ବାରିପଦା:ନର୍ସ ମାଡରେ ପ୍ରସୂତୀ ମହିଳାଙ୍କ ମୃତ୍ୟୁ ଘଟଣା, ଉତ୍ତେଜନା ପରେ ଥାନାକୁ ଗଲା ମାମଲା

ବାରିପଦା: ଚିକିତ୍ସା ପରିବର୍ତ୍ତେ ଡାକ୍ତରଖାନାରେ ନର୍ସଙ୍କଠାରୁ ମାଡ ଖାଇ ପ୍ରସୂତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ। ପରିବାର ଲୋକଙ୍କ ସହ ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରେ ରଖି ନ୍ୟାୟ ଦାବି କରିଥିଲେ । ଶେଷରେ ମେଡିକାଲ ଅଧିକାରୀ ଓ ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପ୍ରସବ ପାଇଁ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କଇଁଶାଳୀ ଗାଁର ଖୁଦୀରାମ ସିଂଙ୍କ […]

baripada

Rakesh Mallick
  • Published: Tuesday, 06 October 2015
  • , Updated: 06 October 2015, 11:30 AM IST

ବାରିପଦା: ଚିକିତ୍ସା ପରିବର୍ତ୍ତେ ଡାକ୍ତରଖାନାରେ ନର୍ସଙ୍କଠାରୁ ମାଡ ଖାଇ ପ୍ରସୂତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ। ପରିବାର ଲୋକଙ୍କ ସହ ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରେ ରଖି ନ୍ୟାୟ ଦାବି କରିଥିଲେ । ଶେଷରେ ମେଡିକାଲ ଅଧିକାରୀ ଓ ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ପ୍ରସବ ପାଇଁ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କଇଁଶାଳୀ ଗାଁର ଖୁଦୀରାମ ସିଂଙ୍କ ପତ୍ନୀ ଦେବଯାନୀଙ୍କୁ ରବିବାର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରଦିନ ତାଙ୍କର ଅପରେସେନ ହେବାର ଥିଲା। ତେବେ ଯନ୍ତ୍ରଣା ହେବାରୁ ଦେବଯାନୀଙ୍କ ସାଙ୍ଗରେ ଆସିଥିବା ଆଶାକର୍ମୀ ନର୍ସଙ୍କୁ ଡାକିଥିଲେ । କିନ୍ତୁ ଚିକିତ୍ସା ପରିବର୍ତ୍ତେ ସମ୍ପୃକ୍ତ ନର୍ସ ରୋଗୀଙ୍କୁ ମାଡ଼ ମାରିବାରୁ ଉଭୟ ମା’ ଓ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ସପଟେ ସମ୍ପୃକ୍ତ ନର୍ସଙ୍କୁ ଏଭଳି କାର୍ଯ୍ୟ ପାଇଁ ନିଲମ୍ୱନ କରାଯାଇଛି।

Related story