ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚା : ଟ୍ୱିଟ୍‌ କରି ନବୀନ କହିଲେ ୨ ଗ୍ଲାସ ଲେମ୍ବୁ ସରବତ ପିଇବା ପରେ ମୁଁ ଫାଇନ୍

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚା। ନବୀନ ଅସୁସ୍ଥ ଥିବା ନେଇ କିଛି ଦିନ ତଳେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ତେବେ ନବୀନ ଏହି ପ୍ରସଙ୍ଗରେ ନିଜେ ମୁହଁ ଖୋଲିବା ସହ ସେ ସଂପୂର୍ଣ୍ଣ ସୁସ୍ଥ ଥିବା କହିଥିଲେ। ମାତ୍ର ଆଜି ସ୍ୱାଧୀନତା ଦିବସ ସମାରୋହରେ ଉଦ୍‌ବୋଧନ ଦେବା ସମୟରେ ନବୀନ୍ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତେବେ ନବୀନ ସମାରୋହ ଶେଷ ପର୍ଯ୍ୟନ୍ତ ଉତ୍ସବସ୍ଥଳରେ ରହିବା ସହ ପରେ ଆସି ପୋଲିସ ପଦକ ବି ପ୍ରଦାନ କରିଥିଲେ। ତେବେ […]

Untitled-5

Rakesh Mallick
  • Published: Tuesday, 15 August 2017
  • , Updated: 15 August 2017, 08:27 PM IST

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚା। ନବୀନ ଅସୁସ୍ଥ ଥିବା ନେଇ କିଛି ଦିନ ତଳେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ତେବେ ନବୀନ ଏହି ପ୍ରସଙ୍ଗରେ ନିଜେ ମୁହଁ ଖୋଲିବା ସହ ସେ ସଂପୂର୍ଣ୍ଣ ସୁସ୍ଥ ଥିବା କହିଥିଲେ। ମାତ୍ର ଆଜି ସ୍ୱାଧୀନତା ଦିବସ ସମାରୋହରେ ଉଦ୍‌ବୋଧନ ଦେବା ସମୟରେ ନବୀନ୍ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତେବେ ନବୀନ ସମାରୋହ ଶେଷ ପର୍ଯ୍ୟନ୍ତ ଉତ୍ସବସ୍ଥଳରେ ରହିବା ସହ ପରେ ଆସି ପୋଲିସ ପଦକ ବି ପ୍ରଦାନ କରିଥିଲେ। ତେବେ ଉତ୍ସବ ପରେ ଆଜି ଟ୍ୱିଟ୍‌ କରି ନିଜ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସ୍ମଷ୍ଟୀକରଣ ରଖିଛନ୍ତି। କହିଛନ୍ତି ପ୍ୟାରେଡ୍‌ ସମୟରେ ଗୁଳୁଗୁଳି ଅଧିକ ଥିଲା। ତେଣୁ ପ୍ୟାରେଡ୍‌ ଅଂଶଗ୍ରହଣ ପୂର୍ବରୁ ଯଥେଷ୍ଟ ପାଣି ପିଇବା ଜରୁରୀ ଥିଲା। ଏଥିପାଇଁ ସେ ସମାନ୍ୟ ଶୁସ୍କତା  ଅନୁଭବ କରିଥିଲେ। ତେବେ ୨ ଗ୍ଲାସ ଲେମ୍ବୁ ସରବତ ପିଇବା ପରେ ସମ୍ବୂର୍ଣ୍ଣ ଆରାମ ଅନୁଭବ କରିଥିବା ଲେଖିଛନ୍ତି।

ସେହିପରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଗୁଳୁଗୁଳି ପାଇଁ ମୁଖ୍ୟମନ୍ତ୍ରୀ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କୁହାଯାଇଛି।

