ସୋସିଆଲ ମିଡିଆରେ ଭାଇରାଲ:୧୨ ଅଗଷ୍ଟରେ ଆସିବନି ରାତି, କ’ଣ କୁହନ୍ତି ବିଶେଷଜ୍ଞ

ଭୁବନେଶ୍ୱର:ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧୨ ତାରିଖରେ ରାତି ହେବନି। ଦିନ ରାତି ସମାନ ହୋଇ ଯିବ। ଅନ୍ଧକାର ହଟିଯିବ। ଆକାଶରେ ଆଲୋକ ଚମକିବ।  ଏମିତି ଏକ ଖବର ସୋସିଆଲ ମିଡିଆଠାରୁ ଆରମ୍ଭ କରି ଇଣ୍ଟରନେଟରେ  ସବୁଠି ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହଁ ଏହି ଖବରଟି  ଫେସବୁକ୍‌ ଏବଂ ହ୍ୱାଟସଅପରେ ମଧ୍ୟ ଭାଇରାଲ ହେଉଛି। କେହି କେହି ଏହାକୁ ସତ ମାନୁ ଥିବା ବେଳେ କେହି କେହି ଏହାକୁ ଗୁଜବ ବୋଲି କହୁଛନ୍ତି।  ଏହାକୁ ନେଇ ଅନେକ […]

night

Rakesh Mallick
  • Published: Friday, 11 August 2017
  • , Updated: 11 August 2017, 10:08 PM IST

ଭୁବନେଶ୍ୱର:ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧୨ ତାରିଖରେ ରାତି ହେବନି। ଦିନ ରାତି ସମାନ ହୋଇ ଯିବ। ଅନ୍ଧକାର ହଟିଯିବ। ଆକାଶରେ ଆଲୋକ ଚମକିବ।  ଏମିତି ଏକ ଖବର ସୋସିଆଲ ମିଡିଆଠାରୁ ଆରମ୍ଭ କରି ଇଣ୍ଟରନେଟରେ  ସବୁଠି ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହଁ ଏହି ଖବରଟି  ଫେସବୁକ୍‌ ଏବଂ ହ୍ୱାଟସଅପରେ ମଧ୍ୟ ଭାଇରାଲ ହେଉଛି। କେହି କେହି ଏହାକୁ ସତ ମାନୁ ଥିବା ବେଳେ କେହି କେହି ଏହାକୁ ଗୁଜବ ବୋଲି କହୁଛନ୍ତି।  ଏହାକୁ ନେଇ ଅନେକ ଅଶ୍ଚର୍ଯ୍ୟପ୍ରକଟ କରିଛନ୍ତି।  କୁହାଯାଉଛି ଏହି ଦିନ ମହାକାଶରୁ ଖାଲି ଉଲକାପିଣ୍ଡ ବର୍ଷିବ।

ଏହି କାରଣରୁ ରାତିରେ ବି ଦିନର ଭ୍ରମ ସୃଷ୍ଟି ହେବ । କେହି କେହି ଏହାକୁ ପ୍ରକୃତିର କରିଶ୍ମା ବୋଲି କହୁଛନ୍ତି। ପୁରା ମହାକାଶ ଆଲୁଅର ପ୍ରତିବିମ୍ବରେ ଝଲସିବ।  ଏମିତି ଏକ ବିରଳ ଘଟଣା ଘଟିବାର ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାଶା ପକ୍ଷରୁ ଦାବି କରାଯାଇଥିବା କୁହାଯାଉଛି। କୁହାଯାଉଛି ୯୬ ବର୍ଷ ପରେ ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧୨ତାରିଖରେ ଏଭଳି ଅପୂର୍ବ ଘଟଣାର ପୁନରାବୃତ୍ତି ହେବାକୁ ଯାଉଛି।  ତେବେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ପ୍ରତିବର୍ଷ ଜୁଲାଇରୁ ଅଗଷ୍ଟ ମଧ୍ୟରେ ମହାକାଶରୁ ଓଲକାପିଣ୍ଡ ଖସିଥାଏ। ହେଲେ ଏଥର ଟିକେ ଅଧିକ ବର୍ଷିବ ବୋଲି କୁହାଯାଉଛି।

ତେବେ ଏଥିରେ କେତେ ସତ୍ୟତା ଅଛି  ଜାଣିବା ପାଇଁ ଓଡ଼ିଶା ରିପୋର୍ଟର ପକ୍ଷରୁ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରାଯାଥିଲା।  ତାଙ୍କ କହିବା ଅନୁଯାୟୀ ୧୨ ଅଗଷ୍ଟକୁ ନେଇ ଯାହା କିଛି ପ୍ରଚାର ହେଉଛି ତାହା  ସମ୍ପୂର୍ଣ୍ଣ ମିଛ। ତାଙ୍କ କହିବା ଅନୁଯାୟୀ, ମହାକାଶରୁ ଓଲକା ପିଣ୍ଡ ଖସିବା କିଛି ନୂଆ କଥା ନୁହଁ। ଯଦି କେହି ରାତିରେ ଆକାକୁ ନୀରିକ୍ଷଣ କରିବ ତେବେ ଏକ ଘଣ୍ଟାରେ ୫ରୁ୧୦ଟି ଓଲକାପିଣ୍ଡ ଖସିବାର ଦୃଶ୍ୟ ଦେଖିପାରିବ। ପ୍ରତି ବର୍ଷ ଜୁଲାଇରୁ ଅଗଷ୍ଟ ମଧ୍ୟରେ ଏଭଳି ଓଲକା ପିଣ୍ଡ ଖସେ। ହେଲେ ଏଥର ଟିକେ ଅଧିକ ଖସିବା ଅର୍ଥାତ ୪୦ରୁ ୫୦ଟି ଓଲକାପିଣ୍ଡ ଖସିପାରେ। ସୌରମଣ୍ଡଳରେ ରହିଥିବା ଗ୍ରହନକ୍ଷତ୍ରର ଚଳନ ଯୋଗୁ  ଏମିତି ଘଟଣା ଘଟିଥାଏ। ତେବେ ଏହି ଦିନ ରାତି ହେବ ନାହିଁ ବୋଲି ଯାହା କିଛି ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ଗୁଜବ ବୋଲି ସେ କହିଛନ୍ତି।  ସେହିପରି ନାଶା ଦେଇଥିବା ଟିପ୍ପଣୀକୁ ନେଇ ସେ ମତ ରଖିଛନ୍ତି।  ନାଶାର କହିବା ଅନୁଯାୟୀ ଏହି ଦିନ ଓଲକାପିଣ୍ଡର ସଂଖ୍ୟା ବୃଦ୍ଧି ଘଟିପାରେ। ହେଲେ ରାତି ହେବ ନାହିଁ ବୋଲି କୁହାଯାଇ ନାହିଁ। ତେବେ ନାଶା ନାମରେ ଏଭଳି ଅପପ୍ରଚାର କରାଯାଉଛି ବୋଲି ସେ କହିଛନ୍ତି।

Related story