ପିଆଜ ଅଧିକ ମହଜୁଦ୍‌ ରଖିଲେ ବାତିଲ ହେବ ଲାଇସେନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଆଜ ବେଆଇନ ଭାବେ ମହଜୁଦ କରୁଥିବା ବ୍ୟବସାୟୀଙ୍କ ପାଇଁ ସତର୍କଘଣ୍ଟି। ଅଧିକ ଆଳୁ କିମ୍ବା ପିଆଜ ମହଜୁଦ୍‌ ରଖିଲେ ବାତିଲ ହେବ ଲାଇସେନ୍ସ। କେନ୍ଦ୍ରର ଗେଜେଟ ନୋଟିଫିକେସନକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ଜିଲ୍ଲାପାଳଙ୍କୁ  ଚିଠି ଲେଖିଛି ଖାଦ୍ୟ ଯୋଗାଣ ବିଭାଗ। ପିଆଜର ଦର ନିୟନ୍ତ୍ରଣ ଓ ମହଜୁଦ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଚିଠିରେ କୁହାଯାଇଛି। ଭୁବନେଶ୍ୱରରେ ହୋଲସେଲ ବ୍ୟବସାୟୀମାନେ ୫୦୦ କ୍ୱିଣ୍ଟାଲ ପିଆଜ ମହଜୁଦ ରଖିପାରିବେ। କଟକ, ସମ୍ବଲପୁର, ବ୍ରହ୍ମପୁର […]

onion

Rakesh Mallick
  • Published: Friday, 15 September 2017
  • , Updated: 15 September 2017, 08:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଆଜ ବେଆଇନ ଭାବେ ମହଜୁଦ କରୁଥିବା ବ୍ୟବସାୟୀଙ୍କ ପାଇଁ ସତର୍କଘଣ୍ଟି। ଅଧିକ ଆଳୁ କିମ୍ବା ପିଆଜ ମହଜୁଦ୍‌ ରଖିଲେ ବାତିଲ ହେବ ଲାଇସେନ୍ସ। କେନ୍ଦ୍ରର ଗେଜେଟ ନୋଟିଫିକେସନକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ଜିଲ୍ଲାପାଳଙ୍କୁ  ଚିଠି ଲେଖିଛି ଖାଦ୍ୟ ଯୋଗାଣ ବିଭାଗ। ପିଆଜର ଦର ନିୟନ୍ତ୍ରଣ ଓ ମହଜୁଦ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଚିଠିରେ କୁହାଯାଇଛି।

ଭୁବନେଶ୍ୱରରେ ହୋଲସେଲ ବ୍ୟବସାୟୀମାନେ ୫୦୦ କ୍ୱିଣ୍ଟାଲ ପିଆଜ ମହଜୁଦ ରଖିପାରିବେ। କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ପରି ସହରରେ ହୋଲସେଲ ବ୍ୟବସାୟୀ ୩୦୦ କ୍ୱିଣ୍ଟାଲ ପିଆଜ ରଖିପାରିବେ। ସେହିପରି ରିଟେଲର ବା ଖୁଚୁରା ବ୍ୟବସାୟୀମାନେ ୧୪ କ୍ୱିଣ୍ଟାଲ ପର୍ଯ୍ୟନ୍ତ ପିଆଜ ମହଜୁଦ ରଖିପାରିବେ। ଏହି ପରିମାଣରୁ ଅଧିକ ପିଆଜ ରଖିଲେ କାର୍ଯ୍ୟନୁଷ୍ଠାନ ନେବେ ସରକାର।

ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ପରିମାଣଠାରୁ ଅଧିକ ପିଆଜ ଓ ଆଳୁ ମହଜୁଦ୍‌ ରଖିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ରାଜ୍ୟ ସରକାର ନିଷ୍ପତ୍ତିକୁ ବ୍ୟବସାୟୀ ସଂଘ ବିରୋଧ କରିଛି। ସଂଘ କହିଛି ରାଜ୍ୟ ସରକାର ନିଷ୍ପତ୍ତି ନେବା ପୂର୍ବରୁ ସଂଘଠାରୁ ମତାମତ ନେଇନାହିଁ। ଏହାଦ୍ୱାରା ପିଆଜ ଦାମ ବଢ଼ିବ।

ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି-“ପିଆଜ ମହଜୁଦ୍‌ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବା ପୂର୍ବରୁ ବ୍ୟବସାୟୀଙ୍କ ସହିତ ଆଲୋଚନା କରିବା କଥା। ମାତ୍ର ରାଜ୍ୟ ସରକାର ଏପରି କରିନାହାନ୍ତି। ଏହାଦ୍ୱାରା ପିଆଜର ଦର କମିବନି, ବରଂ ବଢ଼ିବ।”

Related story