ସୂଚନା ଅନୁଯାୟୀ, ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ନବୀନ । ଏହା ପରେ ଆରମ୍ଭ କରିଥିଲେ ଅଭିଭାଷଣ। ତେବେ ୭ ମିନିଟ୍ କହିବା ପରେ ସେ ହଠାତ୍ ଅପ୍ରସ୍ତୁତ ଜଣାପଡିଥିଲେ । ସେ ସାମାନ୍ୟ କାଷିବା ସହ ତାଙ୍କ କଣ୍ଠ ଥରିବା ଭଳି ଜଣାପଡିଥିଲା । ଉପସ୍ଥିତ ସୁରକ୍ଷାକର୍ମୀ ତୁରନ୍ତ ନବୀନଙ୍କୁ ଧରି ନେବା ସହ ଚେୟାରରେ ବସାଇ ଦେଇଥିଲେ।  ନବୀନ ଅବଶ୍ୟ ପ୍ରକୃତିସ୍ଥ ହୋଇ ବସିବାକୁ ଉଦ୍ୟମ କରିଥିଲେ।  ତେବେ ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ନ ଥିବା ତାଙ୍କ ଭାବଭଙ୍ଗୀରୁ ସ୍ପଷ୍ଟ ଜଣାପଡୁଥିଲା।  ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରୁଥିବା ଦେଖା ଯାଇଥିଲା। ପ୍ୟାରେଡ୍ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ରେ ଥିବା ଆଡଭାନ୍ସ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ମଞ୍ଚ ନିକଟକୁ ଅଣାଯାଇଥିଲା।

ତେବେ ନବୀନ ସମାରୋହ  ସରିବା ଯାଏଁ ଉପସ୍ଥିତ ରହି ସବୁ ଠିକ୍‌ଠାକ୍ ଥିବା ସୂଚିତ କରିବାକୁ ଚାହିଁଥିଲେ। ଏପରିକି  ପୋଲିସ ପଦକ ପ୍ରଦାନ ଉତ୍ସବରେ ବି ସ୍ୱାଭାବିକ ଭାବେ ଯୋଗ ଦେଇଥିଲେ ।  ଶେଷରେ ସ୍ମିତହାସ୍ୟ ଦେଇ ସାମ୍ବାଦିକଙ୍କୁ କହିଥିଲେ ମାଇଁ ହେଲଥ୍‌ ଇଜ୍ ଫାଇନ୍।

ସେପଟେ ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବା ଖବର ପ୍ରଚାର ହେବା ପରେ ନବୀନ ନିବାସଠାରୁ ଆରମ୍ଭ କରି କ୍ୟାପିଟାଲ ହସ୍ପିଟାଲ ପଯର୍ୟନ୍ତ ହଠାତ୍ ଭିଡ଼ ଜମିଥିଲା । ବିଜେଡ଼ି ନେତା ବି ନବୀନ ନିବାସରେ ପହଞ୍ଚି ଯାଇଥିଲେ।  ପୋଲିସ ମହାନିର୍ଦ୍ଦେଶକ, ପୋଲିସ କମିଶନର, ଭୁବନେଶ୍ୱର ଡିସିପି ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ପଛେ ପଛେ ଯାଇଥିଲେ। କ୍ୟାପିଟାଲ ହସ୍ପିଟାଲର ଜଣେ କାର୍ଡିଓଲୋଜିଷ୍ଟ ଓ ଜଣେ ମେଡ଼ିସିନ୍ ସ୍ପେଶାଲିଷ୍ଟ ମଧ୍ୟ ନବୀନ ନିବାସ ଯାଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କଣ ହେଲା ବୋଲି କେହି ସଠିକ୍ ତଥ୍ୟ ପାଇ ନ ଥିଲେ । ତେବେ ଅତ୍ୟଧିକ ଗୁଳୁଗୁଳି ହେତୁ ନବୀନ ସାମାନ୍ୟ ଅଶ୍ୱସ୍ଥ ଅନୁଭବ କରିଥିବା ତାଙ୍କ ଲୋକ ସଂପର୍କ ଅଧିକାରୀ ସୁକାନ୍ତ କୁମାର ପଣ୍ଡା  ପରେ ସୂଚନା ଦେଇଥିଲେ।

Related story