ଅପପୁଷ୍ଟିର ଉପତ୍ୟକାରେ ପାଣି ପାଇଁ ଯୁଦ୍ଧ: ନଗଡାର ସ୍ଥିତି- ‘ଯଥା ପୂର୍ବଂ, ତଥା ପରଂ’

ଯାଜପୁର(ଗୁଲାମ୍‌ ଗସ୍‌): ଶିଶୁମୃତ୍ୟୁର ଉପତ୍ୟାକା ଭାବେ ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ନଗଡ଼ା ସ୍ଥିତିରେ ଏବେ କିଛିଟା ସୁଧାର ଆସିଛି। ହେଲେ ସବୁ ସମସ୍ୟାର ମୁଖ୍ୟ ପିଇବା ପାଣି ଅଭାବ ଏବେ ବି ଦୂର ହୋଇପାରିନାହିଁ। ପିଇବା ପାଣିର ସୁବିଧା ନ ଥିବାରୁ ନଗଡ଼ାର ଲୋକେ ପୂର୍ବ ପରି ଝରଣା ଉପରେ ନିର୍ଭର କରୁଛନ୍ତି। ତାହା ପୁଣି ଗାଁଠାରୁ ୧ କିମି ଦୂରରେ ରହିଛି। ଟାଇଁ ଟାଇଁ ଖରାରେ ଝରଣାକୁ ଯାଇ ପାଣି ଆଣୁଛନ୍ତି ନଗଡ଼ାବାସୀ। ଝରଣାର […]

nagada

Rakesh Mallick
  • Published: Saturday, 29 April 2017
  • , Updated: 29 April 2017, 08:51 PM IST

ଯାଜପୁର(ଗୁଲାମ୍‌ ଗସ୍‌): ଶିଶୁମୃତ୍ୟୁର ଉପତ୍ୟାକା ଭାବେ ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ନଗଡ଼ା ସ୍ଥିତିରେ ଏବେ କିଛିଟା ସୁଧାର ଆସିଛି। ହେଲେ ସବୁ ସମସ୍ୟାର ମୁଖ୍ୟ ପିଇବା ପାଣି ଅଭାବ ଏବେ ବି ଦୂର ହୋଇପାରିନାହିଁ। ପିଇବା ପାଣିର ସୁବିଧା ନ ଥିବାରୁ ନଗଡ଼ାର ଲୋକେ ପୂର୍ବ ପରି ଝରଣା ଉପରେ ନିର୍ଭର କରୁଛନ୍ତି। ତାହା ପୁଣି ଗାଁଠାରୁ ୧ କିମି ଦୂରରେ ରହିଛି। ଟାଇଁ ଟାଇଁ ଖରାରେ ଝରଣାକୁ ଯାଇ ପାଣି ଆଣୁଛନ୍ତି ନଗଡ଼ାବାସୀ। ଝରଣାର ଦୂଷିତ ପାଣି ପିଇ ରୋଗକୁ ଆମନ୍ତ୍ରଣ କରୁଛନ୍ତି।

ଏହି ପାହାଡ଼ି ଝରଣା ଉପରେ ନିର୍ଭର କରିବା ଛଡ଼ା ନଗଡ଼ାବାସୀଙ୍କ ଅନ୍ୟ ଚାରା ନାହିଁ। ଅପପଷ୍ଟିକୁ ନେଇ ନଗଡ଼ା ଚର୍ଚ୍ଚାକୁ ଆସିବା ପରେ ଏଠାରେ ପାଣିର ସୁବିଧା ପାଇଁ ନଳକୂପ ଖୋଳାଯାଇଛି। ଟ୍ୟାପ୍ ବି ଲାଗିଛି। ହେଲେ ଏହା କିଛି କାମରେ ଲାଗୁନାହିଁ।

ବିଶୁଦ୍ଧ ପାଣି ପାଇଁ ସରକାର ଘରେ ଘରେ ୱାଟର ଫିଲ୍‌ଟର ବାଣ୍ଟିଛନ୍ତି। ହେଲେ ଏହାର ବ୍ୟବହାର କିପରି କରାଯିବା ତାହା ଶିଖାଇ ନାହାନ୍ତି। ଫଳରେ ଏହା ସେମାନଙ୍କ କିଛି କାମରେ ଲାଗୁନାହିଁ।  କହିବାକୁ ଗଲେ ନଗଡ଼ାର ସ୍ଥିତି ‘ଯଥା ପୂର୍ବଂ, ତଥା ପରଂ’ ଅବସ୍ଥାରେ ରହିଛି।

ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡା ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ଏହାସହ ସ୍ଥିତି ଶୀଘ୍ର ବଦଳିବ ବୋଲି ଆଶା ରଖିଥିବା କହିଛନ୍ତି।

ଅପପୁଷ୍ଟିରେ ଶିଶୁମୃତ୍ୟୁ ଘଟଣା ଆସିବା ପରେ ନଗଡ଼ା ଗାଁର ଚିତ୍ରରେ ପରିବର୍ତ୍ତନ ଘଟିଛି। ଦିନେ ପାଦଚଲା ରାସ୍ତା ନ ଥିବା ଏହି ଗାଁରେ ରାସ୍ତା ନିର୍ମାଣ ହୋଇଛି। ଲୋକେ ସୌର ବିଦ୍ୟୁତ୍‌ ବ୍ୟବହାର କରୁଛନ୍ତି। ହେଲେ ମୂଳ ସମସ୍ୟା ପିଇବା ପାଣି ପାଇଁ ଏବେ ବି ପାହାଡି ଝରଣା ଉପରେ ନିର୍ଭର କରୁଛନ୍ତି।

Related story