ବିଧାନସଭାରେ ବିରୋଧୀ ଦୁଇ ଫାଳ

ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଓ ବାହାରେ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଏକାଠି ଟାର୍ଗେଟ କରି ଆସୁଥିଲେ। ତେବେ ପଞ୍ଚାୟତ ନିର୍ବାଚନର ଫଳାଫଳ ଦୁଇ ବିରୋଧ ଦଳ ମଧ୍ୟରେ ଫାଟ ସୃଷ୍ଟି କରିଛି। ବିଧାନସଭାରେ ପୂର୍ବପରି କୌଣସି ପ୍ରସଙ୍ଗକୁ ନେଇ ଉଭୟ ଦଳ ପରସ୍ପରକୁ ସହଯୋଗ କରୁନାହାନ୍ତି। ଯାହା ଗତ ୨ରୁ ୩ ଦିନ ହେବ ଗୃହରେ ଦେଖିବାକୁ ମିଳୁଛି। ଏପରିକି ଗୃହରେ ଉଭୟ ଦଳଙ୍କ ମଧ୍ୟରେ କଳି […]

assembly

Rakesh Mallick
  • Published: Friday, 03 March 2017
  • , Updated: 03 March 2017, 09:44 PM IST

ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଓ ବାହାରେ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଏକାଠି ଟାର୍ଗେଟ କରି ଆସୁଥିଲେ। ତେବେ ପଞ୍ଚାୟତ ନିର୍ବାଚନର ଫଳାଫଳ ଦୁଇ ବିରୋଧ ଦଳ ମଧ୍ୟରେ ଫାଟ ସୃଷ୍ଟି କରିଛି। ବିଧାନସଭାରେ ପୂର୍ବପରି କୌଣସି ପ୍ରସଙ୍ଗକୁ ନେଇ ଉଭୟ ଦଳ ପରସ୍ପରକୁ ସହଯୋଗ କରୁନାହାନ୍ତି। ଯାହା ଗତ ୨ରୁ ୩ ଦିନ ହେବ ଗୃହରେ ଦେଖିବାକୁ ମିଳୁଛି। ଏପରିକି ଗୃହରେ ଉଭୟ ଦଳଙ୍କ ମଧ୍ୟରେ କଳି ଲାଗୁଥିବା ଦେଖିବାକୁ ମିଳୁଛି। ଯାହା ଶାସକ ବିଜେଡିକୁ ବେଶ ସୁହାଉଛି।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀଦଳ ନେତା ନରସିଂହ ମିଶ୍ର ପଞ୍ଚାୟତ ନିର୍ବାଚନରେ ବିଜେପିର ଖର୍ଚ୍ଚକୁ ପ୍ରଶ୍ନ ଉଠାଇଥିଲେ। ଛତିଶଗଡ଼ରୁ ବିଜେପି ନେତା ଆସିବା ସହ ଅର୍ଥ ଓ ୧୦୦ ଗାଡ଼ି ଆସି ଓଡ଼ିଶା ନିର୍ବାଚନକୁ ପ୍ରଭାବିତ କରିବା ସେ ଅଭିଯୋଗ କରିଥିଲେ। ଏହାସହ ସେ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ। ଯାହା ନିଆଁରେ ଘିଅ ଢ଼ାଳିବା ପରି ହୋଇଥିଲା।

ଆଜି ବିଧାନସଭାରେ ଚାଷୀଙ୍କ ସମସ୍ୟା ଓ ପ୍ରଧାନମନ୍ତ୍ରୀଙ୍କୁ ଅପମାନକୁ ନେଇ ଗର୍ଜିଥିଲା ବିଜେପି। ପରେ କୋରାପୁଟର ପ୍ରଶାସନିକ ଅଚାଳାବସ୍ଥାକୁ ନେଇ ହଙ୍ଗାମା କରିଥିଲା। ଏହି ସମୟରେ ଚୁପ୍‌ ରହିଥିଲା କଂଗ୍ରେସ।

ସେହିପରି ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଥିଲେ,“ବିଜେଡି ସହିତ ବିଜେପି ଆଗରୁ ହାତ ମିଶାଇଥିଲା। ଏବେ ମଧ୍ୟ ହାତ ମିଳାଇ ରହିଛି। ଏମାନଙ୍କର ଗର୍ବ ଓ ଅହଂକାର ସମସ୍ତେ ଜାଣି ସାରିଲେଣି।”

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ପବିତ୍ର ଗୃହରେ ପ୍ରଧାନମନ୍ତ୍ରୀଙ୍କୁ କଣ ପାଇଁ ଅପମାନିତ କରାଯିବ? ନିର୍ବାଚନରେ କଂଗ୍ରେସ ପରାଜିତ ହେବା ପରେ ଶାସକ ଦଳ ସହ ମିଳାଇ ମ୍ୟାଚ ଫିକ୍ସିଂ କରୁଛି।”

Related story