ନୀଳାଦ୍ରିବିଜେ ବିଶୃଙ୍ଖଳା: ଗୁରୁବାରକୁ ଘଞ୍ଚିଲା ୯ ସେବାୟତଙ୍କ ଜାମିନ ଆବେଦନ ଶୁଣାଣି

ପୁରୀ: ନୀଳାଦ୍ରିବିଜେ ବିଶୃଙ୍ଖଳା ମାମଲାରେ ଗିରଫ ସେବାୟତଙ୍କ ମଧ୍ୟରୁ ଆଜି ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ୯ ଜଣଙ୍କ ଜାମିନ୍‌ ଆବେଦନର ଶୁଣାଣି ହେବାର ଥିଲା। ଏହାକୁ ଆସନ୍ତା ଗୁରୁବାରକୁ ଏଡିଜେ କୋର୍ଟ ଘୁଞ୍ଚାଇ ଦେଇଛନ୍ତି। ନୀଳାଦ୍ରିବିଜେ ବେଳେ ବିଶୃଙ୍ଖଳା ଘଟଣାରେ ମୋଟ ୧୨ ଜଣ ସେବକଙ୍କୁ ଗିରଫ କରାଯାଇ ଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ଜାମିନ୍‌ ଆବେଦନର ଶୁଣାଣି ହେବ। ଜି.ଆର କେସ୍‌ ନମ୍ବର ୧୫୫୬ ସିଂହଦ୍ୱାର ଥାନା ୪୩/୨୦୧୬ ମାମଲାର ଶୁଣାଣି […]

sebayata

Rakesh Mallick
  • Published: Monday, 01 August 2016
  • , Updated: 01 August 2016, 04:07 PM IST

ପୁରୀ: ନୀଳାଦ୍ରିବିଜେ ବିଶୃଙ୍ଖଳା ମାମଲାରେ ଗିରଫ ସେବାୟତଙ୍କ ମଧ୍ୟରୁ ଆଜି ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ୯ ଜଣଙ୍କ ଜାମିନ୍‌ ଆବେଦନର ଶୁଣାଣି ହେବାର ଥିଲା। ଏହାକୁ ଆସନ୍ତା ଗୁରୁବାରକୁ ଏଡିଜେ କୋର୍ଟ ଘୁଞ୍ଚାଇ ଦେଇଛନ୍ତି।

ନୀଳାଦ୍ରିବିଜେ ବେଳେ ବିଶୃଙ୍ଖଳା ଘଟଣାରେ ମୋଟ ୧୨ ଜଣ ସେବକଙ୍କୁ ଗିରଫ କରାଯାଇ ଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ଜାମିନ୍‌ ଆବେଦନର ଶୁଣାଣି ହେବ। ଜି.ଆର କେସ୍‌ ନମ୍ବର ୧୫୫୬ ସିଂହଦ୍ୱାର ଥାନା ୪୩/୨୦୧୬ ମାମଲାର ଶୁଣାଣି ହେବ।

ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଘଟଣାରେ ଗିରଫ ହୋଇଥିବା ଅନ୍ୟ ୬ ଜଣ ସେବାୟତଙ୍କ ମଧ୍ୟରୁ ୩ ଜଣ ହାଇକୋର୍ଟରେ ଜାମିନ୍‌ ଆବେଦନ କରିଛନ୍ତି। ଆଜି ହେବାକୁ ଥିବା ୯ଜଣଙ୍କ ଶୁଣାଣିରେ ଏମାନେ ମଧ୍ୟ ସାମିଲ ଅଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର କରିଥିବା ମାମଲାରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର, ସାଇନା ଖୁଣ୍ଟିଆ, ଭୀମସେନ ପଲଙ୍କଧାରୀ, ଇପସିତ ପ୍ରତିହାରୀ, ରବି ଦାଶ ଏବଂ ଦୁଇ ଜଣ ନିଲମ୍ବିତ ସେବକ କାଶୀନାଥ ଖୁଣ୍ଟିଆ, ଭାଗିରଥୀ ଖୁଣ୍ଟିଆ ଫେରାର ରହିଛନ୍ତି। ସେମାନଙ୍କୁ ଏ ପର୍ଯ୍ୟନ୍ତ ଧରିବାରେ ପୋଲିସ ସଫଳ ହୋଇପାରିନାହିଁ।

Related story