ଟ୍ୱିଟ୍‌ କରି ଜିଏସ୍‌ଟି ଅଭିନନ୍ଦନ ଜଣାଇଲେ ନବୀନ  

ଭୁବନେଶ୍ୱର: ଗତକାଲି ମଧ୍ୟରାତିରୁ ଜିଏସ୍‌ଟି ସାରା ଭାରତରେ ଲାଗୁ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି,“ ଭାରତ ଗୋଟିଏ ଦେଶ, ଗୋଟିଏ ଟିକସ ଓ ଗୋଟିଏ ବଜାର ହେଲା। ଏଥିପାଇଁ ସମସ୍ତଙ୍କୁ ଅଭିନ୍ଦନ ଜଣାଉଛି। ଜିଏସ୍‌ଟି ପାଇଁ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜିଏସ୍‌ଟି ଲାଗୁ ସହଜ, ସରଳ ଏବଂ ଦ୍ୱନ୍ଦ୍ବ ଦୂରକାରୀ ହେବା ଦରକାର। ସାଧାରଣ ଲୋକ, […]

cm tweet on GST

Rakesh Mallick
  • Published: Saturday, 01 July 2017
  • , Updated: 01 July 2017, 01:48 PM IST

ଭୁବନେଶ୍ୱର: ଗତକାଲି ମଧ୍ୟରାତିରୁ ଜିଏସ୍‌ଟି ସାରା ଭାରତରେ ଲାଗୁ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି,“ ଭାରତ ଗୋଟିଏ ଦେଶ, ଗୋଟିଏ ଟିକସ ଓ ଗୋଟିଏ ବଜାର ହେଲା। ଏଥିପାଇଁ ସମସ୍ତଙ୍କୁ ଅଭିନ୍ଦନ ଜଣାଉଛି। ଜିଏସ୍‌ଟି ପାଇଁ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜିଏସ୍‌ଟି ଲାଗୁ ସହଜ, ସରଳ ଏବଂ ଦ୍ୱନ୍ଦ୍ବ ଦୂରକାରୀ ହେବା ଦରକାର। ସାଧାରଣ ଲୋକ, ଶିଳ୍ପ ଓ ବାଣିଜ୍ୟ ଲାଭାନ୍ୱିତ ନେଇ ଦୃଷ୍ଟି ଦେବା ଦରକାର।”

ଗତକାଲି ସଂସଦର ସ୍ୱତନ୍ତ୍ର ଅଧିବେଶନରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସ୍‌ଟିର ଶୁଭାରମ୍ଭ କରିଥିଲେ।

Related story