ଓଡ଼ିଶାରୁ ଯାଉଥିବା ଟ୍ରେନ୍‌ ଗୁଡ଼ିକ ଦିଲ୍ଲୀ ଡେଇଁବେନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରୁ ଛାଡ଼ୁଥିବା ଟ୍ରନ୍‌ ଗୁଡ଼ିକ ନୂଆଦିଲ୍ଲୀ ଡେଇବ ନାହିଁ। ବର୍ତ୍ତମାନ ସୁଦ୍ଧା ୨୯୯ ଟ୍ରେନ୍‌ ବାତିଲ କରାଯାଇଛି। ତେବେ ଓଡ଼ିଶାରୁ ଜମ୍ମୁ, ଅମୃତସର, ଲୁଧିଆନା, ଆମ୍ୱାଲା, ପାନିପତ, ଭତିଣ୍ଡା, ଜାଖାଲ, ରୋହତକ ଯାଉଥିବା ଟ୍ରେନ ଗୁଡ଼ିକ ଦିଲ୍ଲୀ ଡେଇଁବେନି। ଏହାଛଡ଼ା ଭାୟା ଭୁବନେଶ୍ୱର ଓ ସମ୍ୱଲପୁର ଦେଇ ଯାଉଥିବା ଅମୃତସର ହୀରାଖଣ୍ଡ ଏକ୍ସପ୍ରେସ ଭାୟାକୁ ଆଜି (୨୫ ଅଗଷ୍ଟ) ବାତିଲ କରାଯାଇଛି। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମହିଳା ଅନୁଗାମୀଙ୍କୁ ବଳାତ୍କାର […]

train

Rakesh Mallick
  • Published: Friday, 25 August 2017
  • , Updated: 25 August 2017, 10:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରୁ ଛାଡ଼ୁଥିବା ଟ୍ରନ୍‌ ଗୁଡ଼ିକ ନୂଆଦିଲ୍ଲୀ ଡେଇବ ନାହିଁ। ବର୍ତ୍ତମାନ ସୁଦ୍ଧା ୨୯୯ ଟ୍ରେନ୍‌ ବାତିଲ କରାଯାଇଛି। ତେବେ ଓଡ଼ିଶାରୁ ଜମ୍ମୁ, ଅମୃତସର, ଲୁଧିଆନା, ଆମ୍ୱାଲା, ପାନିପତ, ଭତିଣ୍ଡା, ଜାଖାଲ, ରୋହତକ ଯାଉଥିବା ଟ୍ରେନ ଗୁଡ଼ିକ ଦିଲ୍ଲୀ ଡେଇଁବେନି। ଏହାଛଡ଼ା ଭାୟା ଭୁବନେଶ୍ୱର ଓ ସମ୍ୱଲପୁର ଦେଇ ଯାଉଥିବା ଅମୃତସର ହୀରାଖଣ୍ଡ ଏକ୍ସପ୍ରେସ ଭାୟାକୁ ଆଜି (୨୫ ଅଗଷ୍ଟ) ବାତିଲ କରାଯାଇଛି। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମହିଳା ଅନୁଗାମୀଙ୍କୁ ବଳାତ୍କାର ମାମଲାରେ ବାବା ଗୁରୁମିତ୍‌ ରାମରହିମ ସିଂହଙ୍କୁ ହରିୟାଣାର ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ପରେ ପଞ୍ଜାବ, ହରିୟାଣା, ରାଜସ୍ତାନ ଓ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ସମର୍ଥକମାନେ ଗଣମାଧ୍ୟମ ପ୍ରତିନିଧି ଓ ପୋଲିସକୁ ଆକ୍ରମଣ କରିଥିଲେ। ଏପରିକି ଓବି ଭ୍ୟାନ୍‌ ଓ ବହୁ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଆଜି ଘଟିଥିବା ହିଂସାକାଣ୍ଡରେ ୩୦ରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହାଛଡ଼ା ବହୁ ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି। ସ୍ଥିତିକୁ ନିୟମନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Related story