Advertisment

ଆଜି ପୃଥିବୀକୁ ଅତିକ୍ରମ କରିବ ସବୁଠାରୁ କ୍ଷୁଦ୍ରତମ ଗ୍ରହ, ଜାଣନ୍ତୁ ଏହାର ଆକାର କେତେ?

ନୂଆଦିଲ୍ଲୀ:ସୌରମଣ୍ଡଳରେ ବିଚିତ୍ର ପରିବର୍ତ୍ତନ। ଆଜି ପୃଥିବୀ ଗ୍ରହକୁ ଏକ ନୂତନ ଗ୍ରହ ଅତିକ୍ରମ କରିବାକୁ ଯାଉଛି। ଯାହାକୁ ବୈଜ୍ଞାନିକମାନେ  ଆଷ୍ଟ୍ରୋରେଡ୍‌ ନାମରେ ନାମିତ କରିଛନ୍ତି।  ଏହାକୁ  ସୌରମଣ୍ଡଳର ସବୁଠାରୁ କ୍ଷୁଦ୍ରତମ ଗ୍ରହ ବୋଲି କୁହାଯାଉଛି।  ୩ ବର୍ଷ ପୂର୍ବେ ଏହି ଗ୍ରହକୁ ଠାବ କରାଯାଇଥିଲା। ଯାହାର ଆକାର ହେଉଛି ମାତ୍ର ୬୦୦ ମିଟର। ତେବେ ଏହାର ଚଳନରେ ପୃଥିବୀ ପ୍ରତି  କୌଣସି ବିପଦ ନ ଥିବା ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ସେହିପରି […]

ଅଦ୍ୟତନ ହୋଇଛି
ଆଜି ପୃଥିବୀକୁ ଅତିକ୍ରମ କରିବ ସବୁଠାରୁ କ୍ଷୁଦ୍ରତମ ଗ୍ରହ, ଜାଣନ୍ତୁ ଏହାର ଆକାର କେତେ?

hhh-1

Advertisment

ନୂଆଦିଲ୍ଲୀ:ସୌରମଣ୍ଡଳରେ ବିଚିତ୍ର ପରିବର୍ତ୍ତନ। ଆଜି ପୃଥିବୀ ଗ୍ରହକୁ ଏକ ନୂତନ ଗ୍ରହ ଅତିକ୍ରମ କରିବାକୁ ଯାଉଛି। ଯାହାକୁ ବୈଜ୍ଞାନିକମାନେ  ଆଷ୍ଟ୍ରୋରେଡ୍‌ ନାମରେ ନାମିତ କରିଛନ୍ତି।  ଏହାକୁ  ସୌରମଣ୍ଡଳର ସବୁଠାରୁ କ୍ଷୁଦ୍ରତମ ଗ୍ରହ ବୋଲି କୁହାଯାଉଛି।  ୩ ବର୍ଷ ପୂର୍ବେ ଏହି ଗ୍ରହକୁ ଠାବ କରାଯାଇଥିଲା। ଯାହାର ଆକାର ହେଉଛି ମାତ୍ର ୬୦୦ ମିଟର। ତେବେ ଏହାର ଚଳନରେ ପୃଥିବୀ ପ୍ରତି  କୌଣସି ବିପଦ ନ ଥିବା ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ସେହିପରି ଉକ୍ତ ଗ୍ରହଟି ଧିରେ ଧିରେ ଆଗକୁ ବଢୁଥିବା ନାସା ପକ୍ଷରୁ କୁହାଯାଇଛି।  ପୃଥିବୀ ଗ୍ରହ ଦେଇ ଏହି ଆଷ୍ଟ୍ରୋରେଡ୍‌ ଗତି କରିବ। କିନ୍ତୁ ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ନାହିଁ ବୋଲି କୁହାଯାଇଛି। ତେଣୁ ଭୟ କରିବାର କୌଣସି କାରଣ ନାହିଁ।

Advertisment

ମିଳିଥିବା ସୂଚନା ଅନୁଯାୟୀ ଏହି ଗ୍ରହର ଆକାର ୨୦୦୦ ମିଟର ଅର୍ଥାତ ୬୫୦ ମିଟର ହେବ।  କହିବାକୁ ଗଲେ ୬ଟି ଫୁଟବଲ ପଡ଼ିଆର ଆକାର ଯେତିକି ହେବ ଏହ ଆଷ୍ଟ୍ରୋରେଡ୍‌ ଗ୍ରହର ଆକାର ସେତିକି ହେବ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ଗ୍ରହକୁ ଦେଖିହେବ। କିନ୍ତୁ ଏଥିପାଇଁ ଟେଲିସ୍କୋପ ଜରୁରୀ।  ନାଶା କହିଛି ଯେ, ଏହି ଗ୍ରହ ସୂର୍ଯ୍ୟଙ୍କ ଆଡ଼ୁ ଆସିବ। ଯାହାକୁ କେବଳ ୧୯ ତାରିଖ ରାତିରେ (ବୁଧବାର)ଦେଖି ହେବ ବୋଲି କୁହାଯାଇଛି। ପୃଥିବୀଠାରୁ ୧.୮ ନିୟୁତ କିମି ଦୂରରେ ଅତିକ୍ରମ କରିବ ଏହି ଗ୍ରହ ।

ଯାହା ଭୂପୃଷ୍ଟରୁ  ଚନ୍ଦ୍ର ପର୍ଯ୍ୟନ୍ତ ଦୂରତାର ୪.୬ ଗୁଣା ଅଧିକ ହବ। କାରଣ ଭୂପୃଷ୍ଟରୁ  ଚନ୍ଦ୍ର ପର୍ଯ୍ୟନ୍ତ ଦୂରତା ହେଉଛି ୩ ଲକ୍ଷ ୮୪ ହଜାର କିମି। ୨୦୧୪ରେ jo24 ନାମରେ ଏମିତି ଏକ ଆଷ୍ଟ୍ରୋରେଡ୍‌ର (କ୍ଷୁଦ୍ରତମ ଗ୍ରହ) ଆବିର୍ଭାବ ହୋଇଥିଲା। ଏବଂ ଏହା ମଧ୍ୟ ପୃଥିବୀକୁ ଅତିକ୍ରମ କରିଥିଲା। ସୌରମଣ୍ଡଳରେ ଏମିତି ଅନେକ ଛୋଟ ଛୋଟ ଗ୍ରହ ଥିବା ନାସା ପକ୍ଷରୁ କୁହାଯାଇଛି।

Advertisment

ସୌଜନ୍ୟ ଆଜ୍‌ତକ୍‌

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe