‘ଦୁଇ ବର୍ଷରେ ଚାଷ ଯୋଗୁଁ ଜଣେ ହେଲେ ଚାଷୀ ଆତ୍ମହତ୍ୟା କରିନାହାନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଷୀ ଆତ୍ମହତ୍ୟା ଅଭିଯୋଗକୁ ପୁଣି ବାଏଁ ବାଏଁ ଉଡ଼ାଇଦେଲେ ରାଜ୍ୟ ସରକାର। କଂଗ୍ରେସ ବିଧାୟକ ଭୁଜବଳ ମାଝୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କୃଷିମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି-“ରାଜ୍ୟରେ ଗତ ୨ ବର୍ଷ ଭିତରେ ଜଣେ ହେଲେ ଚାଷୀ ଚାଷ ଯୋଗୁଁ ଆତ୍ମହତ୍ୟା କରିନାହାନ୍ତି। ଗତ ୨୦୧୬-୨୦୧୭ ଆର୍ଥିକ ବର୍ଷରେ ରାଜ୍ୟରେ ଯଥାକ୍ରମେ ୧୧ ଓ ୭ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏସବୁ ଅଭିଯୋଗ ଉପରେ ଜିଲ୍ଲାପାଳ ଓ […]

minister-dama-rout-target-central-team

Rakesh Mallick
  • Published: Wednesday, 29 November 2017
  • , Updated: 29 November 2017, 03:30 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଷୀ ଆତ୍ମହତ୍ୟା ଅଭିଯୋଗକୁ ପୁଣି ବାଏଁ ବାଏଁ ଉଡ଼ାଇଦେଲେ ରାଜ୍ୟ ସରକାର। କଂଗ୍ରେସ ବିଧାୟକ ଭୁଜବଳ ମାଝୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କୃଷିମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି-“ରାଜ୍ୟରେ ଗତ ୨ ବର୍ଷ ଭିତରେ ଜଣେ ହେଲେ ଚାଷୀ ଚାଷ ଯୋଗୁଁ ଆତ୍ମହତ୍ୟା କରିନାହାନ୍ତି। ଗତ ୨୦୧୬-୨୦୧୭ ଆର୍ଥିକ ବର୍ଷରେ ରାଜ୍ୟରେ ଯଥାକ୍ରମେ ୧୧ ଓ ୭ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏସବୁ ଅଭିଯୋଗ ଉପରେ ଜିଲ୍ଲାପାଳ ଓ ଏସ୍‌ପି ଯୁଗ୍ମ ତଦନ୍ତ କରିଛନ୍ତି। ତେବେ ସେଥିରେ କୌଣସି ଚାଷୀ କୃଷି ଜନିତ କାରଣରୁ ଆତ୍ମହତ୍ୟା କରି ନାହାନ୍ତି। ଆତ୍ମହତ୍ୟା ନିରାକରଣ ନିମନ୍ତେ ତାଙ୍କ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।”

Related story