ନଗଡ଼ା ଜୁଆଙ୍ଗ ପାଇବେ ଦୁଇଗୁଣା ରାସନ୍‌

ଭୁବନେଶ୍ୱର: ଯାଜପୁର ଜିଲ୍ଲା ନଗଡ଼ା ଶିଶୁ ମଡ଼କ ଘଟଣା ପଦାକୁ ଆସିବା ପରେ ସରକାର ଅଞ୍ଚଳର ବିକାଶ ପାଇଁ ରୋଡ଼ ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ବର୍ଷ ବର୍ଷ ଧରି ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ନଗଡ଼ାର ଜୁଆଙ୍ଗଙ୍କ ପାଇଁ ସରକାର ଡବଲ ସୁବିଧା ଘୋଷଣା କରିଛନ୍ତି। ପାହାଡ଼ ଉପରେ ରହୁଥିବା ଏହି ଜୁଆଙ୍ଗମାନେ ଏବେ ଖାଦ୍ୟ ସୁରକ୍ଷା ଆଇନରେ ଡବଲ ଚାଉଳ ପାଇବ। ଏହାସହ ଅଙ୍ଗନୱାଡିରେ ମଧ୍ୟ ଅଧିକ ଖାଦ୍ୟ ଦିଆଯିବ। ଅଞ୍ଚଳବାସୀ କେବଳ ଅପପୁଷ୍ଟିର ଶିକାର […]

nagada

Rakesh Mallick
  • Published: Friday, 22 July 2016
  • , Updated: 22 July 2016, 10:26 PM IST

ଭୁବନେଶ୍ୱର: ଯାଜପୁର ଜିଲ୍ଲା ନଗଡ଼ା ଶିଶୁ ମଡ଼କ ଘଟଣା ପଦାକୁ ଆସିବା ପରେ ସରକାର ଅଞ୍ଚଳର ବିକାଶ ପାଇଁ ରୋଡ଼ ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ବର୍ଷ ବର୍ଷ ଧରି ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ନଗଡ଼ାର ଜୁଆଙ୍ଗଙ୍କ ପାଇଁ ସରକାର ଡବଲ ସୁବିଧା ଘୋଷଣା କରିଛନ୍ତି। ପାହାଡ଼ ଉପରେ ରହୁଥିବା ଏହି ଜୁଆଙ୍ଗମାନେ ଏବେ ଖାଦ୍ୟ ସୁରକ୍ଷା ଆଇନରେ ଡବଲ ଚାଉଳ ପାଇବ। ଏହାସହ ଅଙ୍ଗନୱାଡିରେ ମଧ୍ୟ ଅଧିକ ଖାଦ୍ୟ ଦିଆଯିବ।

ଅଞ୍ଚଳବାସୀ କେବଳ ଅପପୁଷ୍ଟିର ଶିକାର ହୋଇନାହାନ୍ତି, ମ୍ୟାଲେରିଆରେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଏହା ଜଣାପଡିବା ପରେ ପାହାଡ଼ ଉପରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ଶିବିର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ ନଗଡ଼ାକୁ ଦୁଇ ପଟୁ ରାସ୍ତା ନିର୍ମାଣ କରାଯିବ। ଏହାସହ ପ୍ରତ୍ୟକ ପରିବାରଙ୍କୁ ପିଇବା ପାଣି ଓ ସୋଲାର ଲାଇଟ୍‌ ଯୋଗାଣ ଲାଗି ସରକାର ବ୍ୟବସ୍ଥା କରିଛନ୍ତି।

ନଗଡ଼ାରେ ଅସୁସ୍ଥ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ୧୯ଜଣ ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଏହି ସଂଖ୍ୟା ବଢି ୨୨ରେ ପହଞ୍ଚିଛି। ଚିକିତ୍ସିତ ହେଉଥିବା ପିଲାଙ୍କ ମଧ୍ୟରୁ ୧୫ ଜଣ ମ୍ୟାଲେରିଆ ଆକ୍ରାନ୍ତ ଥିବା ଜଣାପଡିଛି।

ଶିଶୁ ମଡ଼କ ଘଟଣା ପଦାକୁ ଆସିବା ପରେ ନଗଡ଼ା ଗାଁକୁ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଛି। ଦେଓଗାଁରୁ ଅଶୋକଝର ଦେଇ ପାହାଡ଼ ଉପରକୁ ରାସ୍ତା ନିର୍ମାଣ ପାଇଁ ସର୍ଭେ ଆରମ୍ଭ ହୋଇଯାଇଛି। ଅନ୍ୟପଟେ ଢେଙ୍କାନାଳ କଙ୍କଡାହାଡ ଦେଇ ନଗଡ଼ାକୁ ଆଉ ଏକ ରାସ୍ତା ନିର୍ମାଣ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

କୃଷି ସଚିବ ମନୋଜ ଆହୁଜା କହିଛନ୍ତି, “ଯୋଗାଯୋଗ ପାଇଁ ନଗଡ଼ାରେ ଭିଏଚ୍‌ଏଫ୍‌ ସେଟ୍‌ ଲଗାଯିବ। ୪ଟି ମିନି ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ଖୋଲାଯିବ। ଏହାସହ ପାନୀୟଜଳ ଯୋଗାଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ପ୍ରତିଦିନ ଜିଲ୍ଲାରୁ ଓ ପ୍ରତି ସପ୍ତାହରେ ରାଜ୍ୟରୁ ଜଣେ ସରକାରୀ ଅଧିକାରୀ ନଗଡ଼ା ଯାଇ ସ୍ଥିତି ଯାଞ୍ଚ କରିବେ।”

Related story