ଫେରାର ସେବାୟତଙ୍କ ବିରୋଧରେ ସର୍ଚ୍ଚ ୱାରେଣ୍ଟ ଜାରି ପାଇଁ ଆବେଦନ କଲା ପୋଲିସ

ପୁରୀ: ଶ୍ରୀଜୀଉଙ୍କ ନୀଳାଦ୍ରିବିଜେ ବେଳେ ବିଶୃଙ୍ଖଳା ଓ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଘଟଣାରେ ଫେରାର ସେବାୟତଙ୍କ ବିରୋଧରେ ସର୍ଚ୍ଚ ୱାରେଣ୍ଟ ଜାରି ପାଇଁ ପୋଲିସ ଆଜି ପୁରୀ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଆବେଦନ କରିଛି। ଜିଲ୍ଲାପାଳଙ୍କ ଏତଲାକୁ ଆଧାର କରି ଏହି ଆବେଦନ କରାଯାଇଥିବା ଏସ୍‌ପି କହିଛନ୍ତି। ଅଭିଯୁକ୍ତମାନଙ୍କୁ ଆତ୍ମସମର୍ପଣ ପାଇଁ ଗତକାଲି ପୋଲିସ ଗୋଟିଏ ଦିନ ମହଲତ ଦେଇଥିଲା। ଅନ୍ୟପକ୍ଷରେ ସେବାୟତମାନଙ୍କ ଦ୍ୱାରା ଗଠିତ ଶାନ୍ତି କମିଟି ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଭେଟି ଶାନ୍ତି ଫେରାଇ ଆଣିବାକୁ […]

puri2

Rakesh Mallick
  • Published: Saturday, 23 July 2016
  • , Updated: 23 July 2016, 03:41 PM IST

ପୁରୀ: ଶ୍ରୀଜୀଉଙ୍କ ନୀଳାଦ୍ରିବିଜେ ବେଳେ ବିଶୃଙ୍ଖଳା ଓ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଘଟଣାରେ ଫେରାର ସେବାୟତଙ୍କ ବିରୋଧରେ ସର୍ଚ୍ଚ ୱାରେଣ୍ଟ ଜାରି ପାଇଁ ପୋଲିସ ଆଜି ପୁରୀ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଆବେଦନ କରିଛି। ଜିଲ୍ଲାପାଳଙ୍କ ଏତଲାକୁ ଆଧାର କରି ଏହି ଆବେଦନ କରାଯାଇଥିବା ଏସ୍‌ପି କହିଛନ୍ତି। ଅଭିଯୁକ୍ତମାନଙ୍କୁ ଆତ୍ମସମର୍ପଣ ପାଇଁ ଗତକାଲି ପୋଲିସ ଗୋଟିଏ ଦିନ ମହଲତ ଦେଇଥିଲା।

ଅନ୍ୟପକ୍ଷରେ ସେବାୟତମାନଙ୍କ ଦ୍ୱାରା ଗଠିତ ଶାନ୍ତି କମିଟି ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଭେଟି ଶାନ୍ତି ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି। ବିଶୃଙ୍ଖଳାରେ ସମ୍ପୃକ୍ତ ନ ଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ କମିଟି ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଅନୁରୋଧ କରିଛି।

କରାଯିବ। ଗତକାଲି ଏହି ଘଟଣାରେ ୨ ଜଣ ସେବାୟତ ସୂର୍ଯ୍ୟନାରାୟଣ ପ୍ରତିହାରୀ ଓ ରଘୁନାଥ ଖୁଣ୍ଟିଆଙ୍କୁ ସିଂହଦ୍ୱାର ଥାନା ପୋଲିସ୍ ଗିରଫ କରିଥିଲା। ସେହିଭଳି ସିସିଟିଭି ଯାଞ୍ଚରୁ  ୧୫ ଜଣ ବିଶୃଙ୍ଖଳାକାରୀ ସେବାୟତଙ୍କୁ ଚିହ୍ନଟ କରାଯାଇଛି।

ପୋଲିସର ସତର୍କବାଣୀ ପରେ ନୀଳାଦ୍ରିବିଜେ ବିଶୃଙ୍ଖଳାର ମୁଖ୍ୟ ନାୟକ କୁହାଯାଉଥିବା ୩ ସେବାୟତ ଦାମୋଦର ମହାସୁଆର, ତାଙ୍କ ଭାଇ ଜୟକୃଷ୍ଣ ମହାସୁଆର ଏବଂ ହରିନାରାୟଣ ଖୁଣ୍ଟିଆ ଆଗୁଆ ଜାମିନ ପାଇଁ ଗତକାଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ବର୍ତ୍ତମାନ ସୁଦ୍ଧା ୮ ଜଣ ସେବାୟତଙ୍କୁ ପୋଲିସ୍ ଗିରଫ କରିସାରିଛି। ମୁଖ୍ୟ ଅଭିଯୁକ୍ତ ଦାମୋଦର ମହାସୁଆରଙ୍କ ସମେତ ଅନ୍ୟମାନଙ୍କୁ ପୋଲିସ୍ ଖୋଜୁଛି। ଫେରାର୍‌ ସେବାୟତଙ୍କୁ ଆଶ୍ରୟ ଦେଉଥିବା ଲୋକଙ୍କ ବିରୋଧରେ କ୍ରିମିନାଲ୍‌ କେସ୍‌ କରାଯିବ ବୋଲି ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି।

Related story