ନୂଆଦିଲ୍ଲୀ: ପୋସ୍କୋକୁ ନେଇ ତ୍ରିପାକ୍ଷିକ ବୈଠକ ଶେଷ

ନୂଆଦିଲ୍ଲୀ: ଓଡିଶାରେ ପୋସ୍କୋ ୫୨ ହଜାର କୋଟି ଟଙ୍କାର ମେଗା ପ୍ରକଳ୍ପ କରିବା କି ନାହିଁ ଏନେଇ ଆଜି କେନ୍ଦ୍ର, ରାଜ୍ୟ ଓ ପୋସ୍କୋ ଅଧିକାରୀଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର କ୍ୟାବିନେଟ୍ ସଚିବ ପ୍ରଦୀପ ସିହ୍ନା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ତ୍ରିପାକ୍ଷିକ ବୈଠକରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଗୋକୁଳଚନ୍ଦ୍ର ପତି ଏବଂ ଖଣି ଓ ଇସ୍ପାତ ବିଭାଗର ପ୍ରମୁଖ ସଚିବ ଆର୍.କେ.ଶର୍ମା ଯୋଗ ଦେଇଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ […]

Posco

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 12:57 PM IST

ନୂଆଦିଲ୍ଲୀ: ଓଡିଶାରେ ପୋସ୍କୋ ୫୨ ହଜାର କୋଟି ଟଙ୍କାର ମେଗା ପ୍ରକଳ୍ପ କରିବା କି ନାହିଁ ଏନେଇ ଆଜି କେନ୍ଦ୍ର, ରାଜ୍ୟ ଓ ପୋସ୍କୋ ଅଧିକାରୀଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର କ୍ୟାବିନେଟ୍ ସଚିବ ପ୍ରଦୀପ ସିହ୍ନା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ତ୍ରିପାକ୍ଷିକ ବୈଠକରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଗୋକୁଳଚନ୍ଦ୍ର ପତି ଏବଂ ଖଣି ଓ ଇସ୍ପାତ ବିଭାଗର ପ୍ରମୁଖ ସଚିବ ଆର୍.କେ.ଶର୍ମା ଯୋଗ ଦେଇଥିଲେ।

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସେପ୍ଟେଟମ୍ୱର ପ୍ରଥମ ସପ୍ତାହରେ ପୋସ୍କା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଜଣାପଡିଛି।

Related story