ସେବା ମନୋବୃତ୍ତି ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାକୁ ନବୀନଙ୍କ ପରାମର୍ଶ

ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନରେ ସେବା ମନୋବୃତ୍ତି ଥିବା ତଥା ଲୋକେ ଭଲ ପାଉଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପାଇଁ ଗତ ରବିବାର ଠାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲାୱାରି ସମୀକ୍ଷା ବୈଠକ କରୁଥିବା ବେଳେ ସେହି କ୍ରମରେ ଆଜି ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ ଓ ଗଜପତି ଜିଲ୍ଲାର ସମୀକ୍ଷା କରିଥିଲେ। ଏଥିରେ ଯୋଗ ଦେଇଥିବା ଏହି ଜିଲ୍ଲାଗୁଡ଼ିକର ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାମାନଙ୍କୁ […]

jayaram-pangi

Rakesh Mallick
  • Published: Wednesday, 07 September 2016
  • , Updated: 10 September 2016, 01:22 PM IST

ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନରେ ସେବା ମନୋବୃତ୍ତି ଥିବା ତଥା ଲୋକେ ଭଲ ପାଉଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପାଇଁ ଗତ ରବିବାର ଠାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲାୱାରି ସମୀକ୍ଷା ବୈଠକ କରୁଥିବା ବେଳେ ସେହି କ୍ରମରେ ଆଜି ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ ଓ ଗଜପତି ଜିଲ୍ଲାର ସମୀକ୍ଷା କରିଥିଲେ। ଏଥିରେ ଯୋଗ ଦେଇଥିବା ଏହି ଜିଲ୍ଲାଗୁଡ଼ିକର ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାମାନଙ୍କୁ ମୁଖ୍ୟମନ୍ତ୍ରୀ ଏ ପରାମର୍ଶ ଦେଇଥିଲେ।

ପୂର୍ବତନ ସାଂସଦ ତଥା କୋରାପୁଟ ଜିଲ୍ଲା ସଭାପତି ଜୟରାମ ପାଙ୍ଗି କହିଛନ୍ତି,“ସେବା ମନୋବୃତ୍ତି ଥିବା ଓ ଲୋକେ ଭଲ ପାଉଥିବା ବ୍ୟକ୍ତିଙ୍କୁ  ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।”

ସେ କହିଛନ୍ତି,“ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବାକୁ କୋରାପୁଟରେ ୭ ଜଣିଆ କମିଟି ଗଠନ କରାଯାଇଛି।”

ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି,“ସଂଗଠନକୁ ମଜଭୁତ କରିବା ପାଇଁ ଯେଉଁ ନିରନ୍ତର ପ୍ରକ୍ରିୟା ଚାଲିଛି ତାହାକୁ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ତା’ସହିତ ସରକାରଙ୍କ ଦ୍ୱାରା କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ କହିଛନ୍ତି।”

ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି,“ଦଳର କର୍ମୀ ଓ ନେତାଙ୍କ ମଧ୍ୟରେ ସମନ୍ୱୟ ରଖି ସରକାରଙ୍କ ଜନହିତକର କାର୍ଯ୍ୟଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।”

Related story