ନୂଆ ରାଜଧାନୀ ଏକ୍ସପ୍ରେସ୍‌ ଚଳାଇବାକୁ ନବୀନ ପୁଣି ଲେଖିଲେ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପୁଣି ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ୱଲପୁର ଦେଇ ନୂଆ ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଇବାକୁ ଏଥର ସେ ଚିଠିରେ ଅନୁରୋଧ କରିଛନ୍ତି। ଏହାଛଡ଼ା ବର୍ତ୍ତମାନ ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସର ଗତିପଥ ବଦଳା ନଯାଉ ବୋଲି ସେ ଦାବି କରିଛନ୍ତି। ରାଜଧାନୀ ଏକ୍ସପ୍ରେସର ଗତିପଥ ବଦଳିବା ଯୋଗୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହାଛଡ଼ା ଢେଙ୍କାନାଳ, ଅନୁଗୋଳ ପରି ହେଡକ୍ୱାର୍ଟରରେ ରାଜଧାନୀର ଷ୍ଟପେଜ୍ ନଥିବାରୁ […]

bhubaneswar-delhi rajdhani express

Rakesh Mallick
  • Published: Thursday, 12 October 2017
  • , Updated: 12 October 2017, 08:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପୁଣି ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ୱଲପୁର ଦେଇ ନୂଆ ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଇବାକୁ ଏଥର ସେ ଚିଠିରେ ଅନୁରୋଧ କରିଛନ୍ତି। ଏହାଛଡ଼ା ବର୍ତ୍ତମାନ ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସର ଗତିପଥ ବଦଳା ନଯାଉ ବୋଲି ସେ ଦାବି କରିଛନ୍ତି।

ରାଜଧାନୀ ଏକ୍ସପ୍ରେସର ଗତିପଥ ବଦଳିବା ଯୋଗୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହାଛଡ଼ା ଢେଙ୍କାନାଳ, ଅନୁଗୋଳ ପରି ହେଡକ୍ୱାର୍ଟରରେ ରାଜଧାନୀର ଷ୍ଟପେଜ୍ ନଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ତେଣୁ ଲୋକଙ୍କ ଅସୁବିଧାକୁ ଧ୍ୟାନ ଦେଇ ଢେଙ୍କାନାଳ, ଅନୁଗୋଳ ଷ୍ଟପେଜ୍ ଥିବା ନୂଆ ରାଜଧାନୀ ଏକ୍ସପ୍ରେସ ମଞ୍ଜୁରୀ ଦେବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

ଦିଲ୍ଲୀ ଗସ୍ତ ସମୟରେ ସମ୍ୱଲପୁର ଦେଇ ଏକ ରାଜଧାନୀ ଏକ୍ସପ୍ରେସ ଟ୍ରେନ୍‌ ଚଳାଇବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଧ୍ୟାନ ଦେଇ ସମ୍ୱଲପୁର ଦେଇ ଗୋଟିଏ ଦିନ ରାଜଧାନୀ ଏକ୍ସପ୍ରେସ ଟ୍ରେନ୍‌ ଚଳାଇବାକୁ ରେଳ ବିଭାଗ ଘୋଷଣା କରିଥିଲେ। ଏହାପରେ ଦକ୍ଷିଣ ଓଡ଼ିଶାବାସୀଙ୍କ ମଧ୍ୟରେ ଖସିର ଲହରୀ ଖେଳି ଯାଇଥିଲା। ତେବେ ଟ୍ରେନ୍‌ଟି ଢେଙ୍କାନାଳ ଓ ଅନୁଗୋଳରେ ରହୁନଥିବାରୁ ସେହି ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Related story