ଶାଳବଣରୁ ଉଦ୍ଧାର ହେଲା ଶିଶୁକନ୍ୟା: ଅସହାୟ ଝିଅର ପରିଚୟ ଖୋଜୁଛି ପ୍ରଶାସନ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କେସିପୁର ଘଞ୍ଚ ଜଙ୍ଗଲରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାକୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି କିଛି ମହିଳା ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଶିଶୁଟିର କାନ୍ଦ ଶୁଣିଥିଲେ। କାନ୍ଦ ଆସିଥିବା ସ୍ଥାନକୁ ଯିବା ପରେ କେହି ନିର୍ଦ୍ଦୟ ନବଜାତ ଶିଶୁଟିକୁ ଜଙ୍ଗଲରେ ଫିଙ୍ଗି ଚାଲି ଯାଇଥିବା ଦେଖିବାକୁ ପାଇଥିଲେ। ମହିଳାମାନେ ଶିଶୁଟିକୁ ଘରକୁ ନେଇ ଆସି ଘରୋଇ ଚିକିତ୍ସା କରାଇଥିଲେ। ଆଜି […]

baripada

Rakesh Mallick
  • Published: Wednesday, 24 May 2017
  • , Updated: 24 May 2017, 06:29 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା କେସିପୁର ଘଞ୍ଚ ଜଙ୍ଗଲରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାକୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି।

ଗତକାଲି କିଛି ମହିଳା ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଶିଶୁଟିର କାନ୍ଦ ଶୁଣିଥିଲେ। କାନ୍ଦ ଆସିଥିବା ସ୍ଥାନକୁ ଯିବା ପରେ କେହି ନିର୍ଦ୍ଦୟ ନବଜାତ ଶିଶୁଟିକୁ ଜଙ୍ଗଲରେ ଫିଙ୍ଗି ଚାଲି ଯାଇଥିବା ଦେଖିବାକୁ ପାଇଥିଲେ। ମହିଳାମାନେ ଶିଶୁଟିକୁ ଘରକୁ ନେଇ ଆସି ଘରୋଇ ଚିକିତ୍ସା କରାଇଥିଲେ। ଆଜି ଶିଶୁଟିକୁ ନେଇ ସେମାନେ ଶିଶୁ ସୁରକ୍ଷା ଅଧିକାରୀଙ୍କ ପାଖରେ ପହଞ୍ଚି ଥିଲେ। ସେଠାରୁ ଶିଶୁଟିକୁ ବାରିପଦା ଡାକ୍ତରଖାନାକୁ ନିଆଯାଇଥିଲା।

କିଏ ଓ କେଉଁ ପରିସ୍ଥିତିରେ ଶୁଶୁଟିକୁ ଘଞ୍ଚ ଜଙ୍ଗଲରେ ଫିଙ୍ଗି ଦେଇ ଗଲା ତାହା ସ୍ପଷ୍ଟ ହୋଇନାହିଁ। ଆଇନ ଅନୁସାରେ ଶିଶୁକୁ ଥଇଥାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ କହିଛନ୍ତି।

ଅନ୍ୟପକ୍ଷରେ ଏମିତି ଶିଶୁଟିକୁ ଫିଙ୍ଗା ଯିବାକୁ ନେଇ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଏହି ଘଟଣାରେ ଯିଏ ବି ସମ୍ପୃକ୍ତ ତାକୁ ଖୋଜି ବାହାର କରି ଦଣ୍ଡ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Related story