଓଜି ଓ ଡିଭିଏଫ୍‌ ମୁତୟନ ହୋଇଛନ୍ତି।

Related story