ଦିଲ୍ଲୀରେ ନକ୍ସଲ୍‌ ନିପାତ ରଣନୀତି: ଜଙ୍ଗଲ ଯୁଦ୍ଧ ପାଇଁ ସୁରକ୍ଷାକର୍ମୀ ନେବେ ଅତ୍ୟାଧୁନିକ ତାଲିମ

ନୂଆଦିଲ୍ଲୀ: ମାଓ ମୁକାବିଲା ପାଇଁ ସୁରକ୍ଷାକର୍ମୀଙ୍କୁ ଅତ୍ୟାଧୁନିକ ତାଲିମ ଦିଆଯିବ । କମ୍ୱିଂ ଅପରେସନ୍ ବେଳେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ। ଏହାଛଡ଼ା ଲାଲହିନୀର ଆର୍ଥିକ ଉତ୍ସ ବନ୍ଦ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ମାଓ ମୁକାବିଲା ପାଇଁ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ମାଓ ପ୍ରଭାବିତ  ୧୦ଟି ରାଜ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।  ପଶ୍ଚିବମଙ୍ଗକୁ ଛାଡ଼ି ୯ ମାଓ ଅଧ୍ୟୁଷିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ […]

antinaxal meeting-2

Rakesh Mallick
  • Published: Monday, 08 May 2017
  • , Updated: 08 May 2017, 06:43 PM IST

ନୂଆଦିଲ୍ଲୀ: ମାଓ ମୁକାବିଲା ପାଇଁ ସୁରକ୍ଷାକର୍ମୀଙ୍କୁ ଅତ୍ୟାଧୁନିକ ତାଲିମ ଦିଆଯିବ । କମ୍ୱିଂ ଅପରେସନ୍ ବେଳେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ। ଏହାଛଡ଼ା ଲାଲହିନୀର ଆର୍ଥିକ ଉତ୍ସ ବନ୍ଦ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ମାଓ ମୁକାବିଲା ପାଇଁ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ମାଓ ପ୍ରଭାବିତ  ୧୦ଟି ରାଜ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।  ପଶ୍ଚିବମଙ୍ଗକୁ ଛାଡ଼ି ୯ ମାଓ ଅଧ୍ୟୁଷିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ। ବୈଠକରେ ଅଧ୍ୟକ୍ଷତା କରି ରାଜନାଥ ସିଂହ କହିଥିଲେ,“ମାଓବାଦୀଙ୍କ ଆର୍ଥିକ ଉତ୍ସ ବନ୍ଦ କରାଯିବ। ମାଓ ହମ୍‌ଲା ପରେ ନୁହେଁ ପୂର୍ବରୁ ଯବାନମାନେ ଅଧିକ ଆକ୍‌ସନ୍‌ ମୋଡ୍‌ ରହିବେ।”

ସେ କହିଛନ୍ତି,“ମାଓ ପ୍ରଭାବିତ ଅଞ୍ଚଳରେ କମ୍ୱିଂ ଅପରେସେନ୍‌ ବେଳେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରାଯିବ। ପ୍ରତି ବାଟାଲିୟନ୍‌ରେ ପର୍ଯ୍ୟାପ୍ତ ପରିମାଣର UAV ରହିବ। ଅସ୍ତ୍ରଶସ୍ତ୍ର ଲୁଟ୍ ରୋକିବା ପାଇଁ ଟ୍ରାକର୍ ବ୍ୟବସ୍ଥା, ଟ୍ରିଗରରେ ବାୟୋମେଟ୍ରିକ୍ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଛି।”

ବୈଠକରେ ରାଜ୍ୟକୁ ଆଉ ୨ ବାଟାଲିୟନ ଅତିରିକ୍ତ କେନ୍ଦ୍ରୀୟ ଫୋର୍ସ ଯୋଗାଇ ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି,“ଅନୁଗୁଳ, ବୌଦ୍ଧ ଓ ସୁବର୍ଣ୍ଣପୁରକୁ ମାଓ ଉପଦ୍ରୁତ ଜିଲ୍ଲା ତାଲିକାରେ ସାମିଲ କରାଯାଉ। ଏହାଛଡ଼ା କଳାହାଣ୍ଡିକୁ ଅତି ମାଓପ୍ରବଣ ଜିଲ୍ଲା ତାଲିକାରେ ସାମିଲ୍‌ କରାଯାଉ। ମାଓ ଉପଦ୍ରୁତ ଅଞ୍ଚଳରେ ୫୧୮ଟି ମୋବାଇଲ ଟାୱାର ସ୍ଥାପନ ଓ ଗୁରୁପ୍ରିୟା ସେତୁ ପାଇଁ ୧୪୨ କୋଟି ଟଙ୍କା ପ୍ରଦାନ କରାଯାଉ।”

ଆଜିର ବୈଠକରେ ମାଓ ପ୍ରଭାବିତ ରାଜ୍ୟମାନଙ୍କର ମୁଖ୍ୟ ଶାସନ ସଚିବ, ପୋଲିସ୍ ଡିଜି ଓ ଅଧିକ ପ୍ରଭାବିତ ୩୫ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନେ ଯୋଗ ଦେଇଥିଲେ।

Related story