ସଂସଦୀୟ ଦଳକୁ ସଜାଡ଼ିବାକୁ ନବୀନଙ୍କ ପ୍ରୟାସ: ଆସନ୍ତାକାଲି ସାଂସଦଙ୍କ ସହ ଆଲୋଚନା

ଭୁବନେଶ୍ୱର: ବିଜେଡି ସଂସଦୀୟ ଦଳ ମଧ୍ୟରେ ଘୋଳିଆ ହୋଇଯାଇଛି। ଏହାକୁ ଦଳ ମୁଖିଆ ନବୀନ ହିଁ ସଜାଡି ପାରିବେ। ଏଥିପାଇଁ ସେ ପ୍ରୟାସ ଆରମ୍ଭ କରିଛନ୍ତି। ଆସନ୍ତାକାଲି ଦିଲ୍ଲୀରେ ବିଜେଡିର ସାଂସଦଙ୍କୁ ନେଇ ସେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ସାଂସଦମାନଙ୍କ ସହ ନବୀନ ସିଧାସଳଖ ଆଲୋଚନା କରିବେ। କିଛିଦିନ ତଳେ କେତେଜଣ ସାଂସଦ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଦଳ ପରିଚାଳନା ନେଇ ପ୍ରଶ୍ନ ଉଠାଇଥିବାରୁ ଏହି ବୈଠକକୁ ଗୁରୁତ୍ୱର ସହ ନିଆଯାଉଛି। କିଛିଦିନ ପୂର୍ବେ […]

Naveen

Rakesh Mallick
  • Published: Sunday, 09 April 2017
  • , Updated: 09 April 2017, 09:08 PM IST

ଭୁବନେଶ୍ୱର: ବିଜେଡି ସଂସଦୀୟ ଦଳ ମଧ୍ୟରେ ଘୋଳିଆ ହୋଇଯାଇଛି। ଏହାକୁ ଦଳ ମୁଖିଆ ନବୀନ ହିଁ ସଜାଡି ପାରିବେ। ଏଥିପାଇଁ ସେ ପ୍ରୟାସ ଆରମ୍ଭ କରିଛନ୍ତି। ଆସନ୍ତାକାଲି ଦିଲ୍ଲୀରେ ବିଜେଡିର ସାଂସଦଙ୍କୁ ନେଇ ସେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ସାଂସଦମାନଙ୍କ ସହ ନବୀନ ସିଧାସଳଖ ଆଲୋଚନା କରିବେ। କିଛିଦିନ ତଳେ କେତେଜଣ ସାଂସଦ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଦଳ ପରିଚାଳନା ନେଇ ପ୍ରଶ୍ନ ଉଠାଇଥିବାରୁ ଏହି ବୈଠକକୁ ଗୁରୁତ୍ୱର ସହ ନିଆଯାଉଛି।

କିଛିଦିନ ପୂର୍ବେ ସାଂସଦ ତଥାଗତ ସତପଥୀଙ୍କ ଟ୍ୱିଟ୍‌। ଏହି ଟ୍ୱିଟ୍‌ର ଏକ ପ୍ରଶ୍ନରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍‌ରେ ଉତ୍ତର। ଏହାପରେ ବୈଜୟନ୍ତଙ୍କ ଆର୍ଟିକିଲ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା। ଦଳର ପରିଚାଳନା ଠିକ ହେଉନାହିଁ କହି ନିଆଁରେ ଘିଅ ଢାଳିଥିଲେ ସାଂସଦ ନରେନ୍ଦ୍ର ସ୍ୱାଇଁ। ଯାହାକୁ ତର୍ଜମା କଲେ ଜଣାପଡୁଛି ସଂସଦୀୟ ଦଳରେ ସବୁ କିଛି ଠିକ୍‌ରେ ଚାଲୁନାହିଁ। ଯାହାକୁ ଠିକ୍‌ କରିବାକୁ ନବୀନ ଏହି ବୈଠକରେ ନିଶ୍ଚିତ ପ୍ରୟାସ କରିବେ।

ବୈଠକରେ ସାଂସଦଙ୍କ ମଧ୍ୟରେ ରହିଥିବା ତାଳମେଳର ଅଭାବ, ପରସ୍ପର ବିରୋଧୀ ବିବୃତ୍ତି, ବିଜେପି ବିରୋଧରେ ଦଳର ଆଭିମୁଖ୍ୟ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।

ବିଜେଡିର କିଛି ସାଂସଦ ଓ ବିଧାୟକ ବିଜେପିରେ ମିଶିବେ ବୋଲି କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମନ୍ତବ୍ୟ ଦେଇଥିଲେ। ସେ ଦୃଷ୍ଟିରୁ ସାଂସଦମାନଙ୍କ ଏକାଠି ରହିବାକୁ ନବୀନ ପରାମର୍ଶ ଦେଇପାରନ୍ତି। ଏହାବାଦ ବିଜେପିର ଜାତୀୟ କାର୍ଯ୍ୟକାରିଣୀକୁ କିଭଳି ଓ କେଉଁ ଢଙ୍ଗରେ ମୁକାବିଲା କରାଯିବ ତା’ ଉପରେ ମଧ୍ୟ ଆଲୋଚନା ହୋଇପାରେ। ପଞ୍ଚାୟତ ନିର୍ବାଚନ ବିପର୍ଯ୍ୟୟ ମଧ୍ୟ ଆଲୋଚନରେ ସ୍ଥାନ ପାଇପାରେ।

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ସାଂସଦମାନଙ୍କର ଯାହା ତାହା ସେମାନେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ କହି ପାରିବେ।”

Related story