ନେତା ଓ ମନ୍ତ୍ରୀ ଖେଳିଲେ ଫଗୁ

ଭୁବନେଶ୍ୱର: ରାଜନୀତିର ତୁ ତୁ ମେଁ ମେଁରୁ ବାହାରି ଆଜି ରାଜ୍ୟର ନେତା ଓ ମନ୍ତ୍ରୀମାନେ ଧୂମଧାମରେ ଫଗୁ ଖେଳିଛନ୍ତି। ଉଭୟ କଂଗ୍ରେସ ଓ ବିଜେପିର ତୁଙ୍ଗ ନେତାମାନେ ରଙ୍ଗ ଖେଳି ଥିଲେ। ବିଜେଡି ସୁପ୍ରିମୋ ଏଥର ବି ରଙ୍ଗ ଖେଳି ନାହାନ୍ତି। ହେଲେ ଦଳର ନେତା ଓ ମନ୍ତ୍ରୀମାନେ ବେଶ ଧୂମଧାମରେ ରଙ୍ଗ ଖେଳିଛନ୍ତି। ବିଜେପି କାର୍ଯ୍ୟାଳୟରେ ମଙ୍ଗୁଆଳ ବସନ୍ତ ପଣ୍ଡା, ଅନ୍ୟ ନେତା ଓ କର୍ମୀମାନେ ମନ ଭରି ରଙ୍ଗ ଖେଳିଥିଲେ। କାର୍ଯ୍ୟାଳୟରେ ଆୟୋଜିତ […]

basanta_prasad-dama

Rakesh Mallick
  • Published: Thursday, 24 March 2016
  • , Updated: 24 March 2016, 05:53 PM IST

ଭୁବନେଶ୍ୱର: ରାଜନୀତିର ତୁ ତୁ ମେଁ ମେଁରୁ ବାହାରି ଆଜି ରାଜ୍ୟର ନେତା ଓ ମନ୍ତ୍ରୀମାନେ ଧୂମଧାମରେ ଫଗୁ ଖେଳିଛନ୍ତି। ଉଭୟ କଂଗ୍ରେସ ଓ ବିଜେପିର ତୁଙ୍ଗ ନେତାମାନେ ରଙ୍ଗ ଖେଳି ଥିଲେ। ବିଜେଡି ସୁପ୍ରିମୋ ଏଥର ବି ରଙ୍ଗ ଖେଳି ନାହାନ୍ତି। ହେଲେ ଦଳର ନେତା ଓ ମନ୍ତ୍ରୀମାନେ ବେଶ ଧୂମଧାମରେ ରଙ୍ଗ ଖେଳିଛନ୍ତି।

ବିଜେପି କାର୍ଯ୍ୟାଳୟରେ ମଙ୍ଗୁଆଳ ବସନ୍ତ ପଣ୍ଡା, ଅନ୍ୟ ନେତା ଓ କର୍ମୀମାନେ ମନ ଭରି ରଙ୍ଗ ଖେଳିଥିଲେ। କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡିଜେର ତାଳେ ତାଳେ ନେତାମାନେ ମତୁଆଲା ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଜ ଘରେ ହୋଲି ପାଳିଥିଲେ।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ପୂର୍ବରୁ ଘରେ ପରିବାର ଲୋକଙ୍କ ସହ ରଙ୍ଗ ଖେଳୁଥିଲି। ଆଜି ଦଳୀୟ କାର୍ଯ୍ୟାଳୟରେ ବିଜେପି ପରିବାର ସହ ଖେଳୁଛି। ଏହି ଅବସରରେ ଓଡ଼ିଶାବାସୀଙ୍କ ସୁଖ ସମୃଦ୍ଧି କାମନା କରିବି। ଜୀବନକୁ ବାସ୍ତବତାର ସହ ବଞ୍ଚିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିବି।”

ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ଧୂମଧାମରେ ରଙ୍ଗ ଖେଳୁଛି। ଏ ବର୍ଷ ରାଜ୍ୟବାସୀଙ୍କ ପାଇଁ ସୁଖ ସମୃଦ୍ଧିର ବର୍ଷ ହେଉ କାମନା କରୁଛି।”

କଂଗ୍ରେସ କ୍ୟାମ୍ପରେ ବି ବେଶ ଧୂମଧାମରେ ରଙ୍ଗ ଖେଳ ହୋଇଥିଲା। ନାଚଗୀତରେ ମସଗୁଲ ହୋଇଥିଲେ ନେତା ଓ କାର୍ଯ୍ୟକର୍ତ୍ତା। ପିସିସି ସଭାପତି ଓ ଅନ୍ୟ ବରିଷ୍ଠ ନେତା ମନଭରି ଖେଳି ଥିଲେ ହୋଲି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “ହୋଲି ମିଳନର ପର୍ବ। ସମସ୍ତେ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି। ଆଜିଠାରୁ ରାଜ୍ୟବାସୀଙ୍କ ଦୁଃଖ, କଷଣ ଦୂର ହେଉ।”

ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା କହିଛନ୍ତି, “ରାଜ୍ୟବାସୀଙ୍କୁ ଶାନ୍ତି, ମୈତ୍ରୀ, ଭାଇଚାରାର ବାର୍ତ୍ତା ଦେଉଛି। ତାଙ୍କ ଜୀବନରେ ସୁଖ ସମୃଦ୍ଧି ଓ ଶାନ୍ତି ଭରି ଯାଉ ଏତିକି ମୋର କାମନା।

Related story