ଯୁଦ୍ଧ ଆସନ୍ନ! ଚୀନକୁ ଜବାବ ଦେବାକୁ ସୀମାରେ ଅଧିକ ସେନା ଠୁଳ କଲା ଭାରତ

ନୂଆଦିଲ୍ଲୀ: ସୀମାରେ ସମରସଜ୍ଜା। ଚୀନକୁ ଜବାବ ଦେବା ପାଇଁ ଅଣ୍ଟାଭିଡ଼ିଲା ଭାରତ। ଏହି କ୍ରମରେ ସିକିମ ଏବଂ ଅରୁଣାଚଳପ୍ରଦେଶକୁ  ଅଧିକ ସୈନ୍ୟ ପଠାଇଛି ଭାରତ।  ଶୁକ୍ରବାର ଏହି ସୂଚନା ମିଳିଛି। ସିକିମଠାରୁ ୧୪୦୦ କିମି ଦୂର ଭାରତ-ଚୀନ ସୀମାରେ  ଅଧିକ ସୈନ୍ୟ ମୁତୟନ କରାଯାଇଛି। ବର୍ତ୍ତମାନର ପରିସ୍ଥିତି ଏବଂ ଚୀନର ଆକ୍ରମଣ ସ୍ଥିତିକୁ ଅନୁଧ୍ୟାନ କରି ଏଭଳି ପଦେକ୍ଷପ ନିଆଯାଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ସୁକନାଠାରେ ୩୩ କର୍ପସ ଘାଟି, ଅରୁଣାଚଳପ୍ରଦେଶର ୩ […]

army

Rakesh Mallick
  • Published: Friday, 11 August 2017
  • , Updated: 11 August 2017, 10:51 PM IST

ନୂଆଦିଲ୍ଲୀ: ସୀମାରେ ସମରସଜ୍ଜା। ଚୀନକୁ ଜବାବ ଦେବା ପାଇଁ ଅଣ୍ଟାଭିଡ଼ିଲା ଭାରତ। ଏହି କ୍ରମରେ ସିକିମ ଏବଂ ଅରୁଣାଚଳପ୍ରଦେଶକୁ  ଅଧିକ ସୈନ୍ୟ ପଠାଇଛି ଭାରତ।  ଶୁକ୍ରବାର ଏହି ସୂଚନା ମିଳିଛି। ସିକିମଠାରୁ ୧୪୦୦ କିମି ଦୂର ଭାରତ-ଚୀନ ସୀମାରେ  ଅଧିକ ସୈନ୍ୟ ମୁତୟନ କରାଯାଇଛି। ବର୍ତ୍ତମାନର ପରିସ୍ଥିତି ଏବଂ ଚୀନର ଆକ୍ରମଣ ସ୍ଥିତିକୁ ଅନୁଧ୍ୟାନ କରି ଏଭଳି ପଦେକ୍ଷପ ନିଆଯାଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ସୁକନାଠାରେ ୩୩ କର୍ପସ ଘାଟି, ଅରୁଣାଚଳପ୍ରଦେଶର ୩ କର୍ପସ ଘାଟି ଏବଂ ଆଶାମରେ ଥିବା ୪ କର୍ପସ ଘାଟିକୁ ସତର୍କ କରିଦିଆଇଛି। ପୂର୍ବାଞ୍ଚଳ ତଥା ଭାରତ-ଚୀନ ସୀମାରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଛି। ଏ ସବୁ ଘାଟିରୁ ଅଧିକ ସୈନ୍ୟକୁ ସୀମାକୁ ପଠାଇ ଦିଆଯାଇଛି।

ତେବେ ସୀମାରେ କେତେ ଅଧିକ ସୈନ୍ୟ ମୁତୟନ କରାଯାଇଛି ତାହା ଗୋପନ ରଖାଯାଇଛି।  ଅନ୍ୟପକ୍ଷରେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବିଭିନ୍ନ ଅଧିକାରୀଙ୍କ ସମେତ ୪୫ ହଜାର ସୈନ୍ୟ ଯିବାକୁ ପାଇଁ ପ୍ରସ୍ତୁତ ଅଛନ୍ତି।। ଆବଶ୍ୟକ ପଡ଼ିଲେ ସୈନ୍ୟକୁ ପଠାଯାଇପାରେ। ୯ ହଜାର ଫୁଟ ଉପରେ ଏହି ସୈନ୍ୟ ମୁତୟନ ହେବେ। ଗତ ଦୁଇ ମାସ ଧରି ସିକିମ ସୀମାରେ ଉତ୍ତେଜନା ଲାଗି ରହିବା ସହ ଚୀନ ବାରମ୍ବାର ଯୁଦ୍ଧ ପାଇଁ ଧମକ ଦେଇ ଆସୁଛି। ଚୀନ ମଧ୍ୟ ଡୋକଲାମ ସୀମାରେ ଅଧିକ ସୈନ୍ୟ ମୁତୟନ କରିଛି। ସେପଟେ ଭାରତ ମଧ୍ୟ କୌଣସି ପରିସ୍ଥିତିରେ ପଛକୁ ହଟିବାର ପ୍ରସ୍ତୁତ ନୁହେଁ। ଉଭୟ ଦେଶ ଏବେ ମୁହାମୁହିଁ ପରିସ୍ଥିତିରେ ଅଛନ୍ତି। ଏଭଳି ସ୍ଥିତିରେ କେତେବେଳେ ଯୁଦ୍ଧ ହୋଇପାରେ ବୋଲି କୁହାଯାଉଛି।

Related